ଜୁଲାଇ ପହିଲା ସୁଦ୍ଧା ୧୨ଲକ୍ଷ ୧୪ହଜାର ୨୯୭ ଉପଭୋକ୍ତା ସ୍ୱେଚ୍ଛାକୃତ ଭାବେ ଛାଡିଛନ୍ତି ଗ୍ୟାସ ରିହାତି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶର ମୋଟ ୧୨ଲକ୍ଷ ୧୪ହଜାର ୨୯୭ ଉପଭୋକ୍ତା ଜୁଲାଇ ପହିଲା ସୁଦ୍ଧା ସ୍ୱେଚ୍ଛାକୃତ ଭାବେ ଗ୍ୟାସ ରିହାତି ଛାଡିଥିବା କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ ଯେ, ଏଲପିଜି ଗ୍ୟାସରୁ ରିହାତି ପ୍ରତ୍ୟାହାର କରିବା ସରକାରଙ୍କର ପସ୍ତାବରେ ନାହିଁ। ତେବେ ଗ୍ରାହକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ରିହାତି ପ୍ରତ୍ୟାହାର ପାଇଁ ବ୍ୟବସ୍ଥା କରାଯାଇଛି। ଉପଭୋକ୍ତାମାନେ ଏଲପଜି ରିହାତିକୁ […]

dharmendra pradhan

Rakesh Mallick
  • Published: Sunday, 02 August 2015
  • , Updated: 02 August 2015, 04:34 PM IST

ନୂଆଦିଲ୍ଲୀ: ଦେଶର ମୋଟ ୧୨ଲକ୍ଷ ୧୪ହଜାର ୨୯୭ ଉପଭୋକ୍ତା ଜୁଲାଇ ପହିଲା ସୁଦ୍ଧା ସ୍ୱେଚ୍ଛାକୃତ ଭାବେ ଗ୍ୟାସ ରିହାତି ଛାଡିଥିବା କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ ଯେ, ଏଲପିଜି ଗ୍ୟାସରୁ ରିହାତି ପ୍ରତ୍ୟାହାର କରିବା ସରକାରଙ୍କର ପସ୍ତାବରେ ନାହିଁ। ତେବେ ଗ୍ରାହକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ରିହାତି ପ୍ରତ୍ୟାହାର ପାଇଁ ବ୍ୟବସ୍ଥା କରାଯାଇଛି। ଉପଭୋକ୍ତାମାନେ ଏଲପଜି ରିହାତିକୁ ସ୍ୱେଚ୍ଛାକୃତ ଭାବେ ପ୍ରତ୍ୟାହାର କଲେ ସେହି ଗ୍ୟାସ ସଂଯୋଗ ବିପିଏଲ ପରିବାରମାନଙ୍କୁ ଯୋଗାଇ ଦିଆଯିବ। ବର୍ତ୍ତମାନ ସୁଦ୍ଧା ସ୍ୱେଚ୍ଛାକୃତ ପ୍ରତ୍ୟାହାର ଦ୍ୱାରା ସରକାର ୫୬୫କୋଟି ୩୭ଲକ୍ଷ ୬୬ହଜାର ୮୩୨ ଟଙ୍କା ସଞ୍ଚୟ କରିପାରିଛନ୍ତି। ଏବେ ଦେଶରେ ମୋଟ ୩୦.୩୯ କୋଟି ଏଲପିଜି ଗ୍ରାହକ ରହିଛନ୍ତି। ଓଡିଶାରେ ୨୦.୯ ଲକ୍ଷ ଆଇଓସିଏଲ ଉପଭୋକ୍ତା, ୧୨.୭ ଲକ୍ଷ ବିପିସିଏଲ ଓ ୧୯.୫ ଲକ୍ଷ ଏଚପିସିଏଲ ଉପଭୋକ୍ତା ଅଛନ୍ତି। ବିପିଏଲ ପରିବାରକୁ ନୂତନ ସଂଯୋଗ ରାଜୀବ ଗାନ୍ଧୀ ଗ୍ରାମୀଣ ଏଲପିଜି ବିତରକ ଯୋଜନାରେ ଦିଆଯାଉଛି। ଏହି ଯୋଜନାରେ ୧୬୦୦ ଟଙ୍କା ଜମାରେ ଗୋଟିଏ ସିଲିଣ୍ଡର ଓ ରେଗୁଲେଟର ଦିଆଯାଉଛି। ବିପିଏଲ କାର୍ଡଧାରୀମାନେ ଏହି ଯୋଜନାରେ ଗ୍ୟାସ ସଂଯୋଗ ନେବା ପାଇଁ ଏଲପିଜି ବିତରକଙ୍କ ପାଖରେ ପଞ୍ଜୀକରଣ କରିବାକୁ ପଡିବ। ସେମାନଙ୍କୁ ସିଏସଆର ଯୋଜନାରେ ମାଗଣା ସଂଯୋଗ ଦିଆଯିବ। କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ ଯେ, ପୁରୀରେ ଆଇଓସିଏଲ ପକ୍ଷରୁ ଦୁଇଜଣ, ଏଚପିସିଏଲ ପକ୍ଷରୁ ୪୨୮ ଜଣ ବିପିଏଲ ଉପଭୋକ୍ତାଙ୍କୁ ଏଲପିଜି ଗ୍ୟାସ ସଂଯୋଗ ଦିଆଯାଇଥିଲାବେଳେ ଆଇଓସିଏଲ ପକ୍ଷରୁ ଭୁବନେଶ୍ୱରରେ ୫୭୩, ଏଚପିସିଏଲ ପକ୍ଷରୁ ୩୨୭, ବିପିସିଏଲ ପକ୍ଷରୁ ୨୫୧ ପରିବାରକୁ ଓ କଟକରେ ଆଇଓସିଏଲ ପକ୍ଷରୁ ୧୭, ଏଚପିସିଏଲ ପକ୍ଷରୁ ୭୪, ବିପିସିଏଲ ପକ୍ଷରୁ ୧୩୧ ଟି ବିପିଏଲ ପରିବାରକୁ ଏଲପିଜି ଗ୍ୟାସ ସଂଯୋଗ ଦିଆଯାଇଛି।

Related story