ଶ୍ରୀନଗର: କଶ୍ମୀର କେଶରକୁ ଭୌଗୋଳିକ ସୂଚକ ଟ୍ୟାଗ୍ ବା ଜିଆଇ ଟ୍ୟାଗ୍ ମିଳିଛି। କେନ୍ଦ୍ର ସରକାର ଏହି ଜିଆଇ ଟ୍ୟାଗର ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜିସି ମୁର୍ମୁ କହିଛନ୍ତି ଯେ, ଏହା କଶ୍ମୀରୀଙ୍କ ପାଇଁ ଐତିହାସିକ ଦିନ।
ଜଣେ ଅଧିକାରୀ କହିଛନ୍ତି, ଜିଆଇ ସାର୍ଟିଫିକେଟ୍ ପରେ ନକଲି କେଶରର ବିକ୍ରି ଉପରେ ରୋକ୍ ଲାଗିବ। ଏଯାବତ ୨୫୦୦ ହେକ୍ଟର କ୍ଷେତ୍ରକୁ ନବୀକରଣ କରାଯାଇଛି ଏବଂ ଚଳିତ ଋତୁରେ ଅଧିକରୁ ଅଧିକ କେଶର ଉତ୍ପାଦନ ହେବ ବୋଲି ଆଶା ରହିଛି।
ଜମ୍ମୁ କଶ୍ମୀରର ଏଲଜି କହିଛନ୍ତି, କଶ୍ମୀର ଉପତ୍ୟକାରେ ଜନ୍ମ ହୋଇଥିବା କେସର ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଆଇ ଟ୍ୟାଗ୍ ସହିତ କଶ୍ମୀର କେଶର ରପ୍ତାନୀ ବଜାରରେ ଅଧିକ ପ୍ରତିଷ୍ଠିତ ହେବ ଏବଂ ଚାଷୀଙ୍କୁ ଏହାର ସର୍ବୋତ୍ତମ ମୂଲ୍ୟ ମିଳିବାରେ ସହାୟକ ହେବ।
ସୂଚନାଯୋଗ୍ୟ, କଶ୍ମୀରର ଏଲଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମୁର୍ମୁ କେଶରକୁ ଜିଆଇ ଟ୍ୟାଗ ମିଳିବା ନେଇ ବ୍ୟକ୍ତିଗତ ଭାବରେ ଚେଷ୍ଟା କରୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Politics
ଦିଲ୍ଲୀ ନିର୍ବାଚନ: ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; କରାୱାଲ ନଗରରୁ ଲଢ଼ିବେ କପିଲ ମିଶ୍ରା
ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। କରାୱାଲ ନଗରରୁ କପିଲ ମିଶ୍ରା, କୋଣ୍ଡଲିରୁ ଲଢ଼ିବେ ପ୍ରିୟଙ୍କା ଗୌତମ।
Politics
ମହାରାଷ୍ଟ୍ରରେ ଭାଙ୍ଗିଲା ବିରୋଧୀ ମେଣ୍ଟ! ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା
ଚଳିତ ବର୍ଷ ମହାରାଷ୍ଟ୍ରର ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆଉ ଦେଖିବାକୁ ମିଳିବନି ମହା ବିକାଶ ଅଘାଡ଼ି ମେଣ୍ଟ।
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।
National
୨୨ରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା, କାହିଁକି ୧୧ରେ ପାଳନ ହେଲା ବର୍ଷ ପୂର୍ତ୍ତି ?
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି।