ବାଷ୍ପରୁଦ୍ଧ କଣ୍ଠରେ ବର୍ଷିଲେ କଶ୍ମିରୀ ଝିଅ ସୁନନ୍ଦା, ବଖାଣିଲେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର କୋହଭରା କଥା

ୱାଶିଂଟନ୍‌: ଧାରା ୩୭୦ ଉଚ୍ଛେଦ ପରେ ଆମେରିକାରେ ଜମ୍ମୁ-କଶ୍ମୀର ସମ୍ପର୍କିତ ଭାରତ ବିରୋଧୀ ପୃଷ୍ଠା ପୃଷ୍ଠା ଖବର ପ୍ରକାଶ ପାଇବା ପରେ କଶ୍ମୀରର ଆଉ ଏକ ଦିଗ ଏବେ ସାମ୍ନାକୁ ଆସିଛି। କଶ୍ମୀରୀ ସ୍ତମ୍ଭକାର ସୁନନ୍ଦା ବଶିଷ୍ଠ ଆମେରିକା କଂଗ୍ରେସରେ ବଖାଣିଛନ୍ତି ନିଜେ ନିଭାଇଥିବା ଏବଂ କେବେ ମଧ୍ୟ ଭୁଲିବାକୁ ନଥିବା ଅକୁହା କଥା। ୧୯୯୦ ମସିହାରେ କିଭଳି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହୋଇଥିଲା ଏବଂ ଇସ୍‌ଲାମିକ୍‌ ଉଗ୍ରପନ୍ଥୀ ଓ କଟ୍ଟରପନ୍ଥୀମାନେ କିଭଳି ଭୟଙ୍କର କାଣ୍ଡ ଭିଆଇଥିଲେ […]

sunanda

sunanda

Subrat Kumar Nayak
  • Published: Friday, 15 November 2019
  • Updated: 15 November 2019, 09:55 PM IST

Sports

Latest News

ୱାଶିଂଟନ୍‌: ଧାରା ୩୭୦ ଉଚ୍ଛେଦ ପରେ ଆମେରିକାରେ ଜମ୍ମୁ-କଶ୍ମୀର ସମ୍ପର୍କିତ ଭାରତ ବିରୋଧୀ ପୃଷ୍ଠା ପୃଷ୍ଠା ଖବର ପ୍ରକାଶ ପାଇବା ପରେ କଶ୍ମୀରର ଆଉ ଏକ ଦିଗ ଏବେ ସାମ୍ନାକୁ ଆସିଛି। କଶ୍ମୀରୀ ସ୍ତମ୍ଭକାର ସୁନନ୍ଦା ବଶିଷ୍ଠ ଆମେରିକା କଂଗ୍ରେସରେ ବଖାଣିଛନ୍ତି ନିଜେ ନିଭାଇଥିବା ଏବଂ କେବେ ମଧ୍ୟ ଭୁଲିବାକୁ ନଥିବା ଅକୁହା କଥା। ୧୯୯୦ ମସିହାରେ କିଭଳି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହୋଇଥିଲା ଏବଂ ଇସ୍‌ଲାମିକ୍‌ ଉଗ୍ରପନ୍ଥୀ ଓ କଟ୍ଟରପନ୍ଥୀମାନେ କିଭଳି ଭୟଙ୍କର କାଣ୍ଡ ଭିଆଇଥିଲେ ସେ ବାବଦରେ ସୁନନ୍ଦା ହୃଦୟ ଖୋଲି କହିଛନ୍ତି।

