କାଶ୍ମୀରରେ ଗୁଳି ବିନିମୟ: ଜଣେ ଯବାନ ଶହୀଦ, ୨ଆତଙ୍କୀ ନିହତ
ଜମ୍ମୁ: କାଶ୍ମୀରର ବାନ୍ଦୀପୁର ଅଞ୍ଚଳରେ ଆଜି ସକାଳେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ବାନ୍ଦୀପୁର ଅଞ୍ଚଳରେ ଆତଙ୍କବାଦୀମାନେ ଏକ ଘରେ ଛପି ରହିଥିବା ସୁରକ୍ଷାକର୍ମୀଙ୍କୁ ଗତକାଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ସୂଚନାକୁ ଆଧାର କରି ସୁରକ୍ଷାକର୍ମୀମାନେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସେହିପରି ଆଜି ଜମ୍ମୁ ଓ କାଶ୍ମୀରର ସୋପୋର ଅଞ୍ଚଳରେ ମଧ୍ୟ […]
ଜମ୍ମୁ: କାଶ୍ମୀରର ବାନ୍ଦୀପୁର ଅଞ୍ଚଳରେ ଆଜି ସକାଳେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି।
ବାନ୍ଦୀପୁର ଅଞ୍ଚଳରେ ଆତଙ୍କବାଦୀମାନେ ଏକ ଘରେ ଛପି ରହିଥିବା ସୁରକ୍ଷାକର୍ମୀଙ୍କୁ ଗତକାଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ସୂଚନାକୁ ଆଧାର କରି ସୁରକ୍ଷାକର୍ମୀମାନେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
ସେହିପରି ଆଜି ଜମ୍ମୁ ଓ କାଶ୍ମୀରର ସୋପୋର ଅଞ୍ଚଳରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ହୋଇଛି।