ଜିଏସ୍‌ଟି ବିଲ୍‌ ପାସ୍‌ ହୋଇଥିଲେ ରାଜ୍ୟସଭା ବିଦାୟୀ ସାଂସଦଙ୍କୁ ନେଇ ଲୋକେ ଗର୍ବ ଅନୁଭବ କରିଥାଆନ୍ତେ: ମୋଦି

ନୂଆଦିଲ୍ଲୀ: ରାଜ୍ୟସଭାରୁ ଯିବା ପୂର୍ବରୁ ସାଂସଦମାନେ ଜିଏସ୍‌ଟି ବିଲ୍‌ ପାସ କରାଇଥିଲେ ତାଙ୍କ ଅଞ୍ଚଳର ଜନତା ସେମାନଙ୍କୁ ନେଇ ଗର୍ବ ଅନୁଭବ କରିଥାଆନ୍ତେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଶୁକ୍ରବାର ବିଦାୟୀ ସାଂସଦଙ୍କୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, “ଏହି ବିଲ୍‌ ପାସ୍ ହୋଇଥିଲେ ହାତଗଣତି କିଛି ରାଜ୍ୟକୁ ଛାଡି ଦେଲେ ବାକି ରାଜ୍ୟକୁ ଫାଇଦା ହୋଇଥାଆନ୍ତା। ବିଶେଷ କରି ବିହାର ଓ ୟୁପି ଭରି ରାଜ୍ୟକୁ ଅଧିକ ଫାଇଦା […]

modi

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 05:14 PM IST

ନୂଆଦିଲ୍ଲୀ: ରାଜ୍ୟସଭାରୁ ଯିବା ପୂର୍ବରୁ ସାଂସଦମାନେ ଜିଏସ୍‌ଟି ବିଲ୍‌ ପାସ କରାଇଥିଲେ ତାଙ୍କ ଅଞ୍ଚଳର ଜନତା ସେମାନଙ୍କୁ ନେଇ ଗର୍ବ ଅନୁଭବ କରିଥାଆନ୍ତେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଶୁକ୍ରବାର ବିଦାୟୀ ସାଂସଦଙ୍କୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ସେ କହିଛନ୍ତି, “ଏହି ବିଲ୍‌ ପାସ୍ ହୋଇଥିଲେ ହାତଗଣତି କିଛି ରାଜ୍ୟକୁ ଛାଡି ଦେଲେ ବାକି ରାଜ୍ୟକୁ ଫାଇଦା ହୋଇଥାଆନ୍ତା। ବିଶେଷ କରି ବିହାର ଓ ୟୁପି ଭରି ରାଜ୍ୟକୁ ଅଧିକ ଫାଇଦା ମିଳିଥା’ନ୍ତା। ଜିଏସ୍‌ଟି ବିଲ୍‌ ପାସ୍‌ ହେବାରେ ଡେରି ହେଉଛି, ଲୋକଙ୍କ ହିତ ପାଇଁ ସରକାର ଏହାକୁ ପାସ୍‌ କରାଇବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି।”

ମୋଦି କହିଛନ୍ତି, “ସାଂସଦମାନେ ନିଜ ବିଚାରଧାରାରେ ଦେଶ ବିକାଶରେ ବହୁ ସହଯୋଗ କରିଛନ୍ତି। ସଂସଦରୁ ଯିବା ପରେ ମଧ୍ୟ ସେମାନଙ୍କ ଦାୟିତ୍ୱ କମ ହେବ ନାହିଁ। ପୂର୍ବ ପରି ସେମାନେ ଦେଶର ବିକାଶରେ ସହଯୋଗ କରିବେ ବୋଲି ମୁଁ ଆଶା କରୁଛି।”

Related story