ମୁଖ୍ୟ ବିଚାରପତିଙ୍କ ଆଗରେ କଂଗ୍ରେସ ପାଇଁ ଯୁକ୍ତି ଉପସ୍ଥାପନ କରିପାରିବେ ନାହିଁ କପିଲ

ନୂଆଦିଲ୍ଲୀ: ଗୁରୁବାର ସକାଳ ୯ଟାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ବି.ଏସ୍ ୟେଦ୍ୟୁରପ୍ପା ଶପଥ ନେବାକୁ ଥିବା ବେଳେ ଏହା ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ଓ ଜେଡିଏସ୍‌। ଉଭୟ ଦଳ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିବା ସହିତ ଶପଥଗ୍ରହଣ ଉତ୍ସବ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛି। ଆଜି ରାତିରେ ହିଁ ଶୁଣାଣି କରିବାକୁ ଉଭୟ ଦଳର ନେତାମାନେ ଦାବି କରିଛନ୍ତି। […]

Kapil

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 01:41 AM IST

ନୂଆଦିଲ୍ଲୀ: ଗୁରୁବାର ସକାଳ ୯ଟାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ବି.ଏସ୍ ୟେଦ୍ୟୁରପ୍ପା ଶପଥ ନେବାକୁ ଥିବା ବେଳେ ଏହା ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ଓ ଜେଡିଏସ୍‌। ଉଭୟ ଦଳ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିବା ସହିତ ଶପଥଗ୍ରହଣ ଉତ୍ସବ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛି। ଆଜି ରାତିରେ ହିଁ ଶୁଣାଣି କରିବାକୁ ଉଭୟ ଦଳର ନେତାମାନେ ଦାବି କରିଛନ୍ତି। ତେବେ ଦଳର ଆବେଦନ ଉପରେ ଆଜି ରାତିରେ ଶୁଣାଣି ହେବ ନା ନାହିଁ ସେ ନିଷ୍ପତ୍ତି ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର ନେବେ। ଯଦି ଏହି ଆବେଦନ ଉପରେ ଶୁଣାଣି କରିବା ପାଇଁ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବେଞ୍ଚ ଗଠନ ହୁଏ ତା’ହେଲେ କଂଗ୍ରେସର ଷ୍ଟାର ଓକିଲ କପିଲ ସିବଲ ଏହା ଆଗରେ ଦଳ ପାଇଁ ଯୁକ୍ତି ଉପସ୍ଥାପନ କରିପାରିବେ ନାହିଁ। କାରଣ ମୁଖ୍ୟ ବିଚାରପତିଙ୍କୁ ହଟାଇବା ପାଇଁ ଯେଉଁ ମୋସନ୍ ଆସିଥିଲା ସେଥିରେ ସେ ଦସ୍ତଖତ କରିଥିଲେ। ଏ କଥା ନିଜେ କପିଲ ସିବଲ କହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର କର୍ଣ୍ଣାଟକ ରାଜ୍ୟପାଳ ୟେଦ୍ୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ଓ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଆମନ୍ତ୍ରଣ କରିଥିଲେ। ଶପଥ ଗ୍ରହଣର ଦିନ, ସମୟ ଓ ସ୍ଥାନ ସ୍ଥିର କରିବା ଦାୟିତ୍ୱ ସେ ୟେଦ୍ୟୁରପ୍ପାଙ୍କ ଉପରେ ଛାଡ଼ି ଦେଇଥିଲେ। ତେବେ ୧୫ ଦିନ ମଧ୍ୟରେ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପରେ କର୍ଣ୍ଣାଟକ ବିଜେପି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଥିଲା ଯେ ୟେଦ୍ୟୁରପ୍ପା ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Related story