ନୂଆଦିଲ୍ଲୀ: ଦିଲ୍ଲୀର ମୋତି ନଗରରେ ଦେଖିବାକୁ ମିଳିଛି କାଉଡ଼ିଆଙ୍କ ଆତଙ୍କରାଜ। ରାସ୍ତାରେ ଯାଉଥିବା ବେଳେ ଜଣେ କାଉଡ଼ିଆଙ୍କ ଦେହରେ ଗୋଟିଏ କାର ଘଷି ହୋଇ ଚାଲିଯିବାରୁ ସେମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଆଉ କାରକୁ ଅଟକାଇ ଗାଳି ଗୁଲଜ କରିଥିଲେ।
ଏତିକିରେ କିନ୍ତୁ ସେମାନଙ୍କର ରାଗ ଶାନ୍ତ ହୋଇ ନଥିଲା। ସେମାନେ କାରକୁ ବାଡ଼ିରେ ପିଟିବା ସହ ଭଙ୍ଗାରୁଜା କରିଥିଲେ।
ଅନେକ କାଉଡ଼ିଆ ସଂଘବଦ୍ଧଭାବେ ଏମିତି ଆକ୍ରମଣ କରିଥିଲେ।
ରାସ୍ତାରେ ଯାଉଥିବା ଲୋକମାନେ ଏ ଦୃଶ୍ୟ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରି ନଥିଲେ। କାରରେ ଥିବା ଯାତ୍ରୀମାନେ କିନ୍ତୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇ ବାହାରି ଆସିଥିଲେ। ଏହାପରେ କାଉଡ଼ିଆମାନେ ଆଉ ଏକ କାରକୁ ଆକ୍ରମଣ କରି ତା'କୁ ଓଲଟାଇ ଦେଇଥିଲେ।