ଶ୍ରୀନଗର: କାଶ୍ମୀରରେ ଲାଗି ରହିଥିବା ହିଂସା ମଧ୍ୟରେ ଭାରତୀୟ ସେନା ‘ଅପରେସନ୍ କାମ୍ ଡାଉନ୍’ରେ ସାମିଲ୍ ହୋଇଛି। ଆତଙ୍କବାଦୀଙ୍କୁ ନିପାତ କରିବା ଓ ଆନ୍ଦୋଳନକାରୀଙ୍କୁ କାବୁ କରିବା ପାଇଁ ଆରମ୍ଭ ହୋଇଥିବା ଅପରେନ୍ ‘କାମ୍ ଡାଉନ୍’କୁ ଦୃଷ୍ଟିରେ ରଖି ସେନା ଦକ୍ଷିଣ କାଶ୍ମୀରକୁ ଗୋଟିଏ ବିଗ୍ରେଡ୍ ପଠାଇଛି।
ଦକ୍ଷିଣ କାଶ୍ମୀରର ଚାରୋଟି ଜିଲ୍ଲା-ପୁଲୱାମା, ଶୋପିୟା, ଅନନ୍ତନାଗ ଓ କୁଲୱାମାରେ ସେନା ମୁତୟନ କରାଯାଇଛି। ଘାଟିରେ ହିଂସା ବ୍ୟାପୁଥିବାରୁ ଦକ୍ଷିଣ କାଶ୍ମୀର ଜିଲ୍ଲା ଗୁଡ଼ିକ ବେଶୀ ମାତ୍ରାରେ ପ୍ରଭାବିତ ହେଉଛି।
ଗତ ଜୁଲାଇ ୮ରେ ହିଜବୁଲ୍ ମୁଜାହିଦ୍ଦିନ୍ କମାଣ୍ଡର ବୁରହାନ୍ ୱାନିଙ୍କ ମୃତ୍ୟୁ ପରେ ଘାଟିରେ ହଂସା ବ୍ୟାପିଥିଲା।