ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଲକଡାଉନ ୩.୦ ବେଳେ ଦେଶର ସମସ୍ତ ଗ୍ରୀନ, ରେଡ ଓ ଅରେଞ୍ଜ ଜୋନରେ ମଦ ଦୋକାନ ଖୋଲିପାରିବ ବୋଲି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି। ତେବେ କେରଳ ସରକାର କେନ୍ଦ୍ରର ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ପାଳନ କରିବେ ନାହିଁ।
ଅର୍ଥାତ କେରଳରେ ମେ’ ୪ରୁ କୌଣସି ପ୍ରକାରର ମଦ ଦୋକାନ ଖୋଲିବ ନାହିଁ। କେନ୍ଦ୍ର ସରକାର ପାନ ଓ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଇଥିଲେ।
ରାଜ୍ୟ ସରକାର ଚାହିଁଲେ ମଦ ଦୋକନା ଖୋଲିବେ ନଚେତ ଏହାକୁ ପୂର୍ବଭଳି ବନ୍ଦ ରଖିପାରିବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ତେଣୁ କେରଳ ସରକାର ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।