ଆନ୍ଦୋଳନ କରୁଥିବା ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍‌ର ଲାଠି ମାଡ଼

ନୂଆଦିଲ୍ଲୀ: ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରୁଥିବା ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କ ଉପରେ ଆଜି ପୁଲିସ୍‌ ଲାଠିଚାର୍ଜ କରିଛି। ଆଜି ଶିକ୍ଷାର୍ଥୀମାନେ ଦିଲ୍ଲୀର ସରୋଜିନି ନଗର ଡିପୋ ନିକଟରେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ପୁଲିସ୍‌ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ଶିକ୍ଷାର୍ଥୀମାନେ ସେମାନଙ୍କ ଆନ୍ଦୋଳନକୁ ରାଷ୍ଟ୍ରପତି ଭବନ ଅଭିମୁଖେ ନେଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଭିକାଜୀ କାମା ପ୍ଲେସ ମେଟ୍ରୋ ଷ୍ଟେସନକୁ ଶିକ୍ଷାର୍ଥୀମାନେ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ସେମାନଙ୍କ […]

d

Hemant Lenka
  • Published: Monday, 09 December 2019
  • , Updated: 09 December 2019, 06:22 PM IST

ନୂଆଦିଲ୍ଲୀ: ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରୁଥିବା ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କ ଉପରେ ଆଜି ପୁଲିସ୍‌ ଲାଠିଚାର୍ଜ କରିଛି। ଆଜି ଶିକ୍ଷାର୍ଥୀମାନେ ଦିଲ୍ଲୀର ସରୋଜିନି ନଗର ଡିପୋ ନିକଟରେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ପୁଲିସ୍‌ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି।

ଶିକ୍ଷାର୍ଥୀମାନେ ସେମାନଙ୍କ ଆନ୍ଦୋଳନକୁ ରାଷ୍ଟ୍ରପତି ଭବନ ଅଭିମୁଖେ ନେଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଭିକାଜୀ କାମା ପ୍ଲେସ ମେଟ୍ରୋ ଷ୍ଟେସନକୁ ଶିକ୍ଷାର୍ଥୀମାନେ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ସେମାନଙ୍କ ଉପରେ ଲାଠି ମାଡ଼ କରିଥିଲା।

ଦୀର୍ଘ ଗୋଟିଏ ମାସ ହେଲା ଫି’ ବୃଦ୍ଧି ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଥିଲେ ହେଁ ସେମାନଙ୍କ ଦାବି କେହି ବି ଶୁଣି ନାହାନ୍ତି। ଆଜି ଏଥିପାଇଁ ଶିକ୍ଷାର୍ଥୀମାନେ ବିଶ୍ୱବିଦ୍ୟାଳୟ ନିକଟରୁ ରାଷ୍ଟ୍ରପତି ଭବନ ଅଭିମୁଖେ ଏକ ବିଶାଳ ରାଲିର ଆୟୋଜନ କରିଥିଲେ।

ଜେଏନ୍‌ୟୁର ବିଭିନ୍ନ  ଫି’କୁ ୩୦୦% ବୃଦ୍ଧି କରାଯାଇଥିବାରୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। କର୍ତ୍ତୃପକ୍ଷ ବିବାଦ ବଢ଼ିବାରୁ କିଛି ପରିମାଣର ଫି’ ହ୍ରାସ କରିଥିଲେ। ତଥାପି ଫି’ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ଦାବିରେ ଶିକ୍ଷାର୍ଥୀମାନେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି।

Related story