କେଜ୍ରିୱାଲଙ୍କୁ ଝଟକା: ଦିଲ୍ଲୀର ପୋଲିସ ବ୍ୟବସ୍ଥା ଓ ଜମିଜମା ଉପରେ କେନ୍ଦ୍ର ନେବ ଅନ୍ତିମ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ପୋଲିସ, ଜମି ଓ ଆଇନ ବ୍ୟବସ୍ଥା ସମ୍ପର୍କୀତ ମାମଲାରେ କେନ୍ଦ୍ର ଅନ୍ତିମ ନିଷ୍ପତ୍ତି ନେବ। ଆଜି ଏପରି ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଅଦାଲତ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। କୋର୍ଟଙ୍କ ଏହି ରାୟ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଝଟକା ଲାଗିଛି। ସମ୍ବିଧାନର ଧାରା ୨୩୯(ଏଏ) ଅନୁସାରେ ଭାରତର କେନ୍ଦ୍ର ଶାସିତ ଅଞ୍ଚଳରେ ପୋଲିସ, ଆଇନ ବ୍ୟବସ୍ଥା […]

delhic

Rakesh Mallick
  • Published: Thursday, 04 August 2016
  • , Updated: 04 August 2016, 12:31 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପୋଲିସ, ଜମି ଓ ଆଇନ ବ୍ୟବସ୍ଥା ସମ୍ପର୍କୀତ ମାମଲାରେ କେନ୍ଦ୍ର ଅନ୍ତିମ ନିଷ୍ପତ୍ତି ନେବ। ଆଜି ଏପରି ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଅଦାଲତ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। କୋର୍ଟଙ୍କ ଏହି ରାୟ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଝଟକା ଲାଗିଛି।

ସମ୍ବିଧାନର ଧାରା ୨୩୯(ଏଏ) ଅନୁସାରେ ଭାରତର କେନ୍ଦ୍ର ଶାସିତ ଅଞ୍ଚଳରେ ପୋଲିସ, ଆଇନ ବ୍ୟବସ୍ଥା ଓ ଜମିଜମା ମାମଲା କେନ୍ଦ୍ର ସରକାରଙ୍କ ହାତରେ ରହିବା ଉଲ୍ଲେଖ ରହିଛି।

କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଲାଗି ରହିଛି। ଗତ ମେ ୨୪ରେ ଦିଲ୍ଲୀ ହାଇକୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ।

ହାଇକୋର୍ଟଙ୍କ ରାୟ ବିରୋଧରେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟ ଯିବାକୁ ଆପ୍‌ ପ୍ରବକ୍ତା ଆଶୁତୋଷ ଗୁପ୍ତା କହିଛନ୍ତି।

Related story