'ଜଣେ ରାମାୟଣ ଦେଖୁଛି, ଆଉ ଜଣେ ଘରକୁ ଯିବା ପାଇଁ ରାସ୍ତା'

ନୂଆଦିଲ୍ଲୀ: ଦେଶକୁ କରୋନା ସଂକ୍ରମଣରୁ ରୋକିବା ପାଇଁ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଇଛି। ତେବେ ଲୋକଙ୍କୁ ମନରୋଞ୍ଜନ କରିବାକୁ ଯାଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯାଉଛି। ଅନ୍ୟପଟେ ଲକ୍‌ଡାଉନରେ ଫସିଯାଇ ରାସ୍ତାକୁ ଚାଲିଆସି ଘରକୁ ଫେରିବା ପାଇଁ ରାସ୍ତା ଖୋଜୁଛନ୍ତି ଶ୍ରମିକ। ଲକ୍‌ଡାଉନ୍ ବେଳେ ଦେଶରେ ଦେଖାଦେଇଥିବା ଏହି ସ୍ଥିତିକୁ ନେଇ କେନ୍ଦ୍ର ସରକାର ଉପରେ ଟୁଇଟ୍ […]

lock down ramayan

Subhransu Sekhar
  • Published: Wednesday, 01 April 2020
  • , Updated: 01 April 2020, 02:25 PM IST

ନୂଆଦିଲ୍ଲୀ: ଦେଶକୁ କରୋନା ସଂକ୍ରମଣରୁ ରୋକିବା ପାଇଁ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଇଛି। ତେବେ ଲୋକଙ୍କୁ ମନରୋଞ୍ଜନ କରିବାକୁ ଯାଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯାଉଛି। ଅନ୍ୟପଟେ ଲକ୍‌ଡାଉନରେ ଫସିଯାଇ ରାସ୍ତାକୁ ଚାଲିଆସି ଘରକୁ ଫେରିବା ପାଇଁ ରାସ୍ତା ଖୋଜୁଛନ୍ତି ଶ୍ରମିକ। ଲକ୍‌ଡାଉନ୍ ବେଳେ ଦେଶରେ ଦେଖାଦେଇଥିବା ଏହି ସ୍ଥିତିକୁ ନେଇ କେନ୍ଦ୍ର ସରକାର ଉପରେ ଟୁଇଟ୍ କରି ବର୍ଷିଛନ୍ତି କଂଗ୍ରେସ ନେତା କପିଲ୍ ଶିବଲ୍।

https://twitter.com/KapilSibal/status/1245198182553812992

କପିଲ୍ ଶିବଲ୍ ଲେଖିଛନ୍ତି, ଏବେ ଦୁଇଟି ଭାରତ। ଗୋଟିଏ ଭାରତ ଘର ଭିତରେ ରହି ଯୋଗ କରିବା ସହିତ ରାମାୟଣ ଦେଖିବା ସହିତ ଅନ୍ତାକ୍ଷରୀ କରୁଛନ୍ତି। ଆଉ ଏକ ଭାରତରେ ଲୋକମାନେ ରାସ୍ତାକୁ ଚାଲି ଆସି ଘରେ ପହଞ୍ଚିବା ପାଇଁ ବାଟ ଖୋଜୁଛନ୍ତି। ଯେଉଁମାନେ କି ଭୋକିଲା ରହିଛନ୍ତି। ବିନା ଘରରେ ରାସ୍ତା ଉପରେ ଦିନ ରାତି କଟାଉଛନ୍ତି।

ସୂଚନାଯୋଗ୍ୟ, କପିଲ ଶିବଲଙ୍କ ପୂର୍ବରୁ ପି. ଚିଦାମ୍ୱରମ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସମେତ ଅନେକ କଂଗ୍ରେସ ନେତା ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ନାପସନ୍ଦ କରିଛନ୍ତି।

Related story