ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆରେ ଶଶି ଥରୁର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏନେଇ କେରଳ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବାର ଅଛି ବୋଲି ସୂଚନା ମିଳିଛି। ଶଶି ତାଙ୍କ ଦଳର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶଙ୍କ ସମର୍ଥନରେ ଏହି କଥା କହିଥିଲେ। ଶଶି ଜୟରାମଙ୍କୁ ସମର୍ଥନ ଦେବା ସହ ଗଠନମୂଳକ ସମାଲୋଚନା କଥା କହିଥିଲେ। ଜୟରାମ କହିଥିଲେ, ମୋଦିଙ୍କ ଶାସନ ‘ସମ୍ପୂର୍ଣ୍ଣ ନକାରାତ୍ମକ’ […]

sashi

Subrat Kumar Nayak
  • Published: Tuesday, 27 August 2019
  • , Updated: 27 August 2019, 05:49 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏନେଇ କେରଳ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବାର ଅଛି ବୋଲି ସୂଚନା ମିଳିଛି। ଶଶି ତାଙ୍କ ଦଳର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶଙ୍କ ସମର୍ଥନରେ ଏହି କଥା କହିଥିଲେ। ଶଶି ଜୟରାମଙ୍କୁ ସମର୍ଥନ ଦେବା ସହ ଗଠନମୂଳକ ସମାଲୋଚନା କଥା କହିଥିଲେ।

ଜୟରାମ କହିଥିଲେ, ମୋଦିଙ୍କ ଶାସନ ‘ସମ୍ପୂର୍ଣ୍ଣ ନକାରାତ୍ମକ’ ନୁହେଁ। ସେ କରିଥିବା କିଛି ଭଲ କାମକୁ ସ୍ୱୀକାର ନ କରିବା ଏବଂ ବିଭିନ୍ନ ସମୟରେ ତାଙ୍କୁ ଖଳନାୟକ ଭାବେ ଚିତ୍ରଣ କରିବାରୁ ଆମକୁ କିଛି ଫାଇଦା ହେବାର ନାହିଁ। ସେ କହିଥିଲେ, ୨୦୧୪ରୁ ୨୦୧୯ ମଧ୍ୟରେ ସେ କ’ଣ କରିଥିଲେ ଯାହାଫଳରେ କ୍ଷମତାକୁ ଫେରିଲେ ତାହା ଭାବିବାର ସମୟ ଆସିଛି।

ଶଶି ଥରୁର କହିଥିଲେ, ମୁଁ ୬ ବର୍ଷ ହେବ କହି ଆସୁଛି ଯଦି ମୋଦି କିଛି ଠିକ୍‌ କାମ କରୁଛନ୍ତି ବା ଠିକ୍‌ କଥା କହୁଛନ୍ତି ତାହାଲେ ତା’ର ପ୍ରଶଂସା ମଧ୍ୟ କରିବା ଉଚିତ। ଏହାଫଳରେ ସେ କରିଥିବା ଭୁଲ କରିବା ସମୟରେ ଆମେ ଏହାର ଆଲୋଚନା କଲେ ଏହାର ବିଶ୍ୱସନୀୟତା ରହିବ। ମୁଁ ଅନ୍ୟ ନେତାମାନଙ୍କଠାରୁ ମଧ୍ୟ ସମାନ କଥା ଆଶା ରଖୁଛି।
https://twitter.com/ShashiTharoor/status/1166291181191348226

ଅନ୍ୟପକ୍ଷରେ କେରଳ କଂଗ୍ରେସ ପକ୍ଷରୁ ଶଶିଙ୍କୁ ଉତ୍ତର ମଗାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକାଯାଇଛି। କେରଳ କଂଗ୍ରେସ ଅଧ୍ୟକ୍ଷ ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ୍‌ କହିଛନ୍ତି, ଆମେ ନିଷ୍ପତ୍ତି ନେଇ ସାରିଛୁ ତାଙ୍କୁ ଉତ୍ତର ମାଗିବୁ। ଏହା ଆଧାରରେ କାର୍ଯ୍ୟାନୁଷ୍ଠାନ ନେବୁ। କେହି ମଧ୍ୟ କଂଗ୍ରେସରେ ଥାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିବା ଉଚିତ ନୁହେଁ। ଏହାକୁ ଦଳ ସ୍ୱୀକାର କରିବ ନାହିଁ। ଜଣେ କଂଗ୍ରେସ ସାଂସଦ ମୁରଲୀଧରନ୍‌ କହିଛନ୍ତି, କେରଳରେ ଦଳ ତାଙ୍କ ପରେ ଅସନ୍ତୁଷ୍ଟ ଅଛି। ଶଶି ମନେ ରଖିବା ଦରକାର ବିଜେପି ସଂଖ୍ୟାଲଘୁ ବିରୋଧୀ। ଶଶିଙ୍କୁ ସବୁ ବର୍ଗର ଲୋକେ ଭୋଟ୍‌ ଦେଇ ଜିତାଇଛନ୍ତି।

Related story