ଥିରୁଭନନ୍ତପୁରମ: କରୋନା ସଂକ୍ରମଣ ମଧ୍ୟରେ ମଧ୍ୟପ୍ରାଚ୍ୟ ଦେଶରେ ଅନେକ ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରିଛନ୍ତି। ତେବେ କେରଳ ସରକାର ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ରାଜ୍ୟକୁ ଫେରୁଥିବା ଲୋକଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି।
କେରଳକୁ ମଧ୍ୟପ୍ରାଚ୍ୟ ଦେଶରୁ ଆସୁଥିବା ଲୋକଙ୍କ ପାଇଁ କରୋନା ଟେଷ୍ଟର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ଯେଉଁମାନଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଥିବ, ସେମାନେ ହିଁ ଚାର୍ଟାର୍ଡା ବିମାନରେ କେରଳକୁ ଆସିପାରିବେ ବୋଲି ସରକାର କହିଛନ୍ତି।
ମଧ୍ୟପ୍ରାଚ୍ୟ ଦେଶରୁ ଫେରୁଥିବା ୩ରୁ ୬% କେରଳବାସୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।