ଶସ୍ତା ହେବ କାଶ୍ମୀର ସେଓ

ଜମ୍ମୁ: ଯିଏ କାଶ୍ମୀର ସେଓ ଖାଇଛି, ତାକୁ ଅନ୍ୟ କୌଣସି ସ୍ଥାନର ସେଓ ପସନ୍ଦ ଆସିବ ନାହିଁ। ଏହା ଦେଖିବାକୁ ଯେମିତି ସୁନ୍ଦର ସ୍ୱାଦ ମଧ୍ୟ ସେପରି। କାଶ୍ମୀର ସେଓ (ବିଶେଷ କରି ରେଡ ଡିଲିଶିୟସ୍‌)କୁ ଭଲ ପାଉଥିବା ଗ୍ରାହକଙ୍କ ପାଇଁ ରହିଛି ଏକ ଖୁସି ଖବର। ଚଳିତବର୍ଷ ରେଡ ଡିଲିଶିୟସ୍‌ର ମୂଲ୍ୟ କମ ରହିଛି। ଅଧିକ ଉତ୍ପାଦନ କାରଣରୁ ଏହି ସେଓ ଶସ୍ତାରେ ମିଳୁଛି। ପୂର୍ବରୁ ରେଡ ଡିଲିଶିୟସ୍‌ ମୂଲ୍ୟ ପେଟିକୁ ୮୫୦ରୁ ୯୦୦ ଟଙ୍କା […]

Red Delicious

Ordigital Desk
  • Published: Wednesday, 29 November 2017
  • , Updated: 29 November 2017, 05:56 PM IST

ଜମ୍ମୁ: ଯିଏ କାଶ୍ମୀର ସେଓ ଖାଇଛି, ତାକୁ ଅନ୍ୟ କୌଣସି ସ୍ଥାନର ସେଓ ପସନ୍ଦ ଆସିବ ନାହିଁ। ଏହା ଦେଖିବାକୁ ଯେମିତି ସୁନ୍ଦର ସ୍ୱାଦ ମଧ୍ୟ ସେପରି। କାଶ୍ମୀର ସେଓ (ବିଶେଷ କରି ରେଡ ଡିଲିଶିୟସ୍‌)କୁ ଭଲ ପାଉଥିବା ଗ୍ରାହକଙ୍କ ପାଇଁ ରହିଛି ଏକ ଖୁସି ଖବର। ଚଳିତବର୍ଷ ରେଡ ଡିଲିଶିୟସ୍‌ର ମୂଲ୍ୟ କମ ରହିଛି। ଅଧିକ ଉତ୍ପାଦନ କାରଣରୁ ଏହି ସେଓ ଶସ୍ତାରେ ମିଳୁଛି। ପୂର୍ବରୁ ରେଡ ଡିଲିଶିୟସ୍‌ ମୂଲ୍ୟ ପେଟିକୁ ୮୫୦ରୁ ୯୦୦ ଟଙ୍କା ଥିବା ବେଳେ ଚଳିତବର୍ଷ ଏହା ୭୦୦ରୁ ୭୫୦ ଟଙ୍କାକୁ ଖସି ଆସିଛି। ଏହା ଗ୍ରାହକମାନଙ୍କ ପାଇଁ ଭଲ ଖବର ହୋଇଥିବା ବେଳେ ସେଓ ଚାଷୀ କ୍ଷତି ସହୁଥିବା କୁହାଯାଉଛି।

ଜମ୍ମୁ ଫୁଡ ଆସୋସିଏସନ ସଭାପତି ରାଜେଶ ଗୁପ୍ତା କହିଛନ୍ତି, ରେଡ ଡିଲିଶିୟସ୍‌ ଉତ୍ପାଦନ ଗତବର୍ଷଠାରୁ ୩୦ ପ୍ରତିଶତ ଅଧିକ ହୋଇଛି। ବଜାରରେ ଏହି ସେଓ ବହୁତ ପରିମାଣରେ ମହଜୁଦ ରହୁଛି। ଫଳରେ ଏହାର ମୂଲ୍ୟରେ ହ୍ରାସ ଘଟିଛି।

ସେଓର ରାଣୀ ରେଡ ଡିଲିଶିୟସ୍‌

କାଶ୍ମୀରରେ ରେଡ ଡିଲିଶିୟସ୍‌ ସମେତ ଶିରାନ, ହଜରତ ବାଲି, ଥୋକ ଲାଲ, ଅମରୀ ଶିରିନ, ଆମେରିକାନ ଓ ମହାରାଜି କିସମର ସେଓ ଚାଷ କରାଯାଇଥିଏ। ହେଲେ ରେଡ ଡିଲିଶିୟସ୍‌ ହେଉଛି କାଶ୍ମୀର ସେଓଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଓ ମୁଖ୍ୟ ଉତ୍ପାଦନ। ପୂରା କାଶ୍ମୀରରେ ୨୦ ଲକ୍ଷରୁ ଅଧିକ ବଗିଚାରେ ସେଓ ଚାଷ କରାଯାଇଥାଏ। ସବୁ ସେଓ ବିକ୍ରି ପାଇଁ ଜମ୍ମୁ ଆସିଥାଏ। ଜମ୍ମୁ ମଣ୍ଡିରୁ ଏହା ଅନ୍ୟ ରାଜ୍ୟକୁ ରପ୍ତାନୀ ହୋଇଥାଏ। ଏବେ କାଶ୍ମୀର ମଣ୍ଡିରୁ ବି ସେଓ ଅନ୍ୟ ରାଜ୍ୟକୁ ବିକ୍ରି ହେଉଛି।

ପୂର୍ବରୁ ଜମ୍ମୁ ମଣ୍ଡିରୁ ଦିଲ୍ଲୀକୁ ସେଓ ଆସି ସାରା ରାଜ୍ୟକୁ ରପ୍ତାନୀ ହେଉଥିଲା। ଏବେ ଜମ୍ମୁରୁ ବେଙ୍ଗାଲୁରୁ ଓ ମୁମ୍ବାଇ ଦେଇ ମଧ୍ୟ ସେଓ ରପ୍ତାନୀ କରାଯାଉଛି। ଫଳରେ ଅନ୍ୟ ରାଜ୍ୟରେ ସେଓ ପହଞ୍ଚିବାରେ ସୁବିଧା ହେଉଛି। ପୂର୍ବରୁ କେବଳ ଦିଲ୍ଲୀ ଦେଇ ସେଓ ରପ୍ତାନୀ ହେଉଥିବାରୁ ଠିକଣା ସ୍ଥାନରେ ପହଞ୍ଚିବାକୁ ଗୋଟେ ସପ୍ତାହରୁ ଅଧିକ ସମୟ ଲାଗି ଯାଉଥିଲା। ହେଲେ ଏଣିକି ୩ରୁ ୪ ଦିନ ମଧ୍ୟରେ ଠିକଣା ସ୍ଥାନରେ ବେପାରୀଙ୍କ ପାଖରେ ପହଞ୍ଚି ଯାଉଛି। ଫଳରେ ଗ୍ରାହକ ସତେଜ ସେଓ ପାଇପାରୁଛନ୍ତି।

Related story