୨୫୦ ଟଙ୍କା ଚୋରି କରି ଗିରଫ ହୋଇଥିଲେ, ଏବେ ସରକାର ଦେବେ ଲକ୍ଷେ ଟଙ୍କା

ଭୋପାଲ: ଅଟା କିଣିଲେ ରୋଷେଇ ହେବ ବୋଲି ମନ୍ଦିରରୁ ୨୫୦ ଟଙ୍କା ଚୋରି କରିଥିଲେ ଜଣେ ୧୨ ବର୍ଷର ନାବାଳିକା। ପରେ ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତେବେ ଏହା ଚର୍ଚ୍ଚାକୁ ଆସିବ ପରେ ଓ ନାବାଳିକାଙ୍କ ପରିବାରର ଆର୍ଥିକ ସ୍ଥିତି ଦେଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସହାୟତା ରାଷି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଟ୍ୱିଟ୍‌ କରିଛନ୍ତି, “ବେଳେବେଳେ ନୀରିହ ଶିଶୁମାନେ ଜୀବିକା ନିର୍ବା ପାଇଁ ଚୋରି […]

kamalnath

kamalnath

Subrat Kumar Nayak
  • Published: Thursday, 03 October 2019
  • Updated: 03 October 2019, 06:12 PM IST

Sports

Latest News

ଭୋପାଲ: ଅଟା କିଣିଲେ ରୋଷେଇ ହେବ ବୋଲି ମନ୍ଦିରରୁ ୨୫୦ ଟଙ୍କା ଚୋରି କରିଥିଲେ ଜଣେ ୧୨ ବର୍ଷର ନାବାଳିକା। ପରେ ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତେବେ ଏହା ଚର୍ଚ୍ଚାକୁ ଆସିବ ପରେ ଓ ନାବାଳିକାଙ୍କ ପରିବାରର ଆର୍ଥିକ ସ୍ଥିତି ଦେଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସହାୟତା ରାଷି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଟ୍ୱିଟ୍‌ କରିଛନ୍ତି, “ବେଳେବେଳେ ନୀରିହ ଶିଶୁମାନେ ଜୀବିକା ନିର୍ବା ପାଇଁ ଚୋରି କରିବାକୁ ବାଧ୍ୟ ହେଉଛନ୍ତି। ସାଗର ଜିଲ୍ଲାର ଏଭଳି ଏକ ଗରିବ ପରିବାରକୁ ଲକ୍ଷେ ଟଙ୍କା ସହାୟତା ପାଇଁ ନିର୍ଦ୍ଦେଶ ଦେଇଛି। ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ଅଧୀନରେ ଖାଦ୍ୟ ଶସ୍ୟ ଏବଂ ଅନ୍ୟ ସହାୟତା ଦେବାକୁ କହିଛି। ପିଲାଙ୍କ ଶିକ୍ଷାର ଦାୟିତ୍ୱ ନେବାକୁ ମଧ୍ୟ କହିଛି।”

ସେ ଆହୁରି ମଧ୍ୟ କହିଥିଲେ, ପୁଲିସ୍‌ ତାଙ୍କୁ ଗିରଫ କରି ସୁଧାର ଗୃହକୁ ପଠାଇବା ବଦଳରେ ପଚରାଉଚରା କରି ପ୍ରକୃତ କାରଣ ଖୋଜିପାରିଥା’ନ୍ତା। ତେବେ ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି, ଏହି ଝିଅଟିର ମା’ଙ୍କ ମୃତ୍ୟୁ ପରେ ସେ ସାନ ଭାଇ ଭଉଣିଙ୍କ ପାଇଁ ମା’ର ଭୂମିକା ନେଇଥିଲା। ଏପରିକି ସେ ରୋଷେଇ ମଧ୍ୟ କରୁଥିଲା। ସେ ଗହମ ଚୂରାଇବାକୁ ମିଲ୍‌କୁ ଯାଇଥିଲେ ହେଁ ସେଠାରେ ହଜାଇ ଦେବା ପରେ ବାଧ୍ୟ ହୋଇ ଚୋରି ପନ୍ଥା ବାଛିଥିଲା। ଏସବୁ ଜାଣିବା ପରେ ତାଙ୍କୁ ବେଲ୍‌ ମିଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos