ଉପମୁଖ୍ୟମନ୍ତ୍ରୀଙ୍କ ପରିବାରର ୭ ଜଣଙ୍କୁ କରୋନା, ପୁଅଙ୍କ ଅବସ୍ଥା ସାଂଘାତିକ

ବେଙ୍ଗାଲୁରୁ: କର୍ଣ୍ଣାଟକା ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜୋଲଙ୍କ ପୂରା ପରିବାର କରୋନ ପଞ୍ଝାରେ ପଡ଼ିଛନ୍ତି। ତାଙ୍କ ପୁଅ ଗୋପାଲ କାରଜୋଲଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଚିକିତ୍ସା ପାଇଁ ବିମାନରେ ପଠାଯାଇଛି। ସେ ଦୀର୍ଘ ୨୪ ଦିନ ହେଲାଣି ବେଙ୍ଗାଲୁରୁ ସ୍ଥିତ ଗୋଟିଏ ହସ୍ପିଟାଲର ଭେଣ୍ଟିଲେଟର୍‌ରେ ଥିଲେ। ନିକଟରରେ କର୍ଣ୍ଣାଟକା ବିଧାନସଭା ଅଧିବେଶନ ବସିଥିଲା। ଏହି ସମୟରେ ଏକାଧିକ ବିଧାୟକ ଓ ମନ୍ତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଗୋବିନ୍ଦ […]

g

Hemant Lenka
  • Published: Monday, 19 October 2020
  • , Updated: 19 October 2020, 07:19 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକା ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜୋଲଙ୍କ ପୂରା ପରିବାର କରୋନ ପଞ୍ଝାରେ ପଡ଼ିଛନ୍ତି। ତାଙ୍କ ପୁଅ ଗୋପାଲ କାରଜୋଲଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଚିକିତ୍ସା ପାଇଁ ବିମାନରେ ପଠାଯାଇଛି। ସେ ଦୀର୍ଘ ୨୪ ଦିନ ହେଲାଣି ବେଙ୍ଗାଲୁରୁ ସ୍ଥିତ ଗୋଟିଏ ହସ୍ପିଟାଲର ଭେଣ୍ଟିଲେଟର୍‌ରେ ଥିଲେ।

ନିକଟରରେ କର୍ଣ୍ଣାଟକା ବିଧାନସଭା ଅଧିବେଶନ ବସିଥିଲା। ଏହି ସମୟରେ ଏକାଧିକ ବିଧାୟକ ଓ ମନ୍ତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଗୋବିନ୍ଦ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗୋବିନ୍ଦଙ୍କ ପରେ ତାଙ୍କ ପରିବାରର ୭ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିଜେ ଗୋବିନ୍ଦ ମଧ୍ୟ ୧୯ ଦିନ କାଳ ହସ୍ପିଟାଲରେ ଚିକିତ୍ସିତ ହୋଇ ନିକଟରେ ଘରକୁ ଫେରିଥିଲେ।

ଏବେ କର୍ଣ୍ଣାଟକାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହାର ସମୀକ୍ଷା କରିବାକୁ ସେ କରୋନା ପାଇଁ ଯାଇ ପାରୁ ନଥିବା ମଧ୍ୟ କହିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ମୋ ପୁଅ ଡା ଗୋପାଲ କାରଜୋଲ କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ୨୩ ଦିନ କାଳ ଭେଣ୍ଟିଲେଟର୍‌ରେ ରହିଥିଲେ। ନିକଟରେ ମୋ ପତ୍ନୀ ମଧ୍ୟ କରୋନା ଭାଇରସରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୁଁ ମଧ୍ୟ ୧୯ ଦିନ କାଳ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ରହିଥିଲି। ମୋ ପରିବାରର ସମସ୍ତ ୭ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Related story