ଏହି ୩ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକା ମନା

ବେଙ୍ଗାଲୁରୁ: କେନ୍ଦ୍ରର ଲକଡାଉନ ୪.୦ ଗାଇଡଲାଇନ ପରେ କର୍ଣ୍ଣାଟକା ସରକାର ମଧ୍ୟ ନିଜସ୍ୱ ନିୟମାବଳୀ ଜାରି କରିଛନ୍ତି। କର୍ଣ୍ଣାଟକା ସରକାର ଆନ୍ତଃରାଜ୍ୟ ବସ ଚଳାଚଳ ପାଇଁ ଅନୁମତି ଦେଇଥିଲେ ହେଁ ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡୁରୁ କୌଣସି ଲୋକ ରାଜ୍ୟ ମଧ୍ୟକୁ ଆସିପାରିବେ ନାହିଁ ବୋଲି କହିଛନ୍ତି। ମେ’ ୩୧ ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି କର୍ଣ୍ଣାଟକା ସରକାର ସୂଚନା ଦେଇଛନ୍ତି। ଏହି ୩ ରାଜ୍ୟ କରୋନା ଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ରାଜ୍ୟବାସୀଙ୍କ […]

dd

Hemant Lenka
  • Published: Monday, 18 May 2020
  • , Updated: 18 May 2020, 01:42 PM IST

ବେଙ୍ଗାଲୁରୁ: କେନ୍ଦ୍ରର ଲକଡାଉନ ୪.୦ ଗାଇଡଲାଇନ ପରେ କର୍ଣ୍ଣାଟକା ସରକାର ମଧ୍ୟ ନିଜସ୍ୱ ନିୟମାବଳୀ ଜାରି କରିଛନ୍ତି। କର୍ଣ୍ଣାଟକା ସରକାର ଆନ୍ତଃରାଜ୍ୟ ବସ ଚଳାଚଳ ପାଇଁ ଅନୁମତି ଦେଇଥିଲେ ହେଁ ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡୁରୁ କୌଣସି ଲୋକ ରାଜ୍ୟ ମଧ୍ୟକୁ ଆସିପାରିବେ ନାହିଁ ବୋଲି କହିଛନ୍ତି।

ମେ’ ୩୧ ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି କର୍ଣ୍ଣାଟକା ସରକାର ସୂଚନା ଦେଇଛନ୍ତି। ଏହି ୩ ରାଜ୍ୟ କରୋନା ଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ରାଜ୍ୟବାସୀଙ୍କ ପ୍ରତି ଏହି ରାଜ୍ୟର ଲୋକ ବିପଦ ସାଜିବାର ଆଶଙ୍କା ଥିବାରୁ କର୍ଣ୍ଣାଟକା ସରକାର ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।

ଗତକାଲି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିବା ବେଳେ ରାଜ୍ୟ-ରାଜ୍ୟ ସହମତି ଭିତ୍ତିରେ ବସ ଚଳାଚଳ କରିବାକୁ ଅନୁମତି ଦେଇଥିଲେ। ଏହାକୁ କର୍ଣ୍ଣାଟକା ସରକାର ପାଳନ କରିବାକୁ ଥିଲେ ହେଁ ୩ ରାଜ୍ୟ ଉପରେ ବ୍ୟାନ ଲଗାଇଛନ୍ତି। ଅନ୍ୟପକ୍ଷରେ ଆସନ୍ତାକାଲି ରାଜ୍ୟରେ ସମସ୍ତ ପାର୍କ ଖୋଲିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Related story