ଓଲଟା ଫଳିଲା କଂଗ୍ରେସର ଚାଲ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ରଚିଲା ଗେମ୍‌। ନିର୍ବାଚନୀ ପ୍ରଚାରର ଟିପୁ ସୁଲ୍‌ତାନ୍‌ଙ୍କୁ ସାମିଲ କରି ଭୋଟ ହାତେଇବା ସ୍ୱପ୍ନ ଦେଖିଥିଲା। ଟିପୁ ସୁଲ୍‌ତାନଙ୍କ ଜନ୍ମସ୍ଥାନରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନିର୍ବାଚନୀ ପ୍ରଚାରରେ ତାଙ୍କ ଫଟୋକୁ ସାମିଲ କରିଥିଲା। କିନ୍ତୁ ଏହାର କୌଣସି ପ୍ରକାର ପ୍ରଭାବ ଭୋଟରଙ୍କ ଉପରେ ପଡି ନଥିବା ଭୋଟ ଗଣତି ପରେ ଦେଖିଥିବକୁ ମିଳିଛି। ଅନ୍ୟ ପକ୍ଷରେ ଏହି ଜୋନ୍‌ରେ ବିଜେପିକୁ ବିପୁଳ ସଫଳତା ମିଳିଛି। ଦେଶର ପ୍ରମୁଖ ୩ ରାଜନୈତିକ […]

bjp-congress-flags

Rakesh Mallick
  • Published: Wednesday, 16 May 2018
  • , Updated: 16 May 2018, 01:37 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ରଚିଲା ଗେମ୍‌। ନିର୍ବାଚନୀ ପ୍ରଚାରର ଟିପୁ ସୁଲ୍‌ତାନ୍‌ଙ୍କୁ ସାମିଲ କରି ଭୋଟ ହାତେଇବା ସ୍ୱପ୍ନ ଦେଖିଥିଲା। ଟିପୁ ସୁଲ୍‌ତାନଙ୍କ ଜନ୍ମସ୍ଥାନରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନିର୍ବାଚନୀ ପ୍ରଚାରରେ ତାଙ୍କ ଫଟୋକୁ ସାମିଲ କରିଥିଲା। କିନ୍ତୁ ଏହାର କୌଣସି ପ୍ରକାର ପ୍ରଭାବ ଭୋଟରଙ୍କ ଉପରେ ପଡି ନଥିବା ଭୋଟ ଗଣତି ପରେ ଦେଖିଥିବକୁ ମିଳିଛି। ଅନ୍ୟ ପକ୍ଷରେ ଏହି ଜୋନ୍‌ରେ ବିଜେପିକୁ ବିପୁଳ ସଫଳତା ମିଳିଛି।

ଦେଶର ପ୍ରମୁଖ ୩ ରାଜନୈତିକ ଦଳ ବିଜେପି, କଂଗ୍ରେସ ଏବଂ ଜେଡିଏସ୍‌ ଭୋଟ ହାତେଇବା ପାଇଁ କୌଣସି ପ୍ରକାରର ସୁଯୋଗ ଛାଡି ନଥିଲେ। କର୍ଣ୍ଣାଟକର ଶ୍ରୁରଙ୍ଗପାଟନା, ମହିଶୂର, କୁର୍ଗ ଏବଂ ମେଙ୍ଗାଲୁରୁର ମୋଟ ୯ଟି ବିଧାନସଭା କ୍ଷେତ୍ରକୁ ଟିପୁ ସୁଲ୍‌ତାନ୍‌ କ୍ଷେତ୍ର କୁହାଯାଏ। ଏଠାକାର ୬ଟି ଆସନ ଉପରେ ବିଜେପି ବାଜିମାତ୍‌ କରିଛି।

