ଯୁଦ୍ଧ ସରକାର ନୁହେଁ ଦେଶ ଲଢ଼େ, କାର୍ଗିଲ ବିଜୟ ପ୍ରତି ଭାରତୀୟଙ୍କ ବିଜୟ: ମୋଦି

ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସର ଗୋଟିଏ ଦିନ ପରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ ବିଜୟର ସ୍ମୃତି ଚାରଣ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ସରକାର ନୁହେଁ ସମଗ୍ର ଦେଶ ଲଢ଼ିଥାଏ। ସେହି କାରଣରୁ କାର୍ଗିଲ ବିଜୟ ପ୍ରତି ଭାରତୀୟଙ୍କ ବିଜୟ। ସେ ଆହୁରି ମଧ୍ୟ କହିଥିଲେ, ଭାରତର ଜାତୀୟ ସୁରକ୍ଷା ସବୁ ସମୟରେ ଅଭେଦ୍ୟ ଥିଲା ଏବଂ ଆଗକୁ ମଧ୍ୟ ରହିବ। ଜାତୀୟ ସୁରକ୍ଷା କଥା ଆସିଲେ ଆମେ କୌଣସି […]

kargil

Subrat Kumar Nayak
  • Published: Saturday, 27 July 2019
  • , Updated: 27 July 2019, 10:49 PM IST

ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସର ଗୋଟିଏ ଦିନ ପରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ ବିଜୟର ସ୍ମୃତି ଚାରଣ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ସରକାର ନୁହେଁ ସମଗ୍ର ଦେଶ ଲଢ଼ିଥାଏ। ସେହି କାରଣରୁ କାର୍ଗିଲ ବିଜୟ ପ୍ରତି ଭାରତୀୟଙ୍କ ବିଜୟ। ସେ ଆହୁରି ମଧ୍ୟ କହିଥିଲେ, ଭାରତର ଜାତୀୟ ସୁରକ୍ଷା ସବୁ ସମୟରେ ଅଭେଦ୍ୟ ଥିଲା ଏବଂ ଆଗକୁ ମଧ୍ୟ ରହିବ। ଜାତୀୟ ସୁରକ୍ଷା କଥା ଆସିଲେ ଆମେ କୌଣସି ଚାପକୁ ଖାତିର କରିବୁ ନାହିଁ। ୧୯୯୯ ମସିହାରେ ପାକିସ୍ତାନ ସହ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କୁ ମୋଦି ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଥିଲେ କାର୍ଗିଲ ବିଜୟ ଭାରତର ସାମର୍ଥ୍ୟ, ପ୍ରତିଜ୍ଞା ଏବଂ ଦକ୍ଷତାର ପ୍ରତୀକ।

ସେ କହିଥିଲେ, ୨୦ ବର୍ଷ ହେଲାଣି କାର୍ଗିଲ ବିଜୟର କାହାଣୀ ଏବେ ମଧ୍ୟ ସମଗ୍ର ଦେଶକୁ ପ୍ରେରଣା ଯୋଗାଇ ଆସୁଛି। ସେ ଯୁଦ୍ଧ ସମୟରେ କାର୍ଗିଲ ଯାଇଥିବା ମନେ ପକାଇ କହିଥିଲେ, ୨୦ ବର୍ଷ ତଳେ ଯେତେବେଳେ କାର୍ଗିଲରେ ଯୁଦ୍ଧ ଚରମ ସ୍ଥିତିରେ ଥାଏ ମୁଁ ସେଠାକୁ ଯାଇଥିଲା। ଶତ୍ରୁ ସୈନ୍ୟ ଉଚ୍ଚ ସ୍ଥାନରେ ଥାଇ ଆକ୍ରମଣ କରୁଥା’ନ୍ତି। ମୃତ୍ୟୁ ବାଟ ଅନାଇ ରହିଥାଏ, କିନ୍ତୁ ତ୍ରିରଙ୍ଗାଧାରୀ ଆମ ବୀର ଯବାନ ଆଗେଇ ଚାଲିଥିଲେ।

ସେ କହିଥିଲେ, ଏକ ଦେଶର ବିକାଶ ସେତେବେଳେ ସମ୍ଭବ ଯେତେବେଳେସେ ଦେଶ ସୁରକ୍ଷିତ। ପ୍ରତିରକ୍ଷା ମନ୍ତ୍ରଣାଳୟର ଆଧୁନିକୀକରଣକୁ ସେଥିପାଇଁ ତାଙ୍କ ସରକାର ପ୍ରାଧାନ୍ୟ ଦେଉଛି ବୋଲି ସେ କହିଛନ୍ତି। ସେ କହିଥିଲେ, ସ୍ଥଳ ସେନା, ନୌସେନା ଏବଂ ବାୟୁ ସେନା କିଭଳି ମିଳିତ ଭାବେ କାର୍ଯ୍ୟ କରିବେ ତାହା ନିଶ୍ଚିତ କରିବାର ସମୟ ଆସିଛି। ପାକିସ୍ତାନର ନାଁ ନନେଇ ସେ କହିଥିଲେ କିଛି ଦେଶ ନିଜେ ନଲଢ଼ି ଏବେ ଆତଙ୍କବାଦର ଛାୟାଯୁଦ୍ଧକୁ ପ୍ରୋତ୍ସାହନ ଦେଉଛନ୍ତି। ଏହା ବିରୋଧରେ ସମଗ୍ର ବିଶ୍ୱ ଏବେ ଏକାଠି ହୋଇଥିବା ସେ କହିଥିଲେ।

କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ପରମ ବୀର ଚକ୍ର କ୍ୟାପ୍‌ଟେନ୍‌ ବିକ୍ରମ ବାତ୍ରାଙ୍କ ବାପା ଜିଏଲ୍‌ ବାତ୍ରାଙ୍କୁ ଏହି ଅବସରରେ ଭେଟିଥିଲେ। ସେ କହିଥିଲେ, ପରମ ବୀର ଚକ୍ର ବିଜେତା ହିମାଚଳ ପ୍ରଦେଶ ଜନ୍ମିତ ଜମ୍ମୁ କଶ୍ମୀର ରାଇଫଲ୍ସର କ୍ୟାପ୍‌ଟେନ୍ ବିକ୍ରମ ବାତ୍ରା ଯେତେବେଳେ ‘ୟେ ଦିଲ୍‌ ମାଙ୍ଗେ ମୋର’ କହିଥିଲେ, ଏହି କଥା ନିଜ ପାଇଁ, ଧର୍ମ ପାଇଁ, ଭାଷା ପାଇଁ କିମ୍ବା ଜାତି ପାଇଁ ନୁହେଁ ସମଗ୍ର ଭାରତ ପାଇଁ କହିଥିଲେ।

Related story