ବାହାବେଦୀରୁ ଉଠି ଚାଲିଯାଇଥିଲେ କରୁଣାନିଧି, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଚେନ୍ନାଇ: ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧିଙ୍କର ଗତ ମଙ୍ଗଳବାର ପରଲୋକ ହୋଇଯାଇଛି। ଗତକାଲି ଚେନ୍ନାଇର ମରୀନା ବିଚ୍‌ରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। କରୁଣାନିଧି ତିନି ଜଣଙ୍କୁ ବାହା ହୋଇଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ନାଁ ପଦ୍ମାବତୀ। ତାଙ୍କର ପରଲୋକ ହୋଇସାରିଛି। ପଦ୍ମାବତୀଙ୍କ ସହିତ ତାଙ୍କର ବାହାଘର ବେଳେ ଏକ ରୋଚକ ଘଟଣା ଘଟିଥିଲା। ଇଂରାଜୀ ଖବରକାଗଜ ‘ଦ ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ୧୯୪୪ରେ କରୁଣାନିଧିଙ୍କର […]

karunanidhi8

Ordigital Desk
  • Published: Thursday, 09 August 2018
  • , Updated: 09 August 2018, 12:35 PM IST

ଚେନ୍ନାଇ: ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧିଙ୍କର ଗତ ମଙ୍ଗଳବାର ପରଲୋକ ହୋଇଯାଇଛି। ଗତକାଲି ଚେନ୍ନାଇର ମରୀନା ବିଚ୍‌ରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

କରୁଣାନିଧି ତିନି ଜଣଙ୍କୁ ବାହା ହୋଇଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ନାଁ ପଦ୍ମାବତୀ। ତାଙ୍କର ପରଲୋକ ହୋଇସାରିଛି। ପଦ୍ମାବତୀଙ୍କ ସହିତ ତାଙ୍କର ବାହାଘର ବେଳେ ଏକ ରୋଚକ ଘଟଣା ଘଟିଥିଲା।

ଇଂରାଜୀ ଖବରକାଗଜ ‘ଦ ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ୧୯୪୪ରେ କରୁଣାନିଧିଙ୍କର ପ୍ରଥମ ବିବାହ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା।

[caption id="attachment_261865" align="alignnone" width="780"] କରୁଣାନିଧିଙ୍କ ତିନି ପତ୍ନୀ। କଳା ଶାଢ଼ି ପିନ୍ଧିଥିବା ମହିଳା ତାଙ୍କ ପ୍ରଥମ ପତ୍ନୀ[/caption]

ବାହାଘର ଦିନ ସେ ବେଦୀରେ କନ୍ୟାକୁ ଅପେକ୍ଷା କରିଥିଲେ। ସେତେବେଳେ ‘ହିନ୍ଦୀ ଭାଷା’ ବିରୋଧୀ ଏକ ଶୋଭାଯାତ୍ରା ସେହି ବାଟ ଦେଇ ଯାଉଥିଲା।

କରୁଣାନିଧି ହଠାତ୍ ଉଠି ଯାଇ ‘ତାମିଲ ଜିନ୍ଦାବାଦ୍, ହିନ୍ଦୀ ମୁର୍ଦାବାଦ୍’ କହି ଦୌଡ଼ି ଗଲେ ଓ ଯାଇ ସେହି ଶୋଭାଯାତ୍ରାରେ ସାମିଲ ହୋଇଗଲେ। ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ।

ଅବଶ୍ୟ ପରେ ସଂପର୍କୀୟମାନେ ତାଙ୍କୁ ଯାଇ ଆଣିଥିଲେ ଓ ତାଙ୍କ ବାହାଘର ସଂପନ୍ନ ହୋଇଥିଲା।

ତା’ପରେ କରୁଣାନିଧି ଆଉ ଦୁଇ ଥର ବାହା ହୋଇଥିଲେ। ତାଙ୍କର ମୋଟ ୬ ଜଣ ସନ୍ତାନସନ୍ତତି। ଅବଶ୍ୟ ତାଙ୍କର ପ୍ରଥମ ପତ୍ନୀଙ୍କ ପୁଅ ଆଉ ଜୀବିତ ନାହାନ୍ତି।

Related story