ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣିଥରେ କଶ୍ମୀର ପ୍ରସଙ୍ଗରେ ସରକାରକୁ ସମାଲୋଚନା କରିଛନ୍ତି। କଶ୍ମୀରରେ ସରକାର ଯେଉଁଭଳି ଶାସନ ଚଳାଇଛନ୍ତି, ତାହା କେବେ ଗ୍ରହଣୀୟ ନୁହେଁ। ଗୁରୁବାର ରାତିରେ ଜମ୍ମୁ କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏହଂ ମେହବୁବା ମୁଫତିଙ୍କ ବିରୋଧରେ ସରକାର ପିଏସଏ ଲାଗୁ କରିଛନ୍ତି। ପିଏସଏ ଆଧାରରେ ଏହି ଦୁଇ ନେତା ଏବେ ଦୁଇ ବର୍ଷ ପାଇଁ ଜେଲରେ ରହିବେ। ଏହାପରେ ଅଧୀର ରଞ୍ଜନ ଆଜି ସକାଳୁ ସରକାରକୁ ଏଭଳି ସମାଲୋଚନା କରିଛନ୍ତି।
‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସଂସଦରେ ଉମର ଅବଦୁଲ୍ଲା ଏବଂ ମେହବୁବା ମୁଫତି ବାବଦରେ ଟିପ୍ପଣୀ ଦେଇଥିଲେ। ଏହାପରେ ରାତିରେ ତାଙ୍କ ବିରୋଧରେ ପବ୍ଲିକ ସେଫ୍ଟି ଆକ୍ଟ (ପିଏସଏ) ଲାଗୁ କରାଯାଇଛି। କଶ୍ମୀର ଉପରେ ଏଭଳି ଶାସନ ଲାଗୁ କରିପାରିବେନି ସରକାର। ଭୌଗଳିକ ଭାବରେ କଶ୍ମୀର ଆମ ସହିତ ରହିଛି। ହେଲେ ମାନସିକ ଭାବରେ ନାହିଁ’ ବୋଲି ଅଧୀର ରଞ୍ଜନ ଚୌଧୁରୀ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Politics
ଦିଲ୍ଲୀ ନିର୍ବାଚନ: ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; କରାୱାଲ ନଗରରୁ ଲଢ଼ିବେ କପିଲ ମିଶ୍ରା
ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। କରାୱାଲ ନଗରରୁ କପିଲ ମିଶ୍ରା, କୋଣ୍ଡଲିରୁ ଲଢ଼ିବେ ପ୍ରିୟଙ୍କା ଗୌତମ।
Politics
ମହାରାଷ୍ଟ୍ରରେ ଭାଙ୍ଗିଲା ବିରୋଧୀ ମେଣ୍ଟ! ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା
ଚଳିତ ବର୍ଷ ମହାରାଷ୍ଟ୍ରର ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆଉ ଦେଖିବାକୁ ମିଳିବନି ମହା ବିକାଶ ଅଘାଡ଼ି ମେଣ୍ଟ।
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।
National
୨୨ରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା, କାହିଁକି ୧୧ରେ ପାଳନ ହେଲା ବର୍ଷ ପୂର୍ତ୍ତି ?
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି।