ସିଏଏ ବିରୋଧରେ କହିବାରୁ ୟୁପି ଡାକ୍ତରଙ୍କ ନାଁରେ ଏନ୍‌ଏସ୍‌ଏ

ଲକ୍ଷ୍ନୌ: ବିବାଦୀୟ ନାଗରିକତା ଆଇନ ବିରୋଧରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଉତ୍ତର ପ୍ରଦେଶର ଡାକ୍ତର କଫିଲ ଖାନଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ସରକାର ତାଙ୍କ ନାଁରେ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ(ଏନଏସ୍‌ଏ) ଲଗାଇଛନ୍ତି। ସାଧାରଣତଃ ଆତଙ୍କବାଦୀ କାର୍ଯ୍ୟକଳାପ ବେଳେ ଏନଏସଏ ଲାଗିଥାଏ। ହେଲେ ଡାକ୍ତର କଫିଲ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସିଏଏକୁ ବିରୋଧ କରୁଥିବାରୁ ତାଙ୍କ ନାଁରେ ଏନଏସ୍‌ଏ ଲାଗୁ କରାଯାଇଛି। ଗତ ମାସରେ ମୁମ୍ବାଇ ଏୟାରପୋର୍ଟରୁ କଫିଲ ଖାନଙ୍କୁ ଗିରଫ କରାଯାଇଥିଲା। ସୋମବାର […]

ev

Hemant Lenka
  • Published: Friday, 14 February 2020
  • , Updated: 14 February 2020, 04:56 PM IST

ଲକ୍ଷ୍ନୌ: ବିବାଦୀୟ ନାଗରିକତା ଆଇନ ବିରୋଧରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଉତ୍ତର ପ୍ରଦେଶର ଡାକ୍ତର କଫିଲ ଖାନଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ସରକାର ତାଙ୍କ ନାଁରେ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ(ଏନଏସ୍‌ଏ) ଲଗାଇଛନ୍ତି। ସାଧାରଣତଃ ଆତଙ୍କବାଦୀ କାର୍ଯ୍ୟକଳାପ ବେଳେ ଏନଏସଏ ଲାଗିଥାଏ। ହେଲେ ଡାକ୍ତର କଫିଲ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସିଏଏକୁ ବିରୋଧ କରୁଥିବାରୁ ତାଙ୍କ ନାଁରେ ଏନଏସ୍‌ଏ ଲାଗୁ କରାଯାଇଛି।

ଗତ ମାସରେ ମୁମ୍ବାଇ ଏୟାରପୋର୍ଟରୁ କଫିଲ ଖାନଙ୍କୁ ଗିରଫ କରାଯାଇଥିଲା। ସୋମବାର ତାଙ୍କୁ ଜାମିନ ମିଳିଥିଲା। ହେଲେ ମଥୁରା ଜେଲରୁ ସେ ଏଯାଏ ଖଲାସ ହୋଇ ନଥିଲେ। ଆଜି ତାଙ୍କ ନାଁରେ ଏନଏସଏ ଲାଗି ଥିବାରୁ ସେ ଜେଲରୁ ମୁକୁଳିବେ କି ନାହିଁ, ତା’କୁ ନେଇ ନୂଆ ଆଶଙ୍କା ସୃଷ୍ଟି ହୋଇଛି।

ଡିସେମ୍ବର ୧୩ରେ କଫିଲଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିଲା। ସେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇ ଶିକ୍ଷାନୁଷ୍ଠାନର ପରିବେଶ ନଷ୍ଟ କରୁଥିବା ଏଫଆଇଆରରେ କୁହାଯାଇଥିଲା। ତେବେ ବର୍ତ୍ତମାନ କ’ଣ ପାଇଁ ଏନଏସଏ ଲାଗିଲା, ସେକଥା ପୁଲିସ କହିନାହିଁ।

ଯୋଗେନ୍ଦ୍ର ଯାଦବ ଏହି ଘଟଣା ଉପରେ ଟ୍ୱିଟ କରି କହିଛନ୍ତି, “ୟୁପି ପୁଲିସ୍‌ କଶ୍ମୀର ମଡେଲ ଅନୁସରଣ କରୁଛି। ଡା.କଫିଲ ଗିରଫ ହୋଇଥିଲେ। ତାଙ୍କୁ ଛାଡ଼ିବା ପାଇଁ କୋର୍ଟ ସୋମବାର ଠାରୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାଙ୍କୁ ଛଡ଼ା ଯାଇ ନଥିଲା। ଏବେ ତାଙ୍କ ନାଁରେ ଏନଏସଏ ଲାଗୁ କରାଯାଇଛି। ଏହାର ଅର୍ଥ ଆମେ ଯାହାକୁ ଚାହିଁବୁ ଗିରଫ କରିବୁ ଓ ଯାହାକୁ ଇଚ୍ଛା ମୁକ୍ତ କରିବୁ।”

Related story