କମଲେଶଙ୍କ ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିୱାରୀଙ୍କ ହତ୍ୟାଘଟଣାର କଡ଼ା ନିନ୍ଦା କରିଛନ୍ତି। ସେ କହିଥିଲେ, ଏଭଳି ଘଟଣା ଆଦୌ ଗ୍ରହଣୀୟ ନୁହେଁ ଏବଂ ଏଭଳି ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଛଡ଼ାଯିବନାହିଁ। ଶନିବାର ସନ୍ଧ୍ୟାରେ ମୃତ କମଲେଶଙ୍କ ପରିବାର ଲୋକଙ୍କୁ ମଧ୍ୟ ଯୋଗୀ ଭେଟିବାର ଅଛି। ଏହା ପୂର୍ବରୁ ଶନିବାର କମଲେଶଙ୍କ ପରିବାର ଲୋକେ କହିଥିଲେ ଯୋଗୀ ଆଦିତ୍ୟନାଥ ସେମାନଙ୍କୁ ନ ଭେଟିବା ଯାଏ କମଲେଶଙ୍କ ଶେଷକୃତ୍ୟ କରାଯିବ […]

yogi

Subrat Kumar Nayak
  • Published: Saturday, 19 October 2019
  • , Updated: 19 October 2019, 05:23 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିୱାରୀଙ୍କ ହତ୍ୟାଘଟଣାର କଡ଼ା ନିନ୍ଦା କରିଛନ୍ତି। ସେ କହିଥିଲେ, ଏଭଳି ଘଟଣା ଆଦୌ ଗ୍ରହଣୀୟ ନୁହେଁ ଏବଂ ଏଭଳି ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଛଡ଼ାଯିବନାହିଁ। ଶନିବାର ସନ୍ଧ୍ୟାରେ ମୃତ କମଲେଶଙ୍କ ପରିବାର ଲୋକଙ୍କୁ ମଧ୍ୟ ଯୋଗୀ ଭେଟିବାର ଅଛି।

ଏହା ପୂର୍ବରୁ ଶନିବାର କମଲେଶଙ୍କ ପରିବାର ଲୋକେ କହିଥିଲେ ଯୋଗୀ ଆଦିତ୍ୟନାଥ ସେମାନଙ୍କୁ ନ ଭେଟିବା ଯାଏ କମଲେଶଙ୍କ ଶେଷକୃତ୍ୟ କରାଯିବ ନାହିଁ।

ଏହା ପୂର୍ବରୁ କମଲେଶ ତିୱାରୀ ହତ୍ୟାକାଣ୍ଡ ମାମଲାରେ ମୁହଁ ଖୋଲିଥିଲେ ଉତ୍ତରପ୍ରଦେଶ ପୁଲିସ୍ ଡିଜିପି ଓପି ସିଂହ। ଲକ୍ଷ୍ନୌଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ହତ୍ୟା ପଛର କାରଣ ବାବଦରେ କହିଥିଲେ। ସେ କହିଛନ୍ତି, ଏହି ହିନ୍ଦୁ ସମାଜ ପାର୍ଟି ନେତା ୨୦୧୫ ମସିହାରେ ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କାରଣରୁ ଏଭଳି ହତ୍ୟା କରାଯାଇଥିଲା। କମଲେଶଙ୍କ ମନ୍ତବ୍ୟ କାରଣରୁ ହତ୍ୟାକାରୀମାନେ କ୍ରୋଧିତ ହୋଇ ଏପରି କାଣ୍ଡ ଘଟାଇଥିଲେ ବୋଲି ସେ କହିଥିଲେ।

Related story