ଗତ ୫ବର୍ଷ ଭିତରେ କଂଗ୍ରେସ ଟିପୁ ସୁଲ୍‌ତାନ୍‌ଙ୍କୁ ଇତିହାସରୁ ବାହାର କରି ଏକ ରାଷ୍ଟ୍ରବାଦୀ ଛବି ଦେବାକୁ ପ୍ରୟାସ କରିଥିଲା। ଯଦିଓ ଏହା ବିରୋଧରେ କେନ୍ଦ୍ରରେ ଶାସନ କରୁଥିବା ଏବଂ ବିରୋଧୀ ଦଳ ବିଜେପି ବାହାରିଲା। କିନ୍ତୁ ଟିପୁ ସୁଲ୍‌ତାନ୍‌ଙ୍କ କ୍ଷେତ୍ରରେ କଂଗ୍ରେସ ଠିଆହେବା ସତ୍ତ୍ୱେ ଦଳକୁ ବିଜୟ ନମିଳିବାକୁ ନେଇ ଚର୍ଚ୍ଚା ହେଉଛି। ତେବେ ଟିପୁ ସୁଲତାନଙ୍କ କେଉଁ କେଉଁ ଅଞ୍ଚଳ ଉପରେ କଂଗ୍ରସ ପରିବର୍ତ୍ତେ ଅନ୍ୟ ବିରୋଧୀ ଦଳ ବାଜିମାତ୍‌ କରିଛି ଆସନ୍ତୁ ତା ଉପରେ ନଜର ପକାଇବା।

ଶ୍ରୁରଙ୍ଗପଟ୍ଟନା: ଏଠାରେ ୨୦୦୪ରୁ ଲଗାତାର ଜେଡିଏସ୍‌ ପ୍ରାର୍ଥୀ ଜିତୁଥିଲେ। ଏଥର ନିର୍ବାଚନରେ ମଧ୍ୟ ଜେଡିଏସ ତରଫରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରବୀନ୍ଦ୍ର ଶ୍ରୀକାନ୍ତଇୟା ଜିତିଛନ୍ତି।

ମହିଶୂର: ମହିଶୂର ୱାଦିଆର ବଂଶର କ୍ଷେତ୍ର ରହି ଆସିଛି। ଏଠାରେ ଥିବା ୩ ବିଧାନସଭା ଆସନ କୃଷ୍ଣାରାଜା, ଚମାରାଜା ଏବଂ ନରସିଂତ୍ମରାଜରେ ମୁସଲମାନ ସଂପ୍ରଦାୟର ଭୋଟର ସଂଖ୍ୟା ଅଧିକ। ଏଥର ବିଧାନସଭା ଆସନରେ କଂଗ୍ରେସ ସୈତ ପରିବାରର ତନବୀର ସୈତକୁ ବିଜୟ ମିଳିଛି। ଅନ୍ୟ ଦୁଇ ଆସନକୁ କଂଗ୍ରେସ ହାତକୁ ବିଜେପି ଛଡାଇନେଇଛି।

କୁର୍ଗ: ଟିପୁ ସୁଲ୍‌ତାନ୍‌ଙ୍କର ଅନ୍ୟ ଏକ ପ୍ରଭାବୀ କ୍ଷେତ୍ର କୁର୍ଗ ବା କୋଡାଗୁ। କର୍ଣ୍ଣାଟକର ଏହି ପାହାଡୀ ଅଞ୍ଚଳର ଅର୍ଥ ବ୍ୟବସ୍ଥା ପ୍ଲାନେଟେସନ ଉପରେ ନିର୍ଭରଶୀଳ। ଏହି ଜିଲ୍ଲାରେ ଦୁଇ ବିଧାନସଭା କ୍ଷେତ୍ର ରହିଛି। ବିରାଜପେଟ ଏବଂ ମାଦିକେରୀ। ଏଦି ଦୁଇ ସିଟ୍‌ରେ ଗତ ୧୫ବର୍ଷ ହେବ ବିଜେପି ବାଜିମାତ୍‌ କରୁଥିଲା। ଚଳିତଥର ମଧ୍ୟ ଏହା ଅପରିବର୍ତ୍ତିତ ରହିଛି।

ମେଙ୍ଗଲୁରୁ: ଟିପୁ ସୁଲତାନଙ୍କ ପ୍ରଭାବୀ କ୍ଷେତ୍ର ମଧ୍ୟରେ ମେଙ୍ଗାଲୁରୁ ଅନ୍ୟତମ। ଏହି ଜିଲ୍ଲାରେ ୩ ବିଧାନସଭା କ୍ଷେତ୍ର ରହିଛି। ସେଗୁଡିକ ହେଉଛି, ସିଟି ନର୍ଥ, ମେଙ୍ଗାଲୁରୁ ସିଟି ସାଉଥ୍‌ ଏବଂ ମେଙ୍ଗାଲୁରୁ। ଏହି ୩ଟି ସିଟ୍‌କୁ କଂଗ୍ରେସ ହାତରୁ ଛଡାଇନେଇଛି ବିଜେପି।

Related story