କର୍ଣ୍ଣାଟକା ରାଜନୀତି, ମେଣ୍ଟ ସରକାର ଓ ବିଜେପିର ଗଣିତ  

ବେଙ୍ଗାଲୁରୁ: ଅଡ଼ୁଆରେ କର୍ଣ୍ଣାଟକାର ମେଣ୍ଟ ସରକାର। କଂଗ୍ରେସ-ଜେଡିଏସର ୧୧ ବିଧାୟକ ଗତକାଲି ଇସ୍ତଫା ଦେବା ପରେ ସରକାର ଗଢ଼ିବା ପାଇଁ ରାଜନୀତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ଆମେରିକା ଗସ୍ତରେ ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ସେ ଫେରି ଆସୁଥିବା ଜଣାପଡ଼ିଛି। ଜୁଲାଇ ୧୨ ତାରିଖରେ ବିଧାନସଭା ଆରମ୍ଭ ହେଉଛି। ଏହା ପୂର୍ବରୁ କୁମାରସ୍ୱାମୀ ସରକାର ସୂତା ଖିଅରେ ଝୁଲୁଥିବା ଦେଖିବାକୁ ମିଳିଛି। ଏବେ ନଜର ପକାନ୍ତୁ କର୍ଣ୍ଣାଟକାରେ କାହା ପାଖରେ କେତେ ବିଧାୟକ […]

KARNATAKA GOVERNMENT

Subhransu Sekhar
  • Published: Sunday, 07 July 2019
  • , Updated: 07 July 2019, 03:02 PM IST
ବେଙ୍ଗାଲୁରୁ: ଅଡ଼ୁଆରେ କର୍ଣ୍ଣାଟକାର ମେଣ୍ଟ ସରକାର। କଂଗ୍ରେସ-ଜେଡିଏସର ୧୧ ବିଧାୟକ ଗତକାଲି ଇସ୍ତଫା ଦେବା ପରେ ସରକାର ଗଢ଼ିବା ପାଇଁ ରାଜନୀତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ଆମେରିକା ଗସ୍ତରେ ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ସେ ଫେରି ଆସୁଥିବା ଜଣାପଡ଼ିଛି। ଜୁଲାଇ ୧୨ ତାରିଖରେ ବିଧାନସଭା ଆରମ୍ଭ ହେଉଛି। ଏହା ପୂର୍ବରୁ କୁମାରସ୍ୱାମୀ ସରକାର ସୂତା ଖିଅରେ ଝୁଲୁଥିବା ଦେଖିବାକୁ ମିଳିଛି। ଏବେ ନଜର ପକାନ୍ତୁ କର୍ଣ୍ଣାଟକାରେ କାହା ପାଖରେ କେତେ ବିଧାୟକ ରହିଛନ୍ତି।

ବିଧାନସଭାରେ ବାଚସ୍ପତିଙ୍କୁ ମିଶାଇ ୨୨୫ ବିଧାୟକ ରହିଛନ୍ତି। ବହୁମତ ପାଇଁ ୧୧୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବାଚସ୍ପତି ଭୋଟ ଦେଇପାରିବେ ନାହିଁ ତେଣୁ ମୋଟ ବିଧାୟକ ସଂଖ୍ୟା ୨୨୪। ବିଜେପି ପାଖରେ ୧୦୫ ବିଧାୟକ ଥିବା ବେଳେ, କଂଗ୍ରେସ ପାଖରେ ୭୯ ଏବଂ ଜେଡିଏସ ପାଖରେ ଅଛନ୍ତି ୩୭ ଜଣ। ଏହା ଛଡ଼ା ବିଏସପିର ଜଣେ, ଜଣେ ସ୍ୱାଧୀନ ଏବଂ ଅନ୍ୟଜଣେ ମନୋନୀତ ସଦସ୍ୟ ଅଛନ୍ତି। କିନ୍ତୁ ଏହି ମନୋନୀତ ପ୍ରାର୍ଥୀ ଭୋଟ୍ ଦେଇ ପାରିବେ ନାହିଁ।

କଂଗ୍ରେସର ୭୯ ବିଧାୟକରୁ ଏଯାବତ ୯ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି। ଜୁଲାଇ ୧ରେ କଂଗ୍ରେସ ବିଧାୟକ ଆନନ୍ଦ ସିଂହ ପୂର୍ବରୁ ଇସ୍ତଫା ଦେଇଥିଲେ। ସେହିପରି ଜେଡିଏସର ୩୭ ଜଣ ବିଧାୟକଙ୍କ ମଧ୍ୟରୁ ୩ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି। ଯଦି ଏବେ ଏହି ୧୨ ବିଧାୟକଙ୍କ ଇସ୍ତଫା ଗୃହୀତ ହୋଇଯାଏ ତା'ହେଲେ ଜେଡିଏସ-କଂଗ୍ରେସ ମେଣ୍ଟର ବିଧାୟକ ସଂଖ୍ୟା ୧୦୩କୁ ଖସିଆସିବ। ତେବେ ଦୁଇ ସ୍ୱାଧୀନ ବିଧାୟକ ଏବଂ ଜଣେ ବିଏସପି ବିଧାୟକଙ୍କ ମେଣ୍ଟ ସରକାରଙ୍କ ପ୍ରତି ସମର୍ଥନ ରହିଛି। ତେଣୁ ଏବେ ମେଣ୍ଟ ସରକାର ପାଖରେ ମୋଟ ୧୦୬ ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟପକ୍ଷେ ୧୨ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକା ବିଧାନସଭାରେ ବିଧାୟକ ସଂଖ୍ୟା ୨୧୨ରେ ଆସି ପହଞ୍ଚିବ।

ବହୁମତ ପାଇଁ ଏବେ ୧୦୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏବେ କିନ୍ତୁ ମେଣ୍ଟ ସରକାର ପାଖରେ ୧୦୬ ବିଧାୟକ ରହିଛନ୍ତି ତେଣୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିପାରିବନି। ସେହିପରି ବିଜେପି ପାଖରେ ୧୦୫ ବିଧାୟକ ରହିଥିଲେ ମଧ୍ୟ ବହୁମତ ସାବ୍ୟସ୍ତ କରିପାରିବନି। ଏଭଳି ସ୍ଥିତିରେ ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି ଏବଂ ଦରକାର ପଡ଼ିଲେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ବୋଲି କୁହାଯାଉଛି।

Related story