ବିଡେନ ରାଷ୍ଟ୍ରପତି ହେଲେ ଜାତିସଂଘରେ ଭାରତକୁ ସ୍ଥାୟୀ ସଦସ୍ୟତା କରାଇ ଦେବେ!

ଓ୍ୱାଶିଂଟନ: ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋଏ ବିଡେନ ଯଦି ଆମେରିକାର ଆଗାମୀ ରାଷ୍ଟ୍ରପତି ହେବେ ତା’ହେଲେ ଭାରତକୁ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟର ମାନ୍ୟତା ଦେବାକୁ ସହଯୋଗ କରିବେ। ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ରିଚାର୍ଡ ବର୍ମା ଏହା କହିଛନ୍ତି। ରିପବ୍ଲିକିଆନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଜୋଏ ବିଡେନ। ରିଚାର୍ଡ ବର୍ମା ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ୨୦୧୪-୧୭ରେ ସେ ଭାରତ ପାଇଁ ଆମେରିକାର […]

JOE BIDEN

JOE BIDEN

Subhransu Sekhar
  • Published: Sunday, 19 July 2020
  • Updated: 19 July 2020, 04:44 PM IST

Sports

Latest News

ଓ୍ୱାଶିଂଟନ: ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋଏ ବିଡେନ ଯଦି ଆମେରିକାର ଆଗାମୀ ରାଷ୍ଟ୍ରପତି ହେବେ ତା’ହେଲେ ଭାରତକୁ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟର ମାନ୍ୟତା ଦେବାକୁ ସହଯୋଗ କରିବେ। ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ରିଚାର୍ଡ ବର୍ମା ଏହା କହିଛନ୍ତି। ରିପବ୍ଲିକିଆନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଜୋଏ ବିଡେନ। ରିଚାର୍ଡ ବର୍ମା ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ୨୦୧୪-୧୭ରେ ସେ ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଥିଲେ।

ଜାତିସଂଘ ସୁରକ୍ଷା ପରିଷଦର ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ସ୍ଥାୟୀ ସଦସ୍ୟ ରହିଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଋଷିଆ ଏବଂ ଚୀନ ହେଉଛନ୍ତି ୫ ସ୍ଥାୟୀ ସଦସ୍ୟ। ଭାରତ ଏବେ ବି ଅସ୍ଥାୟୀ ସଦସ୍ୟ ରହିଛି। ଭାରତକୁ ସ୍ଥାୟୀ ସଦସ୍ୟର ମାନ୍ୟତା ଦେବା ପାଇଁ ପୂର୍ବରୁ ୪ ଦେଶ ସମର୍ଥନ କରିଛନ୍ତି। ହେଲେ ଚୀନ ବିରୋଧ କରିବାରୁ ଭାରତ ଏହି ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛି।

ରିଚାର୍ଡ ବର୍ମା କହିଛନ୍ତି, ଜୋଏ ବିଡେନ ରାଷ୍ଟ୍ରପତି ହେଲେ ଆମେରିକୀୟଙ୍କ ସହିତ ଭାରତୀୟଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବେ। ଭାରତ ପାଇଁ ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ସୀମା ବିବାଦ, ଆତଙ୍କବାଦ ଆଦି ପ୍ରସଙ୍ଗରେ ମଧ୍ୟ ବିଡେନ ସମସ୍ତ ପ୍ରକାର ସହଯୋଗ ନିଜ ଆଡୁ କରିବେ।

ଚଳିତ ବର୍ଷ ନଭେମ୍ୱରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି। କରୋନା ମହାମାରୀରେ ଆମେରିକା ସର୍ବାଧିକ କ୍ଷତି ହୋଇଥିଲେ ସୁଦ୍ଧା ବିଶ୍ୱର ଶକ୍ତିଶାଳୀ ଦେଶର ମୁଖିଆ ପଦବୀ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହି ପ୍ରଚାରରେ ଭାରତ ପାଲଟିଛି ମୁଖ୍ୟ ପ୍ରସଙ୍ଗ।

ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ଭୋଟ୍ ପାଇବା ପାଇଁ ଦେଶର ଦୁଇ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାରତ ସପକ୍ଷେର ଅନେକ ମତ ରଖୁଛନ୍ତି। ଭିସା, ଆତଙ୍କବାଦ ଆଦି ପ୍ରସଙ୍ଗ ପାଖରୁ ଆରମ୍ଭ କରି ଚୀନ ବିରୋଧରେ ଭାରତ ନେଇଥିବା ପଦକ୍ଷେପ ଏବେ ଆମେରିକା ନିର୍ବାଚନରେ ପ୍ରସଙ୍ଗ ପାଲଟିଛି। ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟଙ୍କୁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ପ୍ରଶଂସା କରାଯାଉଥିବାର ନଜିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos