କାଶ୍ମୀର ଓ ହିମାଞ୍ଚଳ ପ୍ରଦେଶରେ ତୁଷାର ଝଡ଼ ଆଲର୍ଟ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରେ ଭାରତର କେତେକ ଅଞ୍ଚଳରେ  ତୁଷାର ପାତ ଦେଖିବାକୁ ମିଳିଛି। ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଉତ୍ତରାଖଣ୍ଡର ପାହାଡ଼ିଆ  ଅଞ୍ଚଳରେ  ବରଫ ପାତ ଦେଖିବାକୁ ମିଳିଛି।  ହିମାଞ୍ଚଳ ପ୍ରଦେଶ  ଓ ଜମ୍ମୁ ଓ କାଶ୍ମୀରର କେତେକ ଅଞ୍ଚଳରେ ଆଜି  ତୁଷାର ଝଡ଼ ହେବ ବୋଲି ମୌସୁମି ବିଭାଗ ପକ୍ଷରୁ  ଆର୍ଲଟ ଜାରି କରାଯାଇଛି। ବିଶେଷ କରି  ତୁଷାର ପାତ ପାହାଡିଆ ଅଞ୍ଚଳରେ ଦେଖିବାକୁ ମିଳୁଛି। ପାହାଡ଼ ଓ ରାସ୍ତାଘାଟରେ  ବରଫର ଚାଦର ଦେଖିବାକୁ  ମିଳୁଛି। […]

himachalapradesh

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 11:15 AM IST

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରେ ଭାରତର କେତେକ ଅଞ୍ଚଳରେ  ତୁଷାର ପାତ ଦେଖିବାକୁ ମିଳିଛି। ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଉତ୍ତରାଖଣ୍ଡର ପାହାଡ଼ିଆ  ଅଞ୍ଚଳରେ  ବରଫ ପାତ ଦେଖିବାକୁ ମିଳିଛି।  ହିମାଞ୍ଚଳ ପ୍ରଦେଶ  ଓ ଜମ୍ମୁ ଓ କାଶ୍ମୀରର କେତେକ ଅଞ୍ଚଳରେ ଆଜି  ତୁଷାର ଝଡ଼ ହେବ ବୋଲି ମୌସୁମି ବିଭାଗ ପକ୍ଷରୁ  ଆର୍ଲଟ ଜାରି କରାଯାଇଛି।

ବିଶେଷ କରି  ତୁଷାର ପାତ ପାହାଡିଆ ଅଞ୍ଚଳରେ ଦେଖିବାକୁ ମିଳୁଛି। ପାହାଡ଼ ଓ ରାସ୍ତାଘାଟରେ  ବରଫର ଚାଦର ଦେଖିବାକୁ  ମିଳୁଛି। ସମାନ  ଦୃଶ୍ୟ ମନାଲିରେ ମଧ୍ୟ ଦେଖିବାକୁ ମିଳୁଛି। ସେଠାରେ ୨୪ ଘଣ୍ଟା ତୁଷାର ପାତ ହେଉଛି।

ତୁଷାରପାତ  ଯୋଗୁଁ ଜମ୍ମୁ  ଓ କାଶ୍ମୀରେ  ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୁଇଦିନ  ଧରି ଜମ୍ମୁ  ଓ କାଶ୍ମୀରେ ଜାତୀୟ ରାଜପଥ ବନ୍ଦ ରହିଛି। ମନାଲିରେ ବି ସମାନ ସ୍ଥିତି ରହିଛି।

Related story