ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଉ ୧୪ ଦିନ ପାଇଁ ବଢ଼ାଇଛି କେନ୍ଦ୍ର। ଆସନ୍ତାକାଲି (ସୋମବାର) ପାଖରୁ ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଛି। ଏବେ ଏହି ଲକଡାଉନ୍ ବେଳେ ଏହି ସବୁ ନିୟମ ପାଳନ ହେବ। ଏ ନେଇ ଗୃହ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଛି।
କ’ଣ ରହିଛି ଗାଇଡ୍ ଲାଇନ୍
- ମେଡିକାଲ ଓ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ବିମାନ ସେବ ବନ୍ଦ ରହିବ।
- ମେଟ୍ରୋ ଟ୍ରେନ୍ ସେବା ବନ୍ଦ ରହିବ।
- ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ, ଅନଲାଇନ୍ ପାଠପଢ଼ା ଜାରି ରହିବ।
- ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ। ଅର୍ଡର ଯୋଗେ ପାର୍ସଲରେ ଖାଇବା ମିଳିବ।
- ସିନେମା ହଲ୍, ସପିଂ ମଲ୍, ଜିମ୍, ସୁଇମିଂ ପୁଲ୍, ଥିଏଟର, ପାର୍କ, ବାର, ଅଟୋଟରିଅମ ବନ୍ଦ ରହିବ।
- ସ୍ପୋର୍ଟସ କମ୍ପଲେକ୍ସ ଓ ଷ୍ଟାଡିୟମ ଖୋଲା ରହିବ, ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବନି।
- ସମସ୍ତ ମନ୍ଦିର, ଧାର୍ମିକ ସ୍ଥଳୀ ବନ୍ଦ ରହିବ।
- କଣ୍ଟେନମେଣ୍ଟ ଜୋନରେ ସର୍ତ୍ତମୂଳକ ଖୋଲା ରହିବ।
- ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ରାଜ୍ୟ ଓ ରାଜ୍ୟ ଭିତରେ ବସ ଚଳାଚଳ ହେବ।
- ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଆନ୍ତଃଜିଲ୍ଲା ବସଚଳାଚଳ ସହିତ ବାଇକରେ ଗମନାଗମନ କରିହେବ।
- ଲୋକମାନେ ଯିବା ଆସିବା ବେଳେ ଏସଓପି ପାଳନ ହେବ।
- ପୂର୍ବପରି ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ।
- ତେବେ ରେଡ୍, ଗ୍ରୀନ୍ ଓ ଅରେଞ୍ଜ ଜୋନରେ କେଉଁ କଟକଣା ଜାରି ରହିବ ଏବଂ କିଏ କଟକଣା ମୁକ୍ତ ହେବେ ତାହା ରାଜ୍ୟ ସରକାର ସ୍ଥିର କରିବେ ବୋଲି ଗୃହ ମନ୍ତ୍ରଣାଳୟ କହିଛି।
https://twitter.com/ANI/status/1262011256606560257
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।