ପଲଟିଲା ପାକିସ୍ତାନ, ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପ୍ରତିଶ୍ରୁତି ଧୂଆଁବାଣ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତୀୟ ସୀମାରେ ଥିବା କର୍ତ୍ତାରପୁର କରିଡରର ଉଦ୍‌ଘାଟନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ। ଏହା ପୂର୍ବରୁ ପାକିସ୍ତାନ ଫି’ ଛାଡ଼ ପ୍ରସଙ୍ଗରେ ପଲଟିଛି। ଯେଉଁ ଶ୍ରଦ୍ଧାଳୁମାନେ ଗୁରୁଜୀଙ୍କ ଦର୍ଶନ ପାଇଁ ଆସିବେ ସେମାନଙ୍କୁ ନିୟମ ଅନୁଯାୟୀ ଟଙ୍କା ଦେବାକୁ ପଡ଼ିବ ବୋଲି ଏବେ ପାକିସ୍ତାନ ସରକାର କହିଛି। ଅର୍ଥାତ୍ ପ୍ରତି ଭାରତୀୟ ଶ୍ରଦ୍ଧାଳୁଙ୍କ ପାଖରୁ ପାକିସ୍ତାନ ୨୦ ଡଲାର ଆଦାୟ କରିବ। ସୂଚନାଯୋଗ୍ୟ ନଭେମ୍ୱର ୧ରେ ଇମ୍ରାନ୍ ଖାନ୍ ଟୁଇଟ୍ […]

kartarpur

Subhransu Sekhar
  • Published: Friday, 08 November 2019
  • , Updated: 08 November 2019, 03:45 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତୀୟ ସୀମାରେ ଥିବା କର୍ତ୍ତାରପୁର କରିଡରର ଉଦ୍‌ଘାଟନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ। ଏହା ପୂର୍ବରୁ ପାକିସ୍ତାନ ଫି’ ଛାଡ଼ ପ୍ରସଙ୍ଗରେ ପଲଟିଛି। ଯେଉଁ ଶ୍ରଦ୍ଧାଳୁମାନେ ଗୁରୁଜୀଙ୍କ ଦର୍ଶନ ପାଇଁ ଆସିବେ ସେମାନଙ୍କୁ ନିୟମ ଅନୁଯାୟୀ ଟଙ୍କା ଦେବାକୁ ପଡ଼ିବ ବୋଲି ଏବେ ପାକିସ୍ତାନ ସରକାର କହିଛି। ଅର୍ଥାତ୍ ପ୍ରତି ଭାରତୀୟ ଶ୍ରଦ୍ଧାଳୁଙ୍କ ପାଖରୁ ପାକିସ୍ତାନ ୨୦ ଡଲାର ଆଦାୟ କରିବ।

ସୂଚନାଯୋଗ୍ୟ ନଭେମ୍ୱର ୧ରେ ଇମ୍ରାନ୍ ଖାନ୍ ଟୁଇଟ୍ କରି କହିଥିଲେ “କର୍ତ୍ତାରପୁର ଉଦଘାଟନ ଓ ଗୁରୁଜୀଙ୍କର ୫୫୦ତମ ଜୟନ୍ତୀ ଦିନ ଭାରତୀୟ ଶ୍ରଦ୍ଧାଳୁଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ। କର୍ତ୍ତାରପୁର କରିଡରକୁ ଯେଉଁ ଶ୍ରଦ୍ଧାଳୁମାନେ ଆସିବେ, ସେମାନଙ୍କ ପାଇଁ କୌଣସି ପ୍ରକାରର ଭିସା ଦରକାର ନାହିଁ। ସେମାନେ କେବଳ ନିଜ ସହ ବୈଧ ଥିବା ଏକ ପରିଚୟପତ୍ର ଆଣିବେ।” ଏବେ ପାକିସ୍ତାନ ସରକାର ଏହି ପ୍ରସଙ୍ଗରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରତିଶ୍ରୁତି ଧୂଆଁବାଣ ସଦୃଶ ହୋଇଛି।

ବୁଧବାର ମଧ୍ୟ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଅସିଫ୍ ଗଫୁର ଇମ୍ରାନଙ୍କ ମନ୍ତବ୍ୟକୁ ଖାରଜ କରିଥିଲେ। ଯେଉଁ ମାନେ କର୍ତ୍ତାରପୁର କରିଡ଼ର ଆସିବେ ସେମାନେ ଭିସା ଆଣିବା ଅନିର୍ବାର୍ଯ୍ୟ ବୋଲି ଗଫୁର କହିଥିଲେ। ଦେଶର ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରକାର ଢ଼ିଲା ଛାଡ଼ି ହେବ ନାହିଁ ବୋଲି ଗଫୁର କହିଥିଲେ।

Related story