ଦୋଷ କ୍ଷମା ପାଇଁ ନୂଆ ରାଷ୍ଟ୍ରପତିଙ୍କ ଶରଣ ପଶିଲେ ବିବାଦୀୟ ବିଚରପତି କର୍ଣ୍ଣନ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବିବାଦୀୟ ବିଚାରପତି ସି.ଏସ୍‌ କର୍ଣ୍ଣନ। ପୂରା ନାଁ ଚିନ୍ନାସ୍ୱାମୀ ସ୍ୱମୀନାଥନ କର୍ଣ୍ଣନ। କୋର୍ଟଙ୍କୁ ଅବମାନନା କରି ବିବାଦ ଘେରକୁ ଆସିଥିବା ବୋଧହୁଏ ପ୍ରଥମ ପାୱାରରେ ଥିବା ବିଚାରପତି। କିଛିଦିନ ତଳେ ତାଙ୍କ କଳା କାରନାମାକୁ ନେଇ ସାରା ଦେଶରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଜେଲ୍‌ରେ ଥିବା ଏହି ପୂର୍ବତନ ବରିଷ୍ଠ ବିଚାରପତି ଏବେ ପୁଣି ଆସିଛନ୍ତି ଖବରକୁ। ରାମନାଥ କୋବିନ୍ଦ ଦେଶର ନୂଆ ରାଷ୍ଟ୍ରପତି ହେବାପରେ, ତାଙ୍କ ପାଖରେ ଫେରାଦ ହୋଇଛନ୍ତି କୋଲକାତା […]

justice karnan

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 06:35 PM IST

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବିବାଦୀୟ ବିଚାରପତି ସି.ଏସ୍‌ କର୍ଣ୍ଣନ। ପୂରା ନାଁ ଚିନ୍ନାସ୍ୱାମୀ ସ୍ୱମୀନାଥନ କର୍ଣ୍ଣନ। କୋର୍ଟଙ୍କୁ ଅବମାନନା କରି ବିବାଦ ଘେରକୁ ଆସିଥିବା ବୋଧହୁଏ ପ୍ରଥମ ପାୱାରରେ ଥିବା ବିଚାରପତି। କିଛିଦିନ ତଳେ ତାଙ୍କ କଳା କାରନାମାକୁ ନେଇ ସାରା ଦେଶରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଜେଲ୍‌ରେ ଥିବା ଏହି ପୂର୍ବତନ ବରିଷ୍ଠ ବିଚାରପତି ଏବେ ପୁଣି ଆସିଛନ୍ତି ଖବରକୁ।

ରାମନାଥ କୋବିନ୍ଦ ଦେଶର ନୂଆ ରାଷ୍ଟ୍ରପତି ହେବାପରେ, ତାଙ୍କ ପାଖରେ ଫେରାଦ ହୋଇଛନ୍ତି କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ସି.ଏସ୍‌ କର୍ଣ୍ଣନ। ତାଙ୍କ ଜେଲ ଦଣ୍ଡାଦେଶକୁ ଖାରଜ କରିବା ପାଇଁ ସେ ଆବେଦନ କରିଛନ୍ତି । ନିଜ ଓକିଲ ମାଥ୍ୟୁସ୍‌ ଜେ. ନେଦୁମପରାଙ୍କ ଜରିଆରେ ଜଷ୍ଟିସ୍ କର୍ଣ୍ଣନ ଏହି ଆବେଦନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଦେଇଥିବା ୬ ମାସ ଜେଲ୍‌ ଦଣ୍ଡାଦେଶ ଖାରଜ କରିବାକୁ ଜଷ୍ଟିସ୍ କର୍ଣ୍ଣନ୍ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ଭାରତୀୟ ସମ୍ବିଧାନର ଧାରା-୭୨ ଅନୁଯାୟୀ ରାଷ୍ଟ୍ରପତି ଚାହିଁଲେ କୌଣସି ବ୍ୟକ୍ତିଙ୍କର ଦୋଷ ‍ଛାଡ଼ କରିପାରିବେ।

ଜଷ୍ଟିସ୍ କର୍ଣ୍ଣନ ହେଉଛନ୍ତି ଜେଲ୍‌ ଦଣ୍ଡ ଭୋଗୁଥିବା ପ୍ରଥମ ଭାରତୀୟ ବିଚାରପତି। ସୁପ୍ରିମକୋର୍ଟର ୭ ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ, ଜଷ୍ଟିସ କର୍ଣ୍ଣନଙ୍କୁ ଗତ ମେ ୯ ତାରିଖରେ ୬ ମାସ ଜେଲ୍‌ ଦଣ୍ଡ ଶୁଣାଇଥିଲେ। ଏହାପରେ ସେ ଫେରାର ହୋଇଯାଇଥିଲେ। ଶେଷରେ ଜୁନ୍‌ ୨୦ ତାରିଖରେ ତାଙ୍କୁ ତାମିଲ୍‌ନାଡୁର କୋଏମ୍ବାଟୁରରୁ ଗିରଫ କରାଯାଇଥିଲା।

Related story