କଶ୍ମୀରବାସୀଙ୍କୁ କେବଳ ଇନ୍‌କମିଂ କଲ୍‌ ସୁବିଧା ମିଳିବ!

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣା ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସାମାନ୍ୟ କୋହଳ କରାଯିବ। କଶ୍ମୀରବାସୀମାନେ ପୁଣିଥରେ ମୋବାଇଲ ସେବା ପାଇବେ। ହେଲେ କଶ୍ମୀରବାସୀ ପୂର୍ବଭଳି ଇନ୍‌ କମିଂ ଏବଂ ଆଉଟ୍‌ ଗୋଇଂ କଲ୍‌ ସୁବିଧା ପାଇପାରିବେ ନାହିଁ। ସେମାନଙ୍କୁ କେବଳ ଇନ୍‌କମିଂ ଫୋନ କଲ୍‌ ସୁବିଧା ମିଳିବ। ଏହି କଟକଣା ଥିବା ଯାଏ ସେମାନେ ନିଜଆଡୁ କାହାରିକୁ ଫୋନ କରିପାରିବେ ନାହିଁ। ଏଭଳି ଏକ ତରଫା ସେବା […]

trw

Hemant Lenka
  • Published: Monday, 19 August 2019
  • , Updated: 19 August 2019, 05:53 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣା ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସାମାନ୍ୟ କୋହଳ କରାଯିବ। କଶ୍ମୀରବାସୀମାନେ ପୁଣିଥରେ ମୋବାଇଲ ସେବା ପାଇବେ।

ହେଲେ କଶ୍ମୀରବାସୀ ପୂର୍ବଭଳି ଇନ୍‌ କମିଂ ଏବଂ ଆଉଟ୍‌ ଗୋଇଂ କଲ୍‌ ସୁବିଧା ପାଇପାରିବେ ନାହିଁ। ସେମାନଙ୍କୁ କେବଳ ଇନ୍‌କମିଂ ଫୋନ କଲ୍‌ ସୁବିଧା ମିଳିବ। ଏହି କଟକଣା ଥିବା ଯାଏ ସେମାନେ ନିଜଆଡୁ କାହାରିକୁ ଫୋନ କରିପାରିବେ ନାହିଁ। ଏଭଳି ଏକ ତରଫା ସେବା ଯୋଗାଇ ଦେବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ଉଦ୍ୟମ କରୁଥିବା ଜଣାପଡ଼ିଛି।

ଆଜି ଜମ୍ମୁ-କଶ୍ମୀରର ପ୍ରାଥମିକ ଓ ମିଡିଲ୍‌ ସ୍କୁଲ ଖୋଲିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ହାଇସ୍କୁଲ ଓ କଲେଜ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଜମ୍ମୁ ଅଞ୍ଚଳ ଓ ରାଜଧାନୀ ଶ୍ରୀନଗରର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ ଏବଂ ଲ୍ୟାଣ୍ଡଲାଇନ୍‌ ସେବା ଆରମ୍ଭ ହୋଇଥିଲା। ତେବେ ଇଣ୍ଟରନେଟ୍‌ ଯୋଗୁ ସୋଶାଲ ମିଡିଆରେ କିଛି ଲୋକ ଅପପ୍ରଚାର ଆରମ୍ଭ କରିଥିଲେ।

ଏହି କାରଣରୁ ରବିବାର ପ୍ରଶାସନ ଇଣ୍ଟରନେଟ୍‌ ସେବା ଉପରେ ରୋକ୍ ଲଗାଇଥିଲା। ତେବେ ପୂର୍ବଭଳି ଲ୍ୟାଣ୍ଡଲାଇନ୍‌ ସେବା କାର୍ଯ୍ୟକ୍ଷମ ରହିଛି। ଏବେ ପ୍ରଶାସନ ମୋବାଇଲ ସେବା ଆରମ୍ଭ କରିବାକୁ ବିଚାର କରୁଛି। ପ୍ରାଥମିକ ଅବସ୍ଥାରେ ମୋବାଇଲ୍‌ ଗୁଡ଼ିକରେ କେବଳ ଇନକମିଂ କଲ୍‌ ସୁବିଧା ରହିବ। ଲୋକମାନେ ରାଜ୍ୟ ବାହାରୁ ଫୋନ୍‌ କଲ ଗ୍ରହଣ କରିପାରିବେ। କିନ୍ତୁ ଅନ୍ତର୍ଜାତୀୟ ଓ ଇଣ୍ଟରନେଟ ସେବା ଉପଲବ୍ଧ ହେବନାହିଁ।

Related story