କହ୍ନେୟା ଓ ତାଙ୍କ ସାଥୀ ଆମରଣ ଅନଶନରୁ ଓହରିବା ପରେ ଆବେଦନର ବିଚାର ହେବ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଜେଏନ୍‌ୟୁ ଛାତ୍ର ସଂଘ ସଭାପତି କହ୍ନେୟା ଲାଲଙ୍କୁ ଆମରଣ ଅନଶନରୁ ଓହରି ଯିବାକୁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି, “କହ୍ନେୟା ଲାଲା ଏବଂ ତାଙ୍କ ସାଥୀ ଅନଶନରୁ ଓହରିବା ପରେ ଯାଇ ସେମାନଙ୍କ ଆବେଦନର ବିଚାର କରାଯିବ।” କ୍ୟାମ୍ପସରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯିବା ଘଟଣାରେ ସାମିଲ ଥିବା ଅଭିଯୋଗରେ ଜେଏନ୍‌ୟୁ କର୍ତ୍ତୃପକ୍ଷ କହ୍ନେୟାଙ୍କ ଉପରେ ଜରିମାନା ଲାଗୁ କରିଥିଲେ। ଏହାକୁ ବିରୋଧ କରି କହ୍ନେୟାଙ୍କ ସମେତ ଅନ୍ୟ ଛାତ୍ରମାନେ ଆମରଣ ଅନଶନରେ ବସିଛନ୍ତି। […]

jnu

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 07:34 AM IST

ନୂଆଦିଲ୍ଲୀ: ଜେଏନ୍‌ୟୁ ଛାତ୍ର ସଂଘ ସଭାପତି କହ୍ନେୟା ଲାଲଙ୍କୁ ଆମରଣ ଅନଶନରୁ ଓହରି ଯିବାକୁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି, “କହ୍ନେୟା ଲାଲା ଏବଂ ତାଙ୍କ ସାଥୀ ଅନଶନରୁ ଓହରିବା ପରେ ଯାଇ ସେମାନଙ୍କ ଆବେଦନର ବିଚାର କରାଯିବ।”

କ୍ୟାମ୍ପସରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯିବା ଘଟଣାରେ ସାମିଲ ଥିବା ଅଭିଯୋଗରେ ଜେଏନ୍‌ୟୁ କର୍ତ୍ତୃପକ୍ଷ କହ୍ନେୟାଙ୍କ ଉପରେ ଜରିମାନା ଲାଗୁ କରିଥିଲେ। ଏହାକୁ ବିରୋଧ କରି କହ୍ନେୟାଙ୍କ ସମେତ ଅନ୍ୟ ଛାତ୍ରମାନେ ଆମରଣ ଅନଶନରେ ବସିଛନ୍ତି। କହ୍ନେୟା ହାଇକୋର୍ଟରେ ଏକ ଆବେଦନ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, “ଜେଏନ୍‌ୟୁ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଦେଶ ବିରୋଧୀ କାର୍ଯ୍ୟରେ ସାମିଲ ଥିବା ଅଭିଯୋଗ ଲଗାଇବା ସହ ୧୦,୦୦୦ ଟଙ୍କା ଜରିମାନା କରିଛନ୍ତି, ଏହାକୁ ହଟା ଯାଉ।”

କୋର୍ଟ ଆନ୍ଦୋଳନରୁ ଓହରି ଯିବାକୁ କହିବା ପରେ କହ୍ନେୟାଙ୍କ ଓକିଲ କିଛି ସମୟ ମାଗିଛନ୍ତି। ଅପରାହ୍ନକୁ ଏହି ମାମଲାର ଆଉ ଥରେ ଶୁଣାଣି ହେବ।

Related story