ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୯ ମୃତ, ମୃତକଙ୍କ ମଧ୍ୟରେ ୨ ପାଇଲଟ୍
ଥିରୁଅନନ୍ତପୁରମ: କେରଳ କୋଝିକୋଡ ବିମାନ ବନ୍ଦର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୯ ରେ ପହଞ୍ଚିଛି। ବର୍ତ୍ତମାନ ମଧ୍ୟ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଆହତ ଏବଂ ମୃତକଙ୍କ ବାବଦରେ ସୂଚନା ଜାଣିବା ପାଇଁ ଏୟାର ଇଣ୍ଡିଆ ବିମାନ କର୍ତ୍ତୃପକ୍ଷ ହେଲ୍ପ ଲାଇନ୍ ନମ୍ୱର (୦୫୬୫୪୬୩୯୦୩) ଜାରି କରିଛନ୍ତି। ମୃତକଙ୍କ ମଧ୍ୟରେ ପୂର୍ବତନ ବାୟୁସେନା ଟେଷ୍ଟ ପାଇଲଟ୍ କ୍ୟାପଟେନ୍ ଡିଭି ସାଥେ ଏବଂ ତାଙ୍କ ସହାୟକ ପାଇଲଟ୍ ମଧ୍ୟ ଅଛନ୍ତି।
ଦୁବାଇରୁ କେରଳର କୋଝିକୋଡକୁ ଆସୁଥିଲା ଏହି ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX-1344)। ସଂଧ୍ୟା ବେଳେ ଏହି ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ବିମାନଟି ଅବତରଣ କରିବା ବେଳେ କ୍ରାସ କରିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୋଝିକୋଡ ବିମାନ ବନ୍ଦର କାରିପୁର ବିମାନବନ୍ଦର ଭାବରେ ଜଣାଶୁଣା। ଦୁବାଇରୁ କାଝିକୋଡ୍ ଆସିବା ପରେ ପ୍ରଥମ ଅବତରଣ ପ୍ରୟାସରେ ବିଫଳ ହୋଇଥିଲା। ଏହାପରେ ପୁଣି ବୁଲିଆସି କ୍ରାଶ୍ ଲ୍ୟାଣ୍ଡ କରିଥିଲା।
ଏଇଭଳି କ୍ରାଶ୍ ଲ୍ୟାଣ୍ଡ କରିଥିଲା #AirIndiaExpress । ଦୁବାଇରୁ କାଝିକୋଡ୍ ଆସିବା ପରେ ପ୍ରଥମ ଅବତରଣ ପ୍ରୟାସରେ ବିଫଳ ହୋଇଥିଲା। ଏହାପରେ ପୁଣି ବୁଲିଆସି କ୍ରାଶ୍ ଲ୍ୟାଣ୍ଡ କରିଥିଲା। ଏହି ବିମାନ ଦୁଇ ଖଣ୍ଡ ହୋଇଯାଇଛି। ୧୪ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି।
ଭିଡିଓ – ( @flightradar24 ) pic.twitter.com/icK7ZTJ0xi— Odisha Reporter (@OdishaReporter) August 7, 2020
ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ବିମାନଟି କାରିପୁର ବିମାନବନ୍ଦରର ରନୱେରେ ଅବତରଣ କରିବା ପରେ fuselage (ବିମାନର ବଡ଼ି)ଟି ଦୁଇ ଖଣ୍ଡ ହୋଇଯାଇଥିଲା। ବିମାନରେ ନିଆଁ ଲାଗି ନ ଥିବା ଜଣାପଡ଼ିଛି। ଏହି ବିମାନଟି “ବନ୍ଦେ ଭାରତ” ମିଶନର ଏକ ଅଂଶ ଥିଲା ଯାହା ବିଦେଶରେ ଥିବା ଭାରତୀୟଙ୍କୁ ନେଇ ଆସୁଥିଲା। ବିଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଭାରତ ସରକାର “ବନ୍ଦେ ଭାରତ” ଜରିଆରେ ଭାରତୀୟଙ୍କୁ ସ୍ୱଦେଶ ଆଣୁଛନ୍ତି। ହେଲେ ଘର ପହଞ୍ଚିବା ପୂର୍ବରୁ ବିମାନ ବନ୍ଦରରେ ଏଭଳି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ।
କେରଳ କୋଝିକଡ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଅବତରଣ କରିବା ବେଳେ କ୍ରାଶ୍ କରିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। #AirIndia #planecrash #kerala pic.twitter.com/k54Z7iV0NL
