ପୁଣେରେ କଶ୍ମୀର ସାମ୍ବାଦିକଙ୍କୁ ଆକ୍ରମଣ

ପୁଣେ: ପୁଲୱାମା ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ କଶ୍ମୀର ଛାତ୍ର ଓ ଯୁବକମାନଙ୍କୁ ଆକ୍ରମଣ କରାଯାଉଥିବା ଖବର ମିଳିଛି। ଏହିକ୍ରମରେ ଆଜି ମହାରାଷ୍ଟ୍ର ପୁଣେରେ କାର୍ଯ୍ୟ କରୁଥିବା ଜଣେ ୨୪ ବର୍ଷୀୟ କଶ୍ମୀର ସାମ୍ବାଦିକଙ୍କୁ ଦୁଇ ଜଣ ଯୁବକ ଆକ୍ରମଣ କରିଛନ୍ତି। ଶୁକ୍ରବାର ରାତିରେ ସାମ୍ବାଦିକ ଜିବରାନ ନାଜିରଙ୍କୁ ଏକ ଟ୍ରାଫିକ ନିକଟରେ ଦୁଇ ଜଣ ଯୁବକ ଆକ୍ରମଣ କରିଥିଲେ। ସେ କଶ୍ମୀରର ହୋଇଥିଲେ ହେଁ ଏଠାରେ ଏକ ଖବରକାଗଜରେ କାର୍ଯ୍ୟ କରୁଛନ୍ତି। ଦୁଇ ଜଣ […]

kashmir

Hemant Lenka
  • Published: Saturday, 23 February 2019
  • , Updated: 23 February 2019, 12:27 PM IST

ପୁଣେ: ପୁଲୱାମା ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ କଶ୍ମୀର ଛାତ୍ର ଓ ଯୁବକମାନଙ୍କୁ ଆକ୍ରମଣ କରାଯାଉଥିବା ଖବର ମିଳିଛି। ଏହିକ୍ରମରେ ଆଜି ମହାରାଷ୍ଟ୍ର ପୁଣେରେ କାର୍ଯ୍ୟ କରୁଥିବା ଜଣେ ୨୪ ବର୍ଷୀୟ କଶ୍ମୀର ସାମ୍ବାଦିକଙ୍କୁ ଦୁଇ ଜଣ ଯୁବକ ଆକ୍ରମଣ କରିଛନ୍ତି।

ଶୁକ୍ରବାର ରାତିରେ ସାମ୍ବାଦିକ ଜିବରାନ ନାଜିରଙ୍କୁ ଏକ ଟ୍ରାଫିକ ନିକଟରେ ଦୁଇ ଜଣ ଯୁବକ ଆକ୍ରମଣ କରିଥିଲେ। ସେ କଶ୍ମୀରର ହୋଇଥିଲେ ହେଁ ଏଠାରେ ଏକ ଖବରକାଗଜରେ କାର୍ଯ୍ୟ କରୁଛନ୍ତି। ଦୁଇ ଜଣ ଯୁବକ ତାଙ୍କୁ ଆକ୍ରମଣ କରିବା ସହ ପୁଣେରୁ କଶ୍ମୀର ପଠାଇ ଦେବେ ବୋଲି ଧମକ ଦେଇଛନ୍ତି।

ପୁଲିସ୍‌ ଏହି ଘଟଣାରେ ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି।

ନାଜିର କହିଛନ୍ତି, ଏଭଳି ଆକ୍ରମଣ ପାଇଁ ପୂର୍ବରୁ ଯୋଜନା ହୋଇ ନଥିଲା। ଆକ୍ରମଣକାରୀମାନେ ତାଙ୍କୁ ପୁଲିସ୍‌ ଷ୍ଟେସନରେ କ୍ଷମା ମାଗିଛନ୍ତି। ଏହି ଆକ୍ରମଣ ସହ ପୁଲୱାମା ହମ୍‌ଲାର କୌଣସି ସମ୍ପର୍କ ନାହିଁ ବୋଲି ପୁଲିସ୍‌ କହିଛି।

Related story