କାଶ୍ମୀରରେ ଜାରି ରହିଛି ହଂସା, ଘାଟିରେ ବିଏସ୍‌ଏଫ୍‌ ମୁତୟନ

ନୂଆଦିଲ୍ଲୀ: ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀରରେ ହିଂସା ଲାଗି ରହିଛି। ଘାଟିର ଅନେକ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିଛି। ୧୧ ବର୍ଷ ପରେ ପୁଣି ଥରେ ଶାନ୍ତି ଫେରାଇ ଆଣିବା ଉଦ୍ଦେଶ୍ୟରେ କାଶ୍ମୀର ଘାଟିରେ ବିଏସ୍‌ଏଫ୍‌ଙ୍କୁ ମୁତୟନ କରାଯାଇଛି। କେନ୍ଦ୍ର ସରକାର ଘାଟିରେ ସୀମା ସୁରକ୍ଷା ବଳର ୨୬୦୦ ଯବାନ୍‌ଙ୍କୁ ନିୟୋଜିତ କରିଛନ୍ତି। ଜଣେ ପୋଲିସ୍ ଅଧିକାରୀଙ୍କ କହିଛନ୍ତି,“ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ଲାଲ୍‌ ଚୌକ୍‌ ଓ ଏହାର […]

kashmir

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 02:09 PM IST

ନୂଆଦିଲ୍ଲୀ: ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀରରେ ହିଂସା ଲାଗି ରହିଛି। ଘାଟିର ଅନେକ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିଛି। ୧୧ ବର୍ଷ ପରେ ପୁଣି ଥରେ ଶାନ୍ତି ଫେରାଇ ଆଣିବା ଉଦ୍ଦେଶ୍ୟରେ କାଶ୍ମୀର ଘାଟିରେ ବିଏସ୍‌ଏଫ୍‌ଙ୍କୁ ମୁତୟନ କରାଯାଇଛି। କେନ୍ଦ୍ର ସରକାର ଘାଟିରେ ସୀମା ସୁରକ୍ଷା ବଳର ୨୬୦୦ ଯବାନ୍‌ଙ୍କୁ ନିୟୋଜିତ କରିଛନ୍ତି।

ଜଣେ ପୋଲିସ୍ ଅଧିକାରୀଙ୍କ କହିଛନ୍ତି,“ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ଲାଲ୍‌ ଚୌକ୍‌ ଓ ଏହାର ଆଖପାଖ ଅଞ୍ଚଳରେ ବିଏସ୍‌ଏଫ୍  କର୍ମୀଙ୍କୁ ରଖାଯାଇଛି।”

ଏହାପୂର୍ବରୁ  ୯୦ ଦଶକରେ  କାଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି  ବିଏସ୍‌ଏଫ୍‌ଙ୍କୁ ମୁତୟନ କରାଯାଇଥିଲା।  ସ୍ଥାନୀୟ ଲୋକଙ୍କ ମନରେ ବିଏସ୍‌ଏଫ୍‌ ଯବାନଙ୍କ ଛବି କଠୋର ରହିଛି।  ୨୦୦୫ରେ ବିଏସ୍‌ ଏଫ୍‌ ବଦଳରେ କାଶ୍ମୀରରେ ସିଆର୍‌ପିଏଫ୍‌ ମୁତୟନ କରାଯାଇଥିଲା।

Related story