— Odisha Reporter (@OdishaReporter) August 7, 2020
କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଟୁଇଟ୍ କରି କହିଛନ୍ତି, କାରିପୁରର କୋଝିକୋଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଦୁର୍ଘଟଣା ଘଟିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର ଏବଂ ଚିକିତ୍ସା ସହାୟତା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।
ସେହିପରି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି, ଏୟାର ଇଣ୍ଡିଆ ଏକ୍ସପ୍ରେସଟି ଦୁବାଇରୁ କାରିପୁର ଆସୁଥିଲା। ବିମାନରେ ୧୯୫ ଜଣ ଥିଲେ। ପ୍ରବଳ ବର୍ଷା କାରଣରୁ ୨୦୦୦ ମିଟର ପର୍ଯ୍ୟନ୍ତ ଦେଖା ଯାଉଥିଲା। ରନୱେ ୧୦ରେ ବିମାନଟି ଅବତରଣ କରିଥିଲା। ଏହାପରେ ବିମାନଟି ରନୱେ ଠାରୁ ୩୦ ଫୁଟ ତଳକୁ ଖସିଯିବାର ଦୁଇ ଖଣ୍ଡ ହୋଇଛି। ଏହି ଦୁର୍ଘଟଣାରେ ଡିଜିସିଏ ତଦନ୍ତ ନିର୍ଦ୍ଦେଶ ଦେଇଛି।
ବିମାନ ଦୁର୍ଘଟଣାସ୍ଥଳରେ ସମସ୍ତ ଉଦ୍ଧାର କାର୍ଯ୍ୟ ସରିଛି। ଆହତଙ୍କୁ ମାଲାପ୍ପୁରମ୍ ଏବଂ କୋଝିକୋଡ୍ ହସ୍ପିଟାଲ ନିଆଯାଇଥିବା ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ @vijayanpinarayi । ଡିଜିସିଏର ସୂଚନା ଅନୁଯାୟୀ, କ୍ରାଶ୍ ଲ୍ୟାଣ୍ଡିଂରେ ମୃତ୍ୟୁ ସଂଖ୍ୟା ୧୬ ରହିଛି। #AirIndia #planecrash #AirIndiaExpress
ଫଟୋ @NDRFHQ pic.twitter.com/lCBvcMEnAy
— Odisha Reporter (@OdishaReporter) August 7, 2020
ଡିଜିସିଏରେ ମହାନିର୍ଦ୍ଦେଶକ ଅରୁଣ କୁମାର ଏକ ଜାତୀୟ ଗଣମାଧ୍ୟମକୁ ଫୋନ୍ ଜରିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି, ବିମାନରେ ୧୮୯ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ରହିଛନ୍ତି। କୋଝିକୋଡ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ପାହାଡିଆ ଉପତ୍ୟକାରେ ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେହିପରି ଘଟଣାସ୍ଥଳରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ଏକ ଟିମ୍ କେରଳର ମାଲାପୁରାମରୁ କୋଝିକୋଡକୁ ପଠାଯାଇଛି। ଏହି ଦଳରେ ୫୦ ଟି NDRF କର୍ମଚାରୀ ରହିଛନ୍ତି। କେରଳ ଡିଜିପି ଲୋକନାଥ ବେହେରା କହିଛନ୍ତି, “ଉଦ୍ଧାର ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି। ଅଧିକ ସୂଚନା ପାଇବାକୁ ଚେଷ୍ଟା କରାଯାଉଛି। ବିମାନଟି ଦୁବାଇରୁ କାଲିକଟ ଅଭିମୁଖେ ଆସୁଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।