ମୌଲାନା କହିଥିଲେ କମଲେଶଙ୍କ ହତ୍ୟା ଯଥାର୍ଥ!

ନୂଆଦିଲ୍ଲୀ: କମଲେଶ ତିୱାରୀ ହତ୍ୟାକାଣ୍ଡକୁ ନେଇ ପୁଣି ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ଗିରଫ ହୋଇଥିବା ମୌଲାନା ଜଣକ ଜଣେ ଅଭିଯୁକ୍ତଙ୍କୁ ଏହି ହତ୍ୟାକାଣ୍ଡ ଯଥାର୍ଥ ବୋଲି କହିଥିଲେ। ମୌଲାନା ମୋହସିନ୍‌ ଶେଖ୍‌ ନାମକ ଏହି ମୌଲାନାଙ୍କୁ ଗୁଜରାଟ ଆଣ୍ଟି ଟେରରିଜମ୍‌ ସ୍କ୍ୱାଡ୍‌ ଏବଂ ଉତ୍ତରପ୍ରଦେଶ ପୁଲିସ୍‌ର ମିଳିତ ଅଭିଯାନରେ ଗିରଫ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ୨୦୧୫ ପରଠାରୁ କମଲେଶଙ୍କ ହତ୍ୟା ପାଇଁ ଯୋଜନା କରୁଥିଲେ। […]

kamlesh

Subrat Kumar Nayak
  • Published: Wednesday, 23 October 2019
  • , Updated: 23 October 2019, 10:43 PM IST

ନୂଆଦିଲ୍ଲୀ: କମଲେଶ ତିୱାରୀ ହତ୍ୟାକାଣ୍ଡକୁ ନେଇ ପୁଣି ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ଗିରଫ ହୋଇଥିବା ମୌଲାନା ଜଣକ ଜଣେ ଅଭିଯୁକ୍ତଙ୍କୁ ଏହି ହତ୍ୟାକାଣ୍ଡ ଯଥାର୍ଥ ବୋଲି କହିଥିଲେ। ମୌଲାନା ମୋହସିନ୍‌ ଶେଖ୍‌ ନାମକ ଏହି ମୌଲାନାଙ୍କୁ ଗୁଜରାଟ ଆଣ୍ଟି ଟେରରିଜମ୍‌ ସ୍କ୍ୱାଡ୍‌ ଏବଂ ଉତ୍ତରପ୍ରଦେଶ ପୁଲିସ୍‌ର ମିଳିତ ଅଭିଯାନରେ ଗିରଫ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ୨୦୧୫ ପରଠାରୁ କମଲେଶଙ୍କ ହତ୍ୟା ପାଇଁ ଯୋଜନା କରୁଥିଲେ। ଏଥିପାଇଁ ସେମାନେ ମୌଲାନାଙ୍କୁ ଭେଟିଥିଲେ।

ଗୁଜରାଟ ଏଟିଏସ୍‌ ମୁଖ୍ୟ ହିମାଂଶୁ ଶୁକ୍ଲା କହିବା ଅନୁଯାୟୀ, ମୋଇନୁଦ୍ଦିନ୍‌ ଖୁର୍ସିଦ୍‌ ପଠାନ୍‌କୁ ଗିରଫ କରାଯିବା ସମୟରେ ତାର ଆଙ୍ଗୁଠିରେ ଆଘାତ ଲାଗିଥିଲା। ପଚରାଉଚରାରୁ ଜଣାପଡ଼ିଛି କମଲେଶଙ୍କ ହତ୍ୟାବେଳେ ସେ ଆହତ ହୋଇଥିଲା। ମୋଇନୁଦ୍ଦିନ୍‌ କହିଛି, ଅଶଫାକ୍‌ ହୁସେନ୍‌ ଛୁରୀରେ କମଲେଶଙ୍କ ଉପରେ ଆକ୍ରମଣ କରିଥିଲା। କମଲେଶ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଅଶଫାକ୍‌ ଛୁରୀ ମାଡ଼ କରି ତାଙ୍କୁ ନିସ୍ତେଜ କରିବାର ପ୍ରୟାସ କରିଥିଲା। ଏହାପରେ ଅଶଫାକ୍‌ ଗୁଳି ଚଲାଇଥିଲା ଯାହାକି କମଲେଶଙ୍କ ଦେହରେ ନ ବାଜି ମୋଇନୁଦ୍ଦିନ୍‌ର ଆଙ୍ଗୁଠିରେ ବାଜିଥିଲା। ଏହି ୨ ମୁଖ୍ୟ ଅଭିଯୁକ୍ତଙ୍କ ବ୍ୟତୀତ ମହାରାଷ୍ଟ୍ର ଏଟିଏସ୍‌ ସୟଦ୍‌ ଅସୀମ ଅଲ୍ଲୀକୁ ନାଗପୁରରୁ ସୋମବାର ଗିରଫ କରିଛି।

Related story