ଜେଏନ୍‌ୟୁ ବିବାଦର ଫାଇଦା ନେବାକୁ ଚାହୁଁଥିଲା ଆଇଏସ୍‌ଆଇଏସ୍

ନୂଆଦିଲ୍ଲୀ: ଜବାହରଲାଲ୍ ନେହୁରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଦେଶ ବିରୋଧୀ ସ୍ଳୋଗାନ୍ ପରେ ସୃଷ୍ଟି ହୋଇଥିବା ହିଂସାର ଫାଇଦା ନେବାକୁ ଚାହୁଁଥିଲା ଆତଙ୍କୀ ସଙ୍ଗଠନ ଆଇଏସ୍‌ଆଇଏସ୍‌।  ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ନିକଟରେ ଏହି ବୟାନ ଦେଇଛନ୍ତି ଗିରଫ ସନ୍ଦିଗ୍ଧ ଆତଙ୍କୀ। ଆଇଏସ୍ ସହ ଜଡିତ ଥିବା ସଙ୍ଗଠନ‘ଜୁନୁଦ୍‌ ଅଲ୍‌ ଖଲିଫା-ଏ-ହିନ୍ଦ୍ (ଜେଏକେଏଚ୍‌)ର ୨୫ ଜଣ ସଦସ୍ୟଙ୍କୁ ଗତ ଫେବୃଆରୀରେ ପୋଲିସ୍ ଗିରଫ କରିଥିଲା। ସେଥିମଧ୍ୟରୁ ଆସିକି ଅହମ୍ମଦ ଓରଫ ରାଜା, ମହମ୍ମଦ ଅବଦୁଲ୍ ଅହମ୍ମଦ ଓ ମହମ୍ମଦ ଅଫଜଲକୁ […]

jnu

Rakesh Mallick
  • Published: Saturday, 14 May 2016
  • , Updated: 14 May 2016, 09:31 AM IST

ନୂଆଦିଲ୍ଲୀ: ଜବାହରଲାଲ୍ ନେହୁରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଦେଶ ବିରୋଧୀ ସ୍ଳୋଗାନ୍ ପରେ ସୃଷ୍ଟି ହୋଇଥିବା ହିଂସାର ଫାଇଦା ନେବାକୁ ଚାହୁଁଥିଲା ଆତଙ୍କୀ ସଙ୍ଗଠନ ଆଇଏସ୍‌ଆଇଏସ୍‌।  ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ନିକଟରେ ଏହି ବୟାନ ଦେଇଛନ୍ତି ଗିରଫ ସନ୍ଦିଗ୍ଧ ଆତଙ୍କୀ।

ଆଇଏସ୍ ସହ ଜଡିତ ଥିବା ସଙ୍ଗଠନ‘ଜୁନୁଦ୍‌ ଅଲ୍‌ ଖଲିଫା-ଏ-ହିନ୍ଦ୍ (ଜେଏକେଏଚ୍‌)ର ୨୫ ଜଣ ସଦସ୍ୟଙ୍କୁ ଗତ ଫେବୃଆରୀରେ ପୋଲିସ୍ ଗିରଫ କରିଥିଲା। ସେଥିମଧ୍ୟରୁ ଆସିକି ଅହମ୍ମଦ ଓରଫ ରାଜା, ମହମ୍ମଦ ଅବଦୁଲ୍ ଅହମ୍ମଦ ଓ ମହମ୍ମଦ ଅଫଜଲକୁ ଏନ୍ଆଇଏ ପଚରାଉଚରା କରିବା ସମୟରେ ସେମାନେ ଏଭଳି ବୟାନ ଦେଇଛନ୍ତି।

୧୯ ବର୍ଷୀୟ ଆଶିକ୍ ଅହମ୍ମଦ ଓରଫ୍ ରାଜା ତା’ ବୟାନରେ କହିଛି କହ୍ନେୟାଙ୍କ ଗିରଫଦାରୀ ବିରୋଧରେ ହେଉଥିବା ଆନ୍ଦୋଳନରେ ସାମିଲ ହୋଇ ଯାନବାହନରେ ନିଆଁ ଲଗାଇବା ଓ ଭାଙ୍ଗିବାକୁ ତାକୁ କୁହାଯାଇଥିଲା। ଫଳରେ ଭାରତରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଆନ୍ତା।

ଆଇଏସ୍‌ ସହ ଜଡିତ ଥିବା କୌଣସି ଆତଙ୍କୀର ବୟାନ୍ ପ୍ରଥମ ଥର ପାଇଁ ରେକର୍ଡ କରାଯାଇଛି। ଏନ୍‌ଆଇଏ ଏହି ସନ୍ଦିଗ୍ଧଙ୍କ ବୟାନ୍ ସିଆରପିସି ଧାରା ୧୬୪ ଅନୁସାରେ ରେକର୍ଡ କରିଛି ।

Related story