ଜେପି ନଡ୍ଡା ହେଲେ ବିଜେପି ସଭାପତି, ଶାହଙ୍କ ହାତରୁ ନେଲେ ଦାୟିତ୍ୱ

ନୂଆଦିଲ୍ଲୀ: ବିନା କୌଣସି ନିର୍ବାଚନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତ ଜେପି ନଡ୍ଡା। ବିଜେପି ଅଧ୍ୟକ୍ଷ ପଦ ପାଇଁ ଆଜି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ନଡ୍ଡାଙ୍କ ବ୍ୟତୀତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଆଉ କେହି ନାମାଙ୍କନ ଭରି ନଥିଲେ। ତେଣୁ ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବିଜେପି ପକ୍ଷରୁ ନଡ୍ଡାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ପରେ ସେ ଅମିତ ଶାହଙ୍କ ହାତରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ନଡ୍ଡାଙ୍କ ପୂର୍ବରୁ ଶାହଙ୍କ ହିଁ […]

b

Hemant Lenka
  • Published: Monday, 20 January 2020
  • , Updated: 20 January 2020, 03:16 PM IST

ନୂଆଦିଲ୍ଲୀ: ବିନା କୌଣସି ନିର୍ବାଚନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତ ଜେପି ନଡ୍ଡା। ବିଜେପି ଅଧ୍ୟକ୍ଷ ପଦ ପାଇଁ ଆଜି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ନଡ୍ଡାଙ୍କ ବ୍ୟତୀତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଆଉ କେହି ନାମାଙ୍କନ ଭରି ନଥିଲେ। ତେଣୁ ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ବିଜେପି ପକ୍ଷରୁ ନଡ୍ଡାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ପରେ ସେ ଅମିତ ଶାହଙ୍କ ହାତରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ନଡ୍ଡାଙ୍କ ପୂର୍ବରୁ ଶାହଙ୍କ ହିଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଗତବର୍ଷ ଜୁନ ମାସରେ ନଡ୍ଡାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା।

ଆଜି ନଡ୍ଡା ନାମାଙ୍କନ ଦାଖଲ କରିବା ପୂର୍ବରୁ ଅଧ୍ୟକ୍ଷ ପଦ ପାଇଁ ତାଙ୍କ ଶାହଙ୍କ ସମେତ ରାଜନାଥ ସିଂହ ଓ ନୀତୀନ ଗଡ଼କରୀ ପ୍ରସ୍ତାବ ଦେଇଥିଲେ। ଏହାପରେ ସେ ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ବିରୋଧରେ କେହି ପ୍ରାର୍ଥୀ ହୋଇ ନଥିବାରୁ କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂହ ଗଣମାଧ୍ୟମ ଆଗରେ ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ବୋଲି ଘୋଷଣା କରିଥିଲେ।

ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ବେଳେ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ। ଏଥିସହ ବହୁ ବରିଷ୍ଠ ନେତା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ନଡ୍ଡା ମୋଦି-୧ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ।

Related story