ହେଲମେଟ୍‌ ପିନ୍ଧି ବିଜେପି ନେତାଙ୍କ ବାଇଟ୍‌ ନେଲେ ରିପୋର୍ଟର

ନୂଆଦିଲ୍ଲୀ: ହାତରେ ବୁମ୍‌, କିନ୍ତୁ ମୁଣ୍ଡରେ ହେଲମେଟ୍‌। କେବଳ ଗାଡ଼ି ଚଳାଇବାବେଳେ କିମ୍ବା କ୍ରିକେଟ୍‌ ଓ ବେସବଲ୍‌ ଖେଳରେ ହେଲମେଟ୍‌ ପିନ୍ଧିବା କଥା ଜାଣିଥିବେ, କିନ୍ତୁ ଜଣେ ରିପୋର୍ଟର କାହିଁକି ଏବଂ କେଉଁ ବିପଦରୁ ବଞ୍ଚିବା ପାଇଁ ହେଲମେଟ୍‌ ପିନ୍ଧିବ। ସାମ୍ବାଦିକଙ୍କ ସୁରକ୍ଷା ବିପନ୍ନ ହେବାରେ ଲାଗିଥିବାବେଳେ ଏହାର ଅଭିନବ ବିରୋଧର ଘଟଣା ଘଟିଛି ଛତିଶଗଡ଼ର ରାୟପୁରରେ। ସୁମନ୍‌ ପାଣ୍ଡେ ନାମକ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଗତ ଶନିବାର ଗିରଫ ହୋଇଥିବା ବିଜେପି ଜିଲ୍ଲା […]

helmet

Subrat Kumar Nayak
  • Published: Thursday, 07 February 2019
  • , Updated: 07 February 2019, 09:25 AM IST

ନୂଆଦିଲ୍ଲୀ: ହାତରେ ବୁମ୍‌, କିନ୍ତୁ ମୁଣ୍ଡରେ ହେଲମେଟ୍‌। କେବଳ ଗାଡ଼ି ଚଳାଇବାବେଳେ କିମ୍ବା କ୍ରିକେଟ୍‌ ଓ ବେସବଲ୍‌ ଖେଳରେ ହେଲମେଟ୍‌ ପିନ୍ଧିବା କଥା ଜାଣିଥିବେ, କିନ୍ତୁ ଜଣେ ରିପୋର୍ଟର କାହିଁକି ଏବଂ କେଉଁ ବିପଦରୁ ବଞ୍ଚିବା ପାଇଁ ହେଲମେଟ୍‌ ପିନ୍ଧିବ। ସାମ୍ବାଦିକଙ୍କ ସୁରକ୍ଷା ବିପନ୍ନ ହେବାରେ ଲାଗିଥିବାବେଳେ ଏହାର ଅଭିନବ ବିରୋଧର ଘଟଣା ଘଟିଛି ଛତିଶଗଡ଼ର ରାୟପୁରରେ। ସୁମନ୍‌ ପାଣ୍ଡେ ନାମକ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଗତ ଶନିବାର ଗିରଫ ହୋଇଥିବା ବିଜେପି ଜିଲ୍ଲା ସଭାପତି ରାଜୀବ ଅଗ୍ରୱାଲଙ୍କ ବାଇଟ୍‌ ନିଆଯିବା ସମୟରେ ଏଭଳି ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା।

ରାୟପୁର ପ୍ରେସ କ୍ଲବ୍‌ ସଭାପତି ଦାମୁ ଆମେଦେରଙ୍କ କହିବା ଅନୁଯାୟୀ, ବୁଧବାର ସାମ୍ବାଦିକ ମାନେ ବିଜେପି ନେତାଙ୍କୁ ଭେଟିବା ସମୟରେ ଏଭଳି ହେଲମେଟ୍‌ ପିନ୍ଧି ଅଭିନବ ଉପାୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ବିରୋଧ କରିଥିଲେ। ବିଜେପିର କୌଣସି କାର୍ଯ୍ୟକ୍ରମ ହେଉ, ବୈଠକ ହେବ କିମ୍ବା କୌଣସି ସାଉଣ୍ଡ ବାଇଟ୍‌ ଆମ ସୁରକ୍ଷା ପ୍ରତି ଧମକକୁ ଆମେ ବରଦାସ୍ତ କରିବୁନି।

