ପୁଲିସ୍‌ ହେପାଜତରେ ଗଲା ‘ଶାହୀନ୍‌ ବାଗ୍‌ ଶୁଟର’

ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନ୍‌ ବାଗ୍‌ ଆନ୍ଦୋଳନସ୍ଥଳରେ ଗୁଳି ଚଲାଇଥିବା କପିଲ ଗୁଜ୍ଜରକୁ ଦିଲ୍ଲୀର ଏକ କୋର୍ଟ ୨ ଦିନ ପାଇଁ ପୁଲିସ୍‌ ହେପାଜତକୁ ପଠାଇଦେଇଛନ୍ତି। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଚାଲୁରହିଥିବା ଆନ୍ଦୋଳନରେ ଏହି ପୂର୍ବଦିଲ୍ଲୀର ଯୁବକ ଗୁଳି ମାଡ଼ କରି ଆତଙ୍କ ଖେଳାଇଥିଲା। ଜସୋଲା ରେଡ୍‌ ଲାଇଟ୍‌ରେ ଏହି ଗୁଳିମାଡ଼ ହୋଇଥିଲା। ଅପରାହ୍ଣ ୪.୫୩ ବେଳର ଏହି ଘଟଣାରେ କେହି ମଧ୍ୟ ମୃତ ବା ଆହତ ହୋଇନଥିଲେ। କପିଲ ଗୁଜ୍ଜର ନାମକ ଏହି ବ୍ୟକ୍ତି […]

saheen-bagh

Subrat Kumar Nayak
  • Published: Sunday, 02 February 2020
  • , Updated: 02 February 2020, 04:52 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନ୍‌ ବାଗ୍‌ ଆନ୍ଦୋଳନସ୍ଥଳରେ ଗୁଳି ଚଲାଇଥିବା କପିଲ ଗୁଜ୍ଜରକୁ ଦିଲ୍ଲୀର ଏକ କୋର୍ଟ ୨ ଦିନ ପାଇଁ ପୁଲିସ୍‌ ହେପାଜତକୁ ପଠାଇଦେଇଛନ୍ତି। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଚାଲୁରହିଥିବା ଆନ୍ଦୋଳନରେ ଏହି ପୂର୍ବଦିଲ୍ଲୀର ଯୁବକ ଗୁଳି ମାଡ଼ କରି ଆତଙ୍କ ଖେଳାଇଥିଲା।

ଜସୋଲା ରେଡ୍‌ ଲାଇଟ୍‌ରେ ଏହି ଗୁଳିମାଡ଼ ହୋଇଥିଲା। ଅପରାହ୍ଣ ୪.୫୩ ବେଳର ଏହି ଘଟଣାରେ କେହି ମଧ୍ୟ ମୃତ ବା ଆହତ ହୋଇନଥିଲେ।

କପିଲ ଗୁଜ୍ଜର ନାମକ ଏହି ବ୍ୟକ୍ତି ‘ଜୟ ଶ୍ରୀରାମ’ ନାରା ଦେବା ସହ କହିଥିଲା, ଆମ ଦେଶରେ ଆଉ କାହାର ଚାଲିବନି। କେବଳ ହିନ୍ଦୁଙ୍କର ଚାଲିବ। ତେବେ ତାଙ୍କ ଘର ଲୋକ କହିଥିଲେ, ସେ ଜଣେ ସରଳ ପିଲା। ଶାହୀନବାଗଠାରେ ରାସ୍ତା ବନ୍ଦ ଥିବାରୁ ତାକୁ ଅଧିକ ବାଟ ଗାଡ଼ି ଚଲାଇବାକୁ ପଡ଼ିଥିବାରୁ ସେ ଏପରି କରିଥିବା କୁହାଯାଇଥିଲା। ସୂଚନାଯୋଗ୍ୟ ଯେ, ଶାହୀନବାଗ୍‌ ଗହଳି ଟ୍ରାଫିକ୍‌ ଜାମ୍‌ର କାରଣ ପାଲଟିଥିବାରୁ ଆଜି ଏହି ଆନ୍ଦୋଳନକୁ ବିରୋଧ କରି କିଛି ସ୍ଥାନୀୟ ଲୋକ ଶାହୀନ ବାଗ୍‌ ଆଡ଼କୁ ମାଡ଼ି ଆସିଥିଲେ।

Related story