ଅଗଷ୍ଟ ୧୫ ପରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଚଳିତ ବର୍ଷ ହିଁ ଅନୁଷ୍ଠିତ ହେବ। ପବିତ୍ର ଅମରନାଥ ଯାତ୍ରା ଶେଷ ହେବା ପରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି। ପବିତ୍ର ଅମରନାଥ ଯାତ୍ରା ଅଗଷ୍ଟ ୧୫ରେ ଶେଷ ହେବ। ତେଣୁ ଏହାପରେ ହିଁ ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି। ଗତବର୍ଷ ଜୁନ୍‌ ମାସରୁ ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ବିଜେପି ଓ ପିଡିପି ଏଠାରେ ସରକାର ଗଠନ କରିଥିଲେ। ହେଲେ ବିଜେପି […]

sq

Hemant Lenka
  • Published: Tuesday, 04 June 2019
  • , Updated: 04 June 2019, 09:45 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଚଳିତ ବର୍ଷ ହିଁ ଅନୁଷ୍ଠିତ ହେବ। ପବିତ୍ର ଅମରନାଥ ଯାତ୍ରା ଶେଷ ହେବା ପରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି। ପବିତ୍ର ଅମରନାଥ ଯାତ୍ରା ଅଗଷ୍ଟ ୧୫ରେ ଶେଷ ହେବ। ତେଣୁ ଏହାପରେ ହିଁ ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି।

ଗତବର୍ଷ ଜୁନ୍‌ ମାସରୁ ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ବିଜେପି ଓ ପିଡିପି ଏଠାରେ ସରକାର ଗଠନ କରିଥିଲେ। ହେଲେ ବିଜେପି ମେଣ୍ଟ ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଏହା ଭାଙ୍ଗି ଯାଇଥିଲା। ଡିସେମ୍ବର ଠାରୁ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।

Related story