୫୦୦ରୁ ୬୦୦ ରିପୋର୍ଟର ଏହି ଘଟଣାର ବିରୋଧରେ ହେଲମେଟ୍‌ ପିନ୍ଦିବା ସହ ବାଇକ ରାଲି କରିଥିବା ସେ କହିଛନ୍ତି। ଏତଦ୍‌ବ୍ୟତୀତ ଏହି ରାଲିରେ ଯାଇ ବିଜେପି କାର୍ଯ୍ୟାଳୟ ସାମ୍ନାରେ ନାରା ଦିଆଯାଇଛି।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ସୁଭାଷ ରାଓଙ୍କ କହିବା ଅନୁଯାୟୀ, ଫଟୋ ନେବାପରେ ଏବଂ ସୂଚନା ଦିଆଯିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚାଲିଯିବାକୁ କୁହାଯାଇଥିଲା। ସମସ୍ତେ ଚାଲିଯାଇଥିଲେ ମଧ୍ୟ ପାଣ୍ଡେ ବାହାରକୁ ଯାଇନଥିଲେ। ସେ ବିଜେପିର ବୈଠକ ବାବଦରେ ଗୁଇନ୍ଦାଗିରି କରୁଥିବାରୁ ଦଳୀୟ ସଦସ୍ୟମାନେ ତାଙ୍କୁ ବାହାରକୁ ନେଇଯାଇଥିଲେ।

ରାଓ ଆହୁରି ମଧ୍ୟ କହିଥିଲେ, ମିଡିଆ ସବୁବେବଳେ ମିଡିଆ। ବିଜେପି ପକ୍ଷରୁ ଯାହା କରାଯିବା କଥା କରାଯାଇଛି, ଆମେ ହାତ ଯୋଡ଼ିଲୁ କ୍ଷମା ମାଗିଲୁ, ଆଉ ଅଧିକ କ’ଣ କରିପାରିବୁ?

ସୂଚନାଯୋଗ୍ୟ ଯେ, ରାଜ୍ୟ ନିର୍ବାଚନରେ ବିଜେପିର ପରାଜୟ ବାବଦରେ ସମୀକ୍ଷା ପାଇଁ ଡକାଯାଥିବା ବୈଠକର ଖବର ସଂଗ୍ରହ ପାଇଁ ପାଣ୍ଡେଙ୍କ ସମେତ କିଛି ସାମ୍ବାଦିକ ମଧ୍ୟ ଉପସ୍ଥିତ ଥିଲେ। ପାଣ୍ଡେ ବୈଠକର ଦୃଶ୍ୟ ମୋବାଇଲରେ ରେକର୍ଡ କରିବାରୁ ଦଳୀୟ ନେତା ଏବଂ ତାଙ୍କ ମଧ୍ୟରେ ବଚସା ହୋଇଥିଲା। ତାଙ୍କୁ ଆଇ କାର୍ଡ ମଗାଯାଇଥିଲା, କିନ୍ତୁ ସେ ଦେଖାଇ ନଥିଲେ ଅଥବା ତାଙ୍କର ଆଇ କାର୍ଡ ନଥିଲା ବୋଲି ସଞ୍ଜୀବ ଗୁପ୍ତା ନାମକ ଜଣେ ସାମ୍ବାଦିକ କହିଛନ୍ତି।

ଏହାପରେ ଏହି ବିଜେପି ନେତାମାନେ ପାଣ୍ଡେଙ୍କ ଫୋନ୍‌ ଛଡ଼ାଇ ଭିଡିଓ ଡିଲିଟ୍‌ କରିବାକୁ ଚେଷ୍ଟା କରିଥିଲେ। କଥା ଏତିକିରେ ସୀମିତ ନଥିଲା। ପାଣ୍ଡେଙ୍କ ସହିତ ଠେଲାପେଲା କରିବା ସହିତ ତାଙ୍କୁ ଲଗାତାର ଚାପୁଡ଼ା ମାରିଥିଲେ।

ଏହାପରେ ବିଜେପିର ୪ ଜଣଙ୍କ ନାମରେ ମାମଲା ରୁଜୁ କରି ଗିରଫ କରାଯାଇଥିଲା ଏବଂ ସେହି ଦିନ ସନ୍ଧ୍ୟାରେ ହିଁ ସେମାନେ ଜାମିନ ପାଇଯାଇଥିଲେ। ଶନିବାର ରାତିସାରା ସାମ୍ବାଦିକମାନେ ବିଜେପି କାର୍ଯ୍ୟାଳୟ ଆଗରେ ବସିରହିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା। ଭିଡିଓ ଦେଖାଯିବା ପରେ ମଧ୍ୟ ସେମାନେ ନିଜର ଭୁଲ ମାନୁନଥିଲେ। ଦାବ ପୂରଣ ନହେବାଯାଏ ହେଲମେଟ୍‌ ପିନ୍ଧାଯିବ ବୋଲି ପ୍ରେସ କ୍ଳବ୍‌ ସଭାପତି ଦାମୁ ଆମେଦେର କହିଛନ୍ତି।

Related story