ଘର ପୋଡ଼ି ଯାଇଥିବା ପରିବାରକୁ କେଜ୍ରିଓ୍ୱାଲ ସରକାରଙ୍କ ସହାୟତା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ଯେଉଁମାନଙ୍କ ଘର ଜଳି ଯାଇଛି ସେମାନଙ୍କୁ ଆର୍ଥିକ ସହଯୋଗର ହାତ ବଢ଼ାଇଛନ୍ତି କେଜ୍ରିଓ୍ୱାଲ ସରକାର। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନିଜେ ପ୍ରେସ କନଫରେନସ କରି ସହାୟତା ବାବଦରେ ଘୋଷଣା କରିଛନ୍ତି। ଆବଶ୍ୟକ ପଡ଼ିଲେ ବାସହରା ହୋଇଥିବା ଲୋକଙ୍କ ପାଇଁ ଟେଣ୍ଟ ବନ୍ଧାଯିବ ବୋଲି ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି। ହିଂସାରେ ଯେଉଁ ଲୋକଙ୍କ ଘର ପୋଡ଼ି ଯାଇଛି ସେମାନଙ୍କୁ ଦିଲ୍ଲୀ ସରକାର ୨୫ ହଜାର ଟଙ୍କା ଦେବ। ଶନିବାର ପାଖରୁ ଏହି ଟଙ୍କା […]

KEJRIWAL

Subhransu Sekhar
  • Published: Friday, 28 February 2020
  • , Updated: 28 February 2020, 07:29 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ଯେଉଁମାନଙ୍କ ଘର ଜଳି ଯାଇଛି ସେମାନଙ୍କୁ ଆର୍ଥିକ ସହଯୋଗର ହାତ ବଢ଼ାଇଛନ୍ତି କେଜ୍ରିଓ୍ୱାଲ ସରକାର। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନିଜେ ପ୍ରେସ କନଫରେନସ କରି ସହାୟତା ବାବଦରେ ଘୋଷଣା କରିଛନ୍ତି। ଆବଶ୍ୟକ ପଡ଼ିଲେ ବାସହରା ହୋଇଥିବା ଲୋକଙ୍କ ପାଇଁ ଟେଣ୍ଟ ବନ୍ଧାଯିବ ବୋଲି ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି।

ହିଂସାରେ ଯେଉଁ ଲୋକଙ୍କ ଘର ପୋଡ଼ି ଯାଇଛି ସେମାନଙ୍କୁ ଦିଲ୍ଲୀ ସରକାର ୨୫ ହଜାର ଟଙ୍କା ଦେବ। ଶନିବାର ପାଖରୁ ଏହି ଟଙ୍କା ମିଳିବ। ଏହାସହିତ ବାସହରା ଲୋକଙ୍କ ରହିବା ପାଇଁ କମ୍ୟୁନିଟି ସେଣ୍ଟରରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର। ଯଦି ଆବଶ୍ୟକ ପଡ଼ିବ ତା’ହେଲେ ଟେଣ୍ଟ ବାନ୍ଧି ଲୋକଙ୍କ ରହିବା ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି। ଯଦି ଆବଶ୍ୟକ ପଡ଼ିବ ତାହେଲେ ଉତ୍ତର ପୂର୍ବ ଜିଲ୍ଲାପାଳଙ୍କ ସହ ଲୋକମାନେ ସମ୍ପର୍କ କରିପାରିବେ।

ଉତ୍ତର ପୂର୍ବ ଦିଲ୍ଲୀରେ ୪ଟି ସବ୍ ଡିଭିଜନ ରହିଛି। ସାଧାରତଃ ଭାବରେ ୪ ଜଣ ସବ୍ ମାଜିଷ୍ଟ୍ରେଟ ରହିଥାନ୍ତି। ହେଲେ ଏବେର ସ୍ଥିତିକୁ ଦେଖି ୧୮ ଜଣ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ନିଯୁକ୍ତ କରାଯାଇଛି। ଏହି ସମସ୍ତ ଜଣ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝି ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କେଜ୍ରିଓ୍ୱାଲ କହିଛନ୍ତି। କିଛି ଦିନ ମଧ୍ୟରେ ଲୋକଙ୍କ ଖାଇବା ପିଇବାର ବ୍ୟବସ୍ଥା ସରକାର କରିବେ ବୋଲି ସେ କହିଛନ୍ତି।

Related story