୧୦ ମହଲା ଛାତରୁ ଡେଇଁ ପଡ଼ିଲେ କରୋନା ଯୋଦ୍ଧା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଏମ୍ସ ହସ୍ପିଟାଲରେ ପୁଣି ଅଘଟଣ। ଅନୁରାଗ କୁମାର ନାମକ ଜଣେ ୨୫ ବର୍ଷୀୟ ଜୁନିୟର ଡାକ୍ତର ହସ୍ପିଟାଲର ୧୦ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏବେ ତାଙ୍କର ଚିକିତ୍ସା ଚାଲିଛି। ଏହି ଜୁନିୟର ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।
A 25-year-old junior resident doctor of AIIMS allegedly jumped off the 10th floor of AIIMS hostel today. Patient is admitted to AIIMS (All India Institute of Medical Sciences) and his condition is reportedly very critical: Delhi police
— ANI (@ANI) July 10, 2020
ଶୁକ୍ରବାର ଅପରାହ୍ନ ୫ଟାରେ ଏହି ଘଟଣ ଘଟିଥିବା ପୁଲିସ୍ କହିଛି। କରୋନା ଯୋଦ୍ଧା ଜଣଙ୍କ ଏପରି କାହିଁକି କଲେ ତାହା ଜଣାପଡ଼ିନାହିଁ। ମାନସିକ ଅବସାଦ କାରଣରୁ ଜୁନିୟର ଡାକ୍ତର ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ନିକଟରେ ଏମ୍ସର ଟ୍ରମା ସେଣ୍ଟରରୁ ଜଣେ କରୋନା ଆକ୍ରାନ୍ତ ସାମ୍ବାଦିକ ଚାରି ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।