ଭୋଟ ଆଗ ଦେଶପ୍ରେମ ପଛ: କର୍ଣ୍ଣାଟକରେ ସ୍ୱତନ୍ତ୍ର ପତାକା ପ୍ରଚଳନ ପାଇଁ ଦାବି ଉଠାଇଲା କଂଗ୍ରେସ

ବାଙ୍ଗାଲୋର: ଜାତୀୟ ପତାକାକୁ ସମ୍ମାନ ଦେବା, ପ୍ରତି ଭାରତୀୟର କର୍ତ୍ତବ୍ୟ ଓ ଦାୟିତ୍ୱ। ଜାତୀୟ ପତାକା ହେଉଛି ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱର ପ୍ରତୀକ। କିନ୍ତୁ ଏବେ ଦେଶର ରାଷ୍ଟ୍ରୀୟ ଧ୍ୱଜାକୁ ନେଇ ଆରମ୍ଭ ହୋଇଛି ରାଜନୀତି। କର୍ଣ୍ଣାଟକର କଂଗ୍ରେସ ସରକାର ତାଙ୍କ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ପତାକା ପ୍ରଚଳନ ପାଇଁ ଏକ ୯ ଜଣିଆ କମିଟି ଗଠନ କରିଛି। ଯାହା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ୨୦୧୨ ମସିହାରେ କର୍ଣ୍ଣାଟକ […]

karnatak

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 09:36 PM IST

ବାଙ୍ଗାଲୋର: ଜାତୀୟ ପତାକାକୁ ସମ୍ମାନ ଦେବା, ପ୍ରତି ଭାରତୀୟର କର୍ତ୍ତବ୍ୟ ଓ ଦାୟିତ୍ୱ। ଜାତୀୟ ପତାକା ହେଉଛି ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱର ପ୍ରତୀକ। କିନ୍ତୁ ଏବେ ଦେଶର ରାଷ୍ଟ୍ରୀୟ ଧ୍ୱଜାକୁ ନେଇ ଆରମ୍ଭ ହୋଇଛି ରାଜନୀତି। କର୍ଣ୍ଣାଟକର କଂଗ୍ରେସ ସରକାର ତାଙ୍କ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ପତାକା ପ୍ରଚଳନ ପାଇଁ ଏକ ୯ ଜଣିଆ କମିଟି ଗଠନ କରିଛି। ଯାହା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୂର୍ବରୁ ୨୦୧୨ ମସିହାରେ କର୍ଣ୍ଣାଟକ ପାଇଁ ଅଲଗା ଏକ ପତାକା ପ୍ରଚଳନ କରିବାକୁ ଦାବି କରିଥିଲା ବିରୋଧୀ କଂଗ୍ରେସ। କିନ୍ତୁ ସେତେବେଳେ ସରକାରରେ ଥିବା ବିଜେପି ଏହାକୁ ଘୋର ବିରୋଧ କରିଥିଲା। କର୍ଣ୍ଣାଟକ ପାଇଁ ସ୍ୱତନ୍ତ୍ର ପତାକା ପ୍ରଚଳନ କରିବା ଦ୍ୱାରା ଦେଶର ଏକତା ଓ ଅଖଣ୍ଡତା ନଷ୍ଟ ହୋଇଯିବ। ଏପରିକି ଜାତୀୟ ପତାକାର ମହତ୍ୱ ମଧ୍ୟ କମିଯିବ ବୋଲି ବିଜେପି କହିଥିଲା। ସ୍ୱତନ୍ତ୍ର ପତାକା ଯୋଗୁଁ ଦେଶରେ ଆଞ୍ଚଳିକବାଦ ଭାବନା ସୃଷ୍ଟି ହେବ।

କିନ୍ତୁ ଏବେ ସମୟ ବଦଳିଛି। ଏଥି ସଙ୍ଗେସଙ୍ଗେ ବିରୋଧୀ କଂଗ୍ରେସ ଏବେ ଶାସନ କ୍ଷମତା ନିଜ ହାତକୁ ନେଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ କିଛିମାସ ବାକି ଥିବାବେଳେ, କଂଗ୍ରେସ ଖେଳିଛି ଜାତୀୟ ପତାକା କାର୍ଡ। ୨୦୧୮ ନିର୍ବାଚନ ବୈତରଣୀ ପାର୍ ହେବାକୁ କଂଗ୍ରେସ କର୍ଣ୍ଣାଟକ ପାଇଁ ସ୍ୱତନ୍ତ୍ର ପତାକା ପ୍ରଚଳନ ଦାବି ଉଠାଇ କନ୍ନଡ଼ ସମୁଦାୟର ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି।

ଯଦି କଂଗ୍ରେସ ସରକାରର ଦାବି ପୂରଣ ହୋଇଯାଏ ତେବେ ଦେଶରେ କାଶ୍ମୀର ପରେ କର୍ଣ୍ଣାଟକ ଦ୍ୱିତୀୟ ରାଜ୍ୟ ଭାବେ ନିଜର ସ୍ୱତନ୍ତ୍ର ପତାକା ପ୍ରଚଳନ କରିବାରେ ସକ୍ଷମ ହେବ। ପୂର୍ବରୁ ଜମ୍ମୁ ଓ କାଶ୍ମୀର ରାଜ୍ୟ, ସମ୍ୱିଧାନର ଧାରା ୩୭୦ ଅନୁଯାୟୀ ନିଜର ଏକ ସ୍ୱତନ୍ତ୍ର ପତାକା ପ୍ରଚଳନ କରିବାରେ ସକ୍ଷମ ହୋଇଛି। ତେବେ କର୍ଣ୍ଣାଟରେ କଂଗ୍ରେସର ଦାବିକୁ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି। ସେ କହିଛନ୍ତି, ଆମ ଦେଶ ହେଉଛି ଏକ, ତେଣୁ ଗୋଟିଏ ଦେଶର ଦୁଇଟି ପତାକା ରହିପାରିବ ନାହିଁ।

Related story