କଶ୍ମୀରୀ ଶ୍ରମିକଙ୍କ ବସଯାତ୍ରା ପାଇଁ ୧. ୮୦ ଲକ୍ଷ ଟଙ୍କା ଭଡ଼ା ଦେଲେ ଦୁଇ ଭାଇ

ପୁଟପର୍ତ୍ତି: ଲକଡାଉନ୍ ବେଳେ ଆନ୍ଧ୍ରପ୍ରଦେଶ ପୁଟପର୍ତ୍ତିରେ ଫସି ହୋଇ ରହିଥିବା ୮୦ କଶ୍ମୀରୀ ଶ୍ରମିକଙ୍କ ପାଇଁ ସାହା ହୋଇଛନ୍ତି ସ୍ଥାନୀୟ ବ୍ୟବସାୟୀ ତଥା ଦୁଇ ଭାଇ ରାମ ଓ ଲକ୍ଷ୍ମଣ। ୮୦ ପ୍ରବାସୀ ଶ୍ରମିକମାନେ ୪୩୬ କିଲୋମିଟରରେ ଥିବା ହାଇଦ୍ରାବାଦ ରେଳ ଷ୍ଟେସନ ଯିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ଏଥିପାଇଁ ୧ ଲକ୍ଷ ୮୨ ହଜାର ଟଙ୍କା ଦେୟ ଦେବାକୁ କହିଥିଲା ଆନ୍ଧ୍ର ପ୍ରଦେଶ ସରକାରଙ୍କ ପରିବହନ ବିଭାଗ। ଲକଡାଉନ୍ ପାଇଁ ଦୁଇ ମାସ ହେବ ଫସି […]

KASHMIRI LABOUR BUS FAIR

Subhransu Sekhar
  • Published: Monday, 18 May 2020
  • , Updated: 18 May 2020, 07:39 PM IST

ପୁଟପର୍ତ୍ତି: ଲକଡାଉନ୍ ବେଳେ ଆନ୍ଧ୍ରପ୍ରଦେଶ ପୁଟପର୍ତ୍ତିରେ ଫସି ହୋଇ ରହିଥିବା ୮୦ କଶ୍ମୀରୀ ଶ୍ରମିକଙ୍କ ପାଇଁ ସାହା ହୋଇଛନ୍ତି ସ୍ଥାନୀୟ ବ୍ୟବସାୟୀ ତଥା ଦୁଇ ଭାଇ ରାମ ଓ ଲକ୍ଷ୍ମଣ। ୮୦ ପ୍ରବାସୀ ଶ୍ରମିକମାନେ ୪୩୬ କିଲୋମିଟରରେ ଥିବା ହାଇଦ୍ରାବାଦ ରେଳ ଷ୍ଟେସନ ଯିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ଏଥିପାଇଁ ୧ ଲକ୍ଷ ୮୨ ହଜାର ଟଙ୍କା ଦେୟ ଦେବାକୁ କହିଥିଲା ଆନ୍ଧ୍ର ପ୍ରଦେଶ ସରକାରଙ୍କ ପରିବହନ ବିଭାଗ।

ଲକଡାଉନ୍ ପାଇଁ ଦୁଇ ମାସ ହେବ ଫସି ହୋଇ ରହିଥିବା ୮୦ କଶ୍ମୀରୀ ଶ୍ରମିକ ଭଡ଼ା ଶୁଣିବା ପରେ ତାଜୁବ ହୋଇଯାଇଥିଲେ। ଏହାପରେ ସମସ୍ତ ଆଶା ଛାଡ଼ି ନିରାଶ ହୋଇଯାଇଥିଲେ। ପରେ ସ୍ଥାନୀୟ ବ୍ୟବସାୟୀ ରାମ ଏବଂ ଲକ୍ଷଣ (ଦୁଇ ଭାଇ)ଙ୍କ କାନରେ କଶ୍ମୀରୀ ଶ୍ରମିକଙ୍କ ଦୁଃଖ ପଡ଼ିଥିଲା। ଏହାପରେ ଦୁଇ ଭାଇ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ସହିତ କଥା ହୋଇ ବସ୍ ଭଡ଼ା ଯୋଗାଡ଼ କରି ହାଇଦ୍ରାବାଦ ଷ୍ଟେସନକୁ ପଠାଇଛନ୍ତି।

ଦୁଇ ଭାଇ ରାମ ଏବଂ ଲକ୍ଷ୍ମଣଙ୍କର ପେଟ୍ରୋଲ ପମ୍ପ, ଗହଣା ଦୋକାନ ଆଦି ରହିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ ଲକ୍ଷ୍ମଣ କହିଛନ୍ତି ୮୦ ପ୍ରବାସୀ ଶ୍ରମିକମାନେ ଆମ ଭାଇ। ଦୀର୍ଘ ୨୦ ବର୍ଷ ହେବ ସେମାନେ ଏଠି ରହିଆସୁଛନ୍ତି। ତାଙ୍କୁ ସାହାଯ୍ୟ କରିବା ନିହାତି ଦରକରା ଥିଲା। ସେଥିପାଇଁ ଆମେ ଦୁଇ ଭାଇ ମିଶି ୧.୮୨ ହଜାର ଟଙ୍କା ଦେଇଛୁ ବୋଲି ସେ କହିଛନ୍ତି।

କଶ୍ମୀରୀ ଶ୍ରମିକ ତାରିକ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କୁ ଛାଡ଼ିବା ପାଇଁ ସରକାର ମାଗଣା ବସ୍ ଯୋଗାଇଦେବେ ବୋଲି କହିଛନ୍ତି। ହେଲେ ଆମେ ବସରେ ଯିବା କଥା କହିବାରୁ ପ୍ରତି ବସର ଯିବା ଆସିବା ଖର୍ଚ୍ଚ ୬୫ ହଜାର ଟଙ୍କା ଦେବାକୁ ହେବ ବୋଲି ପ୍ରଶାସନ କହିଥିଲା। ସାମାଜିକ ଦୂରତା ପାଳନ କରି ସମସ୍ତଙ୍କୁ ୪୩୬ କିଲୋମିଟର ରାସ୍ତା ନିଆଯିବ। ଏଥିପାଇଁ ୩ଟି ବସ ଯିବ। ତେଣୁ ୧ ଲକ୍ଷ ୮୨ ହଜାର ଟଙ୍କା ଦେବାକୁ ହେବ ବୋଲି ଆନ୍ଧ୍ର ସରକାରଙ୍କ ବସ ଦାୟିତ୍ୱରେ ଥିବା ଅଧିକାରୀ କହିଥିଲେ। ଏହାପରେ ରାଓ ଭାଇ (ରାମ ଏବଂ ଲକ୍ଷ୍ମଣ) ସହଯୋଗର ହାତ ବଢ଼ାଇଛନ୍ତି ବୋଲି ତାରିକ କହିଛନ୍ତି।

Related story