ସୁନନ୍ଦା କହିଛନ୍ତି, “ଆମେ ୩୦ ବର୍ଷ ତଳେ ଆଇଏସ୍‌ଆଇଏସ୍‌ ଭଳି ନିର୍ଯାତନା ସେହି ସମୟରେ ଦେଖିଛୁ ଯେତେବେଳେ ପଶ୍ଚିମ ଦେଶମାନେ ଇସ୍‌ଲାମିକ୍‌ ଆତଙ୍କବାଦ କ’ଣ ଜାଣିନଥିଲେ। ମାନବାଧିକାରର ସେହି ଓକିଲମାନେ କୁଆଡ଼େ ଯାଇଥିଲେ ଯେତେବେଳେ ମୋ ଅଧିକାର ଛଡ଼ାଇ ନିଆଯାଇଥିଲା। ୧୯୯୦ ଜାନୁଆରୀ ୧୯ ତାରିଖ ରାତିରେ ସେମାନେ କୁଆଡ଼େ ଯାଇଥିଲେ ଯେତେବେଳେ କଶ୍ମୀର ମସଜିଦ୍‌ରୁ ଘୋଷଣା କରାଗଲା ସେମାନେ କେବଳ ହିନ୍ଦୁ ମହିଳାଙ୍କୁ ଚାହାନ୍ତି, ପୁରୁଷମାନେ ଚାଲିଯା’ନ୍ତୁ। ସେତେବେଳେ ସେମାନେ କେଉଁଠି ଥିଲେ ଯେତେବେଳେ ମୋ ଜେଜେବାପା କୁରାଢ଼ୀ ଏବଂ ଛୁରୀ ସହ ମୋତେ ଏବଂ ମୋ ମା’ଙ୍କୁ ହତ୍ୟା କରିବାକୁ ଛିଡ଼ା ହୋଇଥିଲେ। କାରଣ ସେ ଚାହୁଁନଥିଲେ ଆମ ସହ ତାହା ଘଟୁ ଯାହା ଅନ୍ୟ ମହିଳାଙ୍କ ସହ ଘଟି ସାରିଥିଲା।”
https://youtu.be/V6jPw6HiJ0g
ସେ କହିଛନ୍ତି, “ମୁଁ କଶ୍ମୀରର ସେହି ହିନ୍ଦୁଙ୍କ ମଧ୍ୟରୁ ଜଣେ ଯେଉଁମାନଙ୍କୁ ସ୍ୱାଧୀନ ଭାରତରେ ସବୁଠାରୁ କଦର୍ଯ୍ୟ ଅତ୍ୟାଚାରର ସାମ୍ନା କରିବାକୁ ପଡ଼ିଥିଲା।” ଏପରି ଆରମ୍ଭ କରି ସେ ବିଭିନ୍ନ ଲୋକଙ୍କର କିଭଳି ଜୀବନ ନେବା ସହ ଭୟର ବାତାବରଣ ଖେଳିଯାଇଥିଲା ସେ ବାବଦରେ ବଖାଣିଥିଲେ। ସେ କହିଥିଲେ, “ବିକେ ଗଞ୍ଜୁ ନାମକ ଜଣେ ବ୍ୟକ୍ତିଙ୍କୁ ରୋଷେଇ ହେବାକୁ ଥିବା ପାତ୍ର ଭିତରେ ଲୁଚିଥିବା ଅବସ୍ଥାରା ମରାଯାଇଥିଲା ଏବଂ କିଭଳି ସେହି ରକ୍ତ ଭିଜା ଭାତ ତାଙ୍କ ପତ୍ନୀଙ୍କୁ ଖାଇବାକୁ ଦିଆଯାଇଥିଲା। ଗଞ୍ଜୁଙ୍କ ଅପରାଧ ଥିଲା ତାଙ୍କ ଧାର୍ମିକ ବିଶ୍ୱାସ।”

ସେଦିନର ଘଟଣା ବଖାଣି ସେ କୁହନ୍ତି, “ସେ ଆଜି ବଞ୍ଚିଥା’ନ୍ତେ ଯଦି ତାଙ୍କ ପଡ଼ୋଶୀ ତାଙ୍କ ଠିକଣା କହିନଥା’ନ୍ତେ। ଏହି ରୋଷେଇ ପାତ୍ର ଭିତରେ ହିଁ ସେ ଥିଲେ ଯେତେବେଳେ ଗୁଳି ମାଡ଼ ହେଲା। ଆଉ ସେହି ରକ୍ତ ଭିଜା ଭାତକୁ ତାଙ୍କ ପତ୍ନୀ ଖାଇବାକୁ ବାଧ୍ୟ କରାଯାଇଥିଲା।”

ନିଜକୁ ଗର୍ବିତ କଶ୍ମୀରର ଝିଅ କହିବା ସହ ସେ କହିଥିଲେ, “୩୭୦ ଉଚ୍ଛେଦ ପରେ ମାନବାଧିକାର ପୁନର୍ବାର ଅବସ୍ଥାପିତ ହୋଇଛି। ଭାରତର ଅନ୍ୟ ପ୍ରାନ୍ତ ପରି ଏଠାକାର ଲୋକେ ସମାନ ଅଧିକାର ପାଇଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି, ଆତଙ୍କବାଦ ମୋତେ ମୋ ଘରଠାରୁ ଅଲଗା କରିଦେଇଛି। ମୁଁ ଆଶା କରୁଛି ମୋର ଏବଂ ମୋ ଧର୍ମର ଲୋକଙ୍କ ମାନବାଧିକାର ପୁଣି ଅବସ୍ଥାପିତ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story