ଏଥର ପ୍ରଶାସନ ନୁହେଁ ବ୍ୟବସାୟୀ ସଂଘ କଲେ ବଜାର ବନ୍ଦ

ହାଇଦ୍ରାବାଦ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ୁଥିବା ଦେଖି ତେଲେଙ୍ଗାନାର ସବୁଠୁ ବଡ଼ ହୋଲସେଲ ବଜାର ବେଗମ ବଜାରକୁ ବନ୍ଦ ରହିବ। ଜୁନ୍ ୨୮ରୁ ଜୁଲାଇ ୫ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କିରାନା ସଂଘ। ଏ ନେଇ ଶୁକ୍ରବାର ସୂଚନା ଦେଇଛି ସଂଘ। ଏହି ହୋଲସେଲ ବଜାର ହାଇଦ୍ରାବାଦ ଜିଲ୍ଲାର ଗୋଶାମହଲ ପାଖରେ ରହିଛି। ବିଗତ କିଛି ଦିନ ମଧ୍ୟରେ ଏଠାରୁ ୪୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା […]

begum-bazar-hyderabad

Subhransu Sekhar
  • Published: Friday, 26 June 2020
  • , Updated: 26 June 2020, 03:07 PM IST

ହାଇଦ୍ରାବାଦ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ୁଥିବା ଦେଖି ତେଲେଙ୍ଗାନାର ସବୁଠୁ ବଡ଼ ହୋଲସେଲ ବଜାର ବେଗମ ବଜାରକୁ ବନ୍ଦ ରହିବ। ଜୁନ୍ ୨୮ରୁ ଜୁଲାଇ ୫ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କିରାନା ସଂଘ। ଏ ନେଇ ଶୁକ୍ରବାର ସୂଚନା ଦେଇଛି ସଂଘ।

ଏହି ହୋଲସେଲ ବଜାର ହାଇଦ୍ରାବାଦ ଜିଲ୍ଲାର ଗୋଶାମହଲ ପାଖରେ ରହିଛି। ବିଗତ କିଛି ଦିନ ମଧ୍ୟରେ ଏଠାରୁ ୪୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ବ୍ୟବସାୟୀ ସଂଘ ୮ ଦିନ ପାଇଁ ବଜାରକୁ ବନ୍ଦ ରଖିବ ବୋଲି ନିଷ୍ପତ୍ତି ନେଇଛି। ଏହି ୪୦୦ ଆକ୍ରାନ୍ତଙ୍କ ମଧ୍ୟରେ କିଛି ଦୋକାନୀ ମଧ୍ୟ ରହିଥିବା ସୂଚନା ରହିଛି। ଲୋକଙ୍କ ସୁରକ୍ଷା ଏବଂ ବ୍ୟବସାୟୀଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଗମ ବଜାର କିରାନା ସଂଘର ସଭାପତି ଲକ୍ଷ୍ମୀନାରାୟଣ ରାଠି କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ପ୍ରକାଶ ପାଇଥିବା କରୋନା ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର, ଗୁଜରାଟ ଏବଂ ତେଲେଙ୍ଗାନାରେ ସର୍ବାଧିକ କରୋନା ଆକ୍ରାନ୍ତ ଏବେ ଚିହ୍ନଟ ହେଉଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ପ୍ରତିଶତ ଏହି ତିନି ରାଜ୍ୟର ରହିଥିବା ସୂଚନା ରହିଛି।

Related story