ଲାଲୁ କହିଲେ ଜେଲ୍‌ରେ ଭାରି ଥଣ୍ଡା, ଜଜ୍‌ କହିଲେ ତବଲା ବଜାଅ

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାର ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଶୁଣାଣି ହୋଇଥିଲା। ଏହି ଅବସରରେ କୋର୍ଟ ପରିସରର ମାହୋଲ ବଲିଉଡ ଫିଲ୍ମ ‘ଜଲି ଏଲ୍‌ଏଲ୍‌ବି’ ପରି ହୋଇଥିଲା। ସବୁବେଳେ ଥଟ୍ଟାମଜା କରୁଥିବା ଲାଲୁ ନିଜ ଅନ୍ଦାଜରେ ଜଜ୍‌ଙ୍କୁ କିଛି କହିଲେ, ଯାହାର ଉତ୍ତର ମଧ୍ୟ ନିଜ ନିଜ ଅନ୍ଦାଜରେ ପାଇଯାଇଥିଲେ। ସୂଚନାଯୋଗ୍ୟ, କୋର୍ଟ କାମ ଚାଲିଥିବା ବେଳେ ଲାଲୁ ଜଜ୍‌ ଶିବପାଲ ସିଂହଙ୍କୁ କହିଥିଲେ, “ଜେଲ୍‌ରେ ବହୁତ ଶୀତ ହେଉଛି।” ଏହା ଶୁଣିବା ପରେ ଜଜ୍‌ […]

lalu

Rakesh Mallick
  • Published: Thursday, 04 January 2018
  • , Updated: 04 January 2018, 10:26 PM IST

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାର ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଶୁଣାଣି ହୋଇଥିଲା। ଏହି ଅବସରରେ କୋର୍ଟ ପରିସରର ମାହୋଲ ବଲିଉଡ ଫିଲ୍ମ ‘ଜଲି ଏଲ୍‌ଏଲ୍‌ବି’ ପରି ହୋଇଥିଲା। ସବୁବେଳେ ଥଟ୍ଟାମଜା କରୁଥିବା ଲାଲୁ ନିଜ ଅନ୍ଦାଜରେ ଜଜ୍‌ଙ୍କୁ କିଛି କହିଲେ, ଯାହାର ଉତ୍ତର ମଧ୍ୟ ନିଜ ନିଜ ଅନ୍ଦାଜରେ ପାଇଯାଇଥିଲେ।

ସୂଚନାଯୋଗ୍ୟ, କୋର୍ଟ କାମ ଚାଲିଥିବା ବେଳେ ଲାଲୁ ଜଜ୍‌ ଶିବପାଲ ସିଂହଙ୍କୁ କହିଥିଲେ, “ଜେଲ୍‌ରେ ବହୁତ ଶୀତ ହେଉଛି।”

ଏହା ଶୁଣିବା ପରେ ଜଜ୍‌ ମଧ୍ୟ ଲାଲୁଙ୍କୁ ଜବାବ ଦେଇଥିଲେ। ଜଜ୍‌ ସିଂହ କହିଲେ- “ଯଦି ଶୀତ ହେଉଛି, ତେବେ ତବଲା ବଜାଅ 

କଥା ଏତିକିରେ ସରି ନଥିଲା ଲାଲୁ ପୁଣି ନିଜ ଅନ୍ଦାଜ ଦେଖାଇବା ଆରମ୍ଭ କରି ଦେଇଥିଲେ। କହିଥିଲେ- “ମୁଁ ଲ’ରେ ଡିଗ୍ରୀ କରିଛି। ପାଟନା ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟରେ ମୋର ରେଜିଷ୍ଟ୍ରେସନ୍‌ ଅଛି।”

ଏହା ଶୁଣିବା ପରେ ଜଜ୍‌ ପୁଣି ଉତ୍ତର ଦେଇଥିଲେ। କହିଥିଲେ- “ତାହା ହେଲେ ଆପଣଙ୍କୁ ଡିଗ୍ରୀ ଦେଖାଇବା ଦରକାର।”

ଏହାସହ ଜଜ୍‌ ଲାଲୁଙ୍କୁ ଉପଦେଶ ଦେଇଥିଲେ, ଜେଲ୍‌ରେ ବସି ବସି ଦୁଇରୁ ତିନି ମାସିଆର କୌଣସି କୋର୍ସ କରିଦିଅ। ଏହା ଜେଲ୍‌ରେ ଅନ୍ୟ କଏଦୀଙ୍କ ପାଇଁ ପ୍ରେରଣା ହୋଇପାରିବ।

ସୂଚନାଯୋଗ୍ୟ, ଆସନ୍ତାକାଲିକୁ ଘୁଞ୍ଚିଛି ଲାଲୁଙ୍କ ଦଣ୍ଡ ବିଧାନ ଶୁଣାଣି। ଲାଲୁଙ୍କ ସମେତ ୧୬ ଜଣଙ୍କ ବିରୋଧରେ ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦଣ୍ଡ ଶୁଣାଇବେ। ଡିସେମ୍ବର ୨୩ରେ ଲାଲୁ ଓ ଅନ୍ୟ ୧୫ ଜଣଙ୍କୁ ଏହି ମାମଲାରେ ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତା’ ପରଠାରୁ ଲାଲୁ ରାଞ୍ଚିର ବିର୍ସାମୁଣ୍ଡା ଜେଲରେ ଅଛନ୍ତି।

୧୯୯୧ରୁ ୧୯୯୪ ମଧ୍ୟରେ ଦେଓଘର ଟ୍ରେଜେରୀରୁ ଗୋଖାଦ୍ୟ ନାଁରେ ମିଥ୍ୟା ବିଲ୍ ଦେଇ ୮୯ ଲକ୍ଷ ଟଙ୍କା ହଡପ୍ କରାଯାଇଥିବା ଅଭିଯୋଗ ହୋଇଥିଲା।

Related story