କାଶ୍ମୀରକୁ ପାକିସ୍ତାନ ଠାରୁ କେହି ଅଲଗା କରିପାରିବେ ନାହିଁ: ପାକ୍ ସେନାଧ୍ୟକ୍ଷ

କରାଚି/ନୂଆଦିଲ୍ଲୀ: କାଶ୍ମୀରକୁ ପାକିସ୍ତାନ ଠାରୁ କେହି ଅଲଗା କରି ପାରିବେ ନାହିଁ। ବୁଧବାର ଏ କଥା କହିଛନ୍ତି ପାକିସ୍ତାନର ସେନା ମୁଖ୍ୟ ରାହୀଲ ଶରୀଫ। ସେ କହିଥିଲେ ଯେ ଭାରତ-ପାକିସ୍ତାନ ଭାଗବଣ୍ଟା ହେବା ବେଳେ କାଶ୍ମୀରକୁ ନେଇ କିଛି କରାଯାଇପାରି ନଥିଲା। କାଶ୍ମୀର ହେଉଛି ଭାରତ-ପାକିସ୍ତାନ ଭାଗବଣ୍ଟାର ଅଧୁରା ଏଜେଣ୍ଡା। ସେ କହିଥିଲେ, ପାକିସ୍ତାନ ସବୁ ବେଳେ ଶାନ୍ତି ଚାହେଁ। କାଶ୍ମୀର ବିବାଦର ସମାଧାନ ବି ଶାନ୍ତିପୂର୍ଣ୍ଣ ହେଉ ବୋଲି ଚାହେଁ। କିନ୍ତୁ କିଛି ଲୋକ ପାକିସ୍ତାନରେ […]

rahilshareef

Rakesh Mallick
  • Published: Wednesday, 03 June 2015
  • , Updated: 04 May 2017, 03:45 PM IST

କରାଚି/ନୂଆଦିଲ୍ଲୀ: କାଶ୍ମୀରକୁ ପାକିସ୍ତାନ ଠାରୁ କେହି ଅଲଗା କରି ପାରିବେ ନାହିଁ। ବୁଧବାର ଏ କଥା କହିଛନ୍ତି ପାକିସ୍ତାନର ସେନା ମୁଖ୍ୟ ରାହୀଲ ଶରୀଫ। ସେ କହିଥିଲେ ଯେ ଭାରତ-ପାକିସ୍ତାନ ଭାଗବଣ୍ଟା ହେବା ବେଳେ କାଶ୍ମୀରକୁ ନେଇ କିଛି କରାଯାଇପାରି ନଥିଲା। କାଶ୍ମୀର ହେଉଛି ଭାରତ-ପାକିସ୍ତାନ ଭାଗବଣ୍ଟାର ଅଧୁରା ଏଜେଣ୍ଡା।
ସେ କହିଥିଲେ, ପାକିସ୍ତାନ ସବୁ ବେଳେ ଶାନ୍ତି ଚାହେଁ। କାଶ୍ମୀର ବିବାଦର ସମାଧାନ ବି ଶାନ୍ତିପୂର୍ଣ୍ଣ ହେଉ ବୋଲି ଚାହେଁ। କିନ୍ତୁ କିଛି ଲୋକ ପାକିସ୍ତାନରେ ଅଶାନ୍ତି ଖେଳାଇବାକୁ ଚେଷ୍ଟା କରନ୍ତି। ଭାରତକୁ ଇଶାରା କରି ସେ ଏହା କହିଥିଲେ। ଅବଶ୍ୟ ସେ ଭାରତର ନାଁ ନେଇ ନଥିଲେ।

ଅନ୍ୟପକ୍ଷରେ ପାକିସ୍ତାନ ସେନାଧ୍ୟକ୍ଷଙ୍କ ଏହି ମନ୍ତବ୍ୟ ଉପରେ ବେଶ୍ ମଜାଳିଆ ପ୍ରତିକ୍ରିୟା ରଖିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର। ସେ କହିଛନ୍ତି ଯେ ‘ପାକିସ୍ତାନ କୋ ଲଗି ହେ ଆନ୍ଧ୍ର ବାଲି ମିର୍ଚୀ’। ଅର୍ଥାତ ପାକିସ୍ତାନ ଦେହରେ ଲାଗି ଯାଇଛି ଆନ୍ଧ୍ରର ଲଙ୍କା। ପାରିକର ପ୍ରଥମେ ଏ ନେଇ କୌଣସି ପ୍ରତିକ୍ରିୟା ରଖିବାକୁ ଚାହୁଁ ନଥିଲ। ସେ କହିଥିଲେ ଯେ ପାକିସ୍ତାନର କୌଣସି ମନ୍ତବ୍ୟର ଜବାବ ଦେବାର ଆବଶ୍ୟକତା ନାହିଁ। କିନ୍ତୁ ତା’ପରେ ସେ କହିଥିଲେ ଯେ ପାକିସ୍ତାନକୁ ତ ଲାଗିଯାଇଛି ଲଙ୍କା, ତାହା ପୁଣି ଆନ୍ଧ୍ର ଲଙ୍କା।

Related story