କେରଳରୁ ଆସିଲା ଖୁସି ଖବର, ସକ୍ରିୟ ରୋଗୀଙ୍କ ଅପେକ୍ଷା ସୁସ୍ଥ ହେଲେଣି ଅଧିକ

ଥିରୁଭନନ୍ତପୁରମ: କରୋନା ମହାମାରୀ ଭିତରେ କେରଳରୁ ଖୁସି ଖବର ସାମ୍ନାକୁ ଆସିଛି। କେରଳରେ କରୋନା ରୋଗୀ ଦ୍ରୁତ ଗତିରେ ସୁସ୍ଥ ହେବାରେ ଲାଗିଛନ୍ତି। ସ୍ଥିତି ଏମିତି ହୋଇଛି ଯେ ସକ୍ରିୟ କରୋନା ରୋଗୀଙ୍କ ଅପେକ୍ଷା ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକଙ୍କ ସଂଖ୍ୟା ଅଧିକ। ଏପରି ସ୍ଥିତି ସୃଷ୍ଟି କରିବାରେ କେରଳ ଦେଶର ପ୍ରଥମ ରାଜ୍ୟ ହୋଇଛି। ସୋମବାର ସୁଦ୍ଧା କେରଳରେ ୧୭୮ ଜଣ କରୋନା ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହା ତୁଳନାରେ ୧୯୮ […]

co

Hemant Lenka
  • Published: Monday, 13 April 2020
  • , Updated: 13 April 2020, 08:05 PM IST

ଥିରୁଭନନ୍ତପୁରମ: କରୋନା ମହାମାରୀ ଭିତରେ କେରଳରୁ ଖୁସି ଖବର ସାମ୍ନାକୁ ଆସିଛି। କେରଳରେ କରୋନା ରୋଗୀ ଦ୍ରୁତ ଗତିରେ ସୁସ୍ଥ ହେବାରେ ଲାଗିଛନ୍ତି। ସ୍ଥିତି ଏମିତି ହୋଇଛି ଯେ ସକ୍ରିୟ କରୋନା ରୋଗୀଙ୍କ ଅପେକ୍ଷା ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକଙ୍କ ସଂଖ୍ୟା ଅଧିକ।

ଏପରି ସ୍ଥିତି ସୃଷ୍ଟି କରିବାରେ କେରଳ ଦେଶର ପ୍ରଥମ ରାଜ୍ୟ ହୋଇଛି। ସୋମବାର ସୁଦ୍ଧା କେରଳରେ ୧୭୮ ଜଣ କରୋନା ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହା ତୁଳନାରେ ୧୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଠାରେ ମାତ୍ର ୩ ଜଣଙ୍କ ମୃତ୍ୟୁ ଘଟିଛି।

ଗତ ୧୪ ଦିନ ହେଲା କେରଳର କିଛି ଜିଲ୍ଲାରେ ଆଦୌ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ଏହି କେରଳରେ ଦେଶର ପ୍ରଥମ କରୋନା ରୋଗୀ ଜାନୁଆରୀ ୩୦ରେ ଚିହ୍ନଟ ହୋଇଥିଲେ। ଦେଶରେ ଏଯାଏ ୯୮୦ ଜଣ ସୁସ୍ଥ ହୋଇଥିବା ବେଳେ ୩୨୪ ଜଣଙ୍କ ମୃତ୍ୟୁ ଘଟିଛି।

Related story