ରଡ୍‌ରେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକଙ୍କ ମୃତ୍ୟୁ

ଜୟପୁର: ନିଜର ମହିଳା ବନ୍ଧୁଙ୍କୁ ଦୁର୍ବୃତ୍ତ କବଳରୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ଜଣେ ୨୭ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କର ଶେଷରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଭିଷେକ ସୋନି। ସେ ରାଜସ୍ଥାନର ଜୟପୁରରେ ସାମ୍ବାଦିକତା କରୁଥିଲେ। ହେଲେ ଚଳିତ ମାସରେ ତାଙ୍କୁ କିଛି ଦୁର୍ବୃତ୍ତ ରଡ୍‌ରେ ଆକ୍ରମଣ କରିବାକୁ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଡିସେମ୍ବର ୮ରେ ଅଭିଷେକ ଓ ତାଙ୍କ ମହିଳା ବନ୍ଧୁ ରାସ୍ତା କଡ଼ର ଗୋଟିଏ ଦୋକାନରେ […]

y

Hemant Lenka
  • Published: Friday, 25 December 2020
  • , Updated: 25 December 2020, 02:44 PM IST

ଜୟପୁର: ନିଜର ମହିଳା ବନ୍ଧୁଙ୍କୁ ଦୁର୍ବୃତ୍ତ କବଳରୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ଜଣେ ୨୭ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କର ଶେଷରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଭିଷେକ ସୋନି। ସେ ରାଜସ୍ଥାନର ଜୟପୁରରେ ସାମ୍ବାଦିକତା କରୁଥିଲେ। ହେଲେ ଚଳିତ ମାସରେ ତାଙ୍କୁ କିଛି ଦୁର୍ବୃତ୍ତ ରଡ୍‌ରେ ଆକ୍ରମଣ କରିବାକୁ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଡିସେମ୍ବର ୮ରେ ଅଭିଷେକ ଓ ତାଙ୍କ ମହିଳା ବନ୍ଧୁ ରାସ୍ତା କଡ଼ର ଗୋଟିଏ ଦୋକାନରେ ଖାଉଥିଲେ। ମହିଳା ଜଣଙ୍କ ମଧ୍ୟ ସାମ୍ବାଦିକ ଭାବେ ଗୋଟିଏ ଚ୍ୟାନେଲରେ କାର୍ଯ୍ୟ କରନ୍ତି। ଉଭୟ ଖାଇବା ବେଳେ କିଛି ଯୁବକ ମହିଳାଙ୍କୁ ଖରାପ ବ୍ୟବହାର କରିଥିଲେ। ଏହାକୁ ବନ୍ଧୁ ହିସାବରେ ଅଭିଷେକ ବିରୋଧ କରିଥିଲେ। କିନ୍ତୁ ଖରାପ ବ୍ୟବହାର କରୁଥିବା ୩ ଯୁବକ କୌଣସି ପ୍ରକାରରେ ଏହାକୁ ଖାତିର କରି ନଥିଲେ। ବରଂ ସେମାନେ ଅଭିଷେକଙ୍କୁ ଆକ୍ରମଣ କରିଥିଲେ।

କାଠ ଫାଳିଆ ଓ ଲୁହା ରଡ୍‌ରେ ସେମାନେ ମାଡ଼  ମାରିବାରୁ ଅଭିଷେକ ଗୁରୁତର ଆହତ ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆକ୍ରମଣ ବେଳେ ରାସ୍ତାରେ ଅନେକ ଲୋକ ଯାଉଥିଲେ ହେଁ କେହି ବି ଏହାକୁ ବିରୋଧ କରି ନଥିଲେ। ବେଶ କିଛି ସମୟ ଧରି ୩ ଯୁବକ ତାଙ୍କୁ ମାଡ଼ ମାରି ଚାଲିଥିଲେ।

ସେମାନେ ସେଠାରୁ ଚାଲି ଯିବା ପରେ ଅଭିଷେକଙ୍କୁ ଆମ୍ବୁଲାନ୍ସରେ ଏସଏମଏସ୍‌ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ପୂର୍ବରୁ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ୍‌ ଏବେ ହତ୍ୟା ମାମଲା ରୁଜୁ କରିଛି। ପୁଲିସ୍‌ ୩ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଥିଲେ ହେଁ କେବଳ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